ହେଡଲାଇନସ୍:

ବିଜୁ ପକା ଘର ପାଇଁ ଯୋଗ୍ୟ କି ନାହିଁ ସେତକ ଲେଖିଦେବାକୁ ୫୦୦୦!!!!

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଭିଜିଲାନ୍ସ ଧରିଲା ଲାଞ୍ଚୁଆ ବରିଷ୍ଠ  ତହସିଲ କିରାଣୀ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀକୁ

ବାରିପଦା(ଦିଲ୍ଲୀପ ମହାନ୍ତି )- କିଛି ଦିନର ନୀରବତା ପରେ ବାରିପଦା ଭିଜିଲାନ୍ସ ୟୁନିଟ ପୁଣି ଥରେ ସକ୍ରିୟ ହୋଇ ପଡ଼ିଥିବାର ପରିଲକ୍ଷିତ ହୋଇଛି । ଫଳରେ ୟୁନିଟ ବିଛାଇଥିବା ଜାଲରେ ଧରାପଡ଼ି ଜେଲର ଚାରିକାନ୍ଥ ମଧ୍ୟକୁ ଯାଇଛି କୁଳିଅଣା ତହସିଲର ବରିଷ୍ଠ  କିରାଣୀ କାମ ନିଜାରତ ତଥା ବାରିପଦା କାଳିମନ୍ଦିର ସାହି ଅଞ୍ଚଳର ନବ କୁମାର ଦାସ । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ମୟୂରଭଞ୍ଜ ଜିଲ୍ଲା ଉଦଳା ତହସିଲରେ କାର୍ଯ୍ୟରତ କିରାଣୀ ତଥା ଉକ୍ତ ଅଞ୍ଚଳର ସରୋଜ କୁମାର ପ୍ରଧାନଙ୍କ ସ୍ତ୍ରୀଙ୍କ ନାମରେ କୁଳିଅଣା ତହସିଲ ଅଧୀନ ଗାଙ୍ଗରାଜ ମୌଜାରେ ସାରଦ-୨ କିସମର ୬ ଡେସିମିଲ ଜମକୁ ଘରବାଡ଼ିକୁ ପରିବର୍ତ୍ତନ କରିବା ପାଇଁ ଆବେଦନ କରିଥିଲେ । ଉକ୍ତ ଜମିର ପଟ୍ଟା କରାଇବା ପାଇଁ ସରୋଜ କୁମାର ପ୍ରଧାନ ଛୁଟିରେ ଆସି ତହସିଲକୁ ବାରମ୍ବାର ଦୌଡ଼ାଦୌଡ଼ି କରିବା ପରେ ବରିଷ୍ଠ  କିରାଣୀ କାମ୍ ନିଜାରତ ୧୫ଶହ ଟଙ୍କା ଲାଞ୍ଚ ସହିତ ୧୧ଶହ ଦଶ ଟଙ୍କା ପ୍ରସେସିଙ୍ଗ ଫି ମାଗିବା ପରେ ଉକ୍ତ ଲାଞ୍ଚୁଆ କିରାଣୀଙ୍କୁ ଉପଯୁକ୍ତ ଶିକ୍ଷା ଦେବା ନିମନ୍ତେ ବାରିପଦା ଭିଜିଲାନ୍ସ ୟୁନିଟ ଡ଼ିଏସପିଙ୍କ ସହିତ ସାକ୍ଷାତ ଆଲୋଚନା ମାଧ୍ୟମରେ ଯୋଜନା ପ୍ରସ୍ତୁତ କରିଥିଲେ । ଆଜି ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁସାରେ ସରୋଜ କୁମାର ପ୍ରଧାନ ବରିଷ୍ଠ  କିରାଣୀ କାମ ନିଜାରତ ନବ କୁମାର ଦାସଙ୍କୁ ୧୨.୧୦ମିନିଟରେ କାର୍ଯ୍ୟାଳୟରେ ସାକ୍ଷାତ କରି ଭିଜିଲାନ୍ସରୁ ନେଇଥିବା ରଙ୍ଗବୋଳା ଟଙ୍କା ଦେବା ପରେ ପୋଜିସନ ନେଇ ଛପି ରହିଥିବା ଭିଜିଲାନ୍ସ ଟିମକୁ କାର୍ଯ୍ୟରେ ସଫଳତାର ସଙ୍କେତ ଦେବା ପରେ ଅତର୍କିତ ଭାବେ ଭିଜିଲାନ୍ସ ଟିମ ନବ କୁମାର ଉପରକୁ ଝାମ୍ପିପଡ଼ି କାବୁ କରିବା ପରେ ତାଙ୍କୁ ତଲାସୀ ନେଇ ରଙ୍ଗବୋଳା ଟଙ୍କାକୁ ଜବତ କରିଥିଲେ । ଏହି ଲାଞ୍ଚ ଘଟଣାକୁ ନେଇ ବାରିପଦା ଭିଜିଲାନ୍ସ ୟୁନିଟରେ କେଶ ନଂ ୨/୨୦୧୯ରେ ଏକ ମାମଲା ରୁଜୁ ସହିତ ଆବଶ୍ୟକ କାଗଜପତ୍ର ପ୍ରସ୍ତୁତ ପରେ ଅଭିଯୁକ୍ତ ନବ କୁମାର ଦାସଙ୍କୁ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜଜଙ୍କ  ସମ୍ମୁଖରେ ହାଜର କରାଯାଇଥିଲା ଏବଂ ନବଙ୍କ ଜାମିନ ଆବେଦନ ନାକଚ ହେବାରୁ ତାଙ୍କୁ ବାରିପଦା ମଣ୍ଡଳ କାରାଗାରଙ୍କୁ ପଠାଇଦିଆଯାଇଥିଲା । ଆଜିର ଏହି ଚଢ଼ାଉ ବାରିପଦା ଭିଜିଲାନ୍ସ ୟୁନିଟ ଡ଼ିଏସପି ଶରତ କୁମାର ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହୋଇଥିବା ବେଳେ ବାଲେଶ୍ୱର ଭିଜିଲାନ୍ସ ଇନ୍ସପେକ୍ଟର  ମାନସୀ ଜେନା ଓ ଅନିରୁଦ୍ଧ ନାୟକ, ତରୁଣ ପାଲବାବୁ, ଲଳିତ ରାଉତ, ମନୋରଞ୍ଜନ ବେହେରା ପ୍ରମୁଖ ସାମିଲ ହୋଇଥିଲେ ।  ସେହିପରି ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ଆରପଟ୍ଟା ଓ ବିରିଡ଼ି ପଞ୍ଚାୟତର ନିର୍ବାହୀ ଅଧିକାରୀ ଦାସମାତ୍ ମୁର୍ମୁ ବିଜୁ ପକ୍କାଗୃହ ଯୋଜନାରେ ତଦନ୍ତ ରିପୋର୍ଟ ଦେବା ନିମନ୍ତେ ଆବେଦନକାରୀ ଆରପଟ୍ଟା ପଞ୍ଚାୟତ ଓ  ଟିକାୟତପୁର ଗ୍ରାମର ଦେବାଶିଷ ପୃଷ୍ଟିଙ୍କ ନିକଟରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଲେଶ୍ୱର ଭିଜିଲାନ୍ସ ଟିମ ହାତରେ ଧରାପଡ଼ି ଜେଲ ଯାଇଥିବାର ସୂଚନା ମିଳିଛି । ଖବର ନେବାରୁ ଜଣାପଡ଼ିଛି, ଆରପଟ୍ଟା ପଞ୍ଚାୟତର ଟିକାୟତପୁର ଗ୍ରାମର ଦେବାଶିଷ ପୃଷ୍ଟି ବିଜୁପକ୍କା ଗୃହ ଯୋଜନାରେ ଗୃହ ପାଇବା ପାଇଁ ସ୍ଥାନୀୟ ବିଧାୟକଙ୍କ ନିକଟରୁ ଏକ ଲେଖା ଆଣି ଗୋପବନ୍ଧୁନଗର ବିଡ଼ିଓଙ୍କୁ ଦେବା ପରେ ବିଡ଼ିଓ ଦେବାଶିଷ ପୃଷ୍ଟି ବିଜୁ ପକ୍କାଗୃହ ଯୋଜନା ନିମନ୍ତେ ଯୋଗ୍ୟ ହିତାଧିକାରୀ କି ନୁହନ୍ତି ତା ଉପରେ ସବିଶେଷ ରିପୋର୍ଟ ଦାଖଲ କରିବାକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦାସମାତ୍ ମୁର୍ମୁଙ୍କୁ ନିର୍ଦ୍ଦେଶ  ଦେଇଥିଲେ ଏବଂ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦାସମାତ୍ ଏଥି ନିମନ୍ତେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହି ଲାଞ୍ଚ ଘଟଣାକୁ ନେଇ ଆବେଦନକାରୀ  ଦେବାଶିଷ ବାଲେଶ୍ୱର ଭିଜିଲାନ୍ସ ସହିତ ଯୋଗାଯୋଗ କରି ଯୋଜନା ପ୍ରସ୍ତୁତ କରିଥିଲେ । ଆଜି ପୁରୁଣାବାରିପଦା ରାସ୍ତା ପାଶ୍ୱର୍ରେ ଥିବା ଏକ ପେଟ୍ରୋଲ ପମ୍ପ ନିକଟରେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଦାସମାତ୍ ମୁର୍ମୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ହାତରେ ଧରାପଡ଼ି ଥିଲେ ଏବଂ ତଲାସୀ ନିଆଯାଇ ଭିଜିଲାନ୍ସର ରଙ୍ଗବୋଳା ୫ ହଜାର ଟଙ୍କାକୁ ଜବତ  କରିଥିଲେ । ଏହି ଲାଞ୍ଚ ଘଟଣାକୁ ନେଇ ବାଲେଶ୍ୱର ଭିଜିଲାନ୍ସରେ ଦାସମାତଙ୍କ ବିରୋଧରେ ଭିଜିଲାନ୍ସ କେଶ ନଂ ୩/୨୦୧୯ରେ ମାମଲା ରୁଜୁ କରାଯାଇଛି । ଆଜିର ଏହି ଚଢ଼ାଉରେ  ଭଦ୍ରଖ ଭିଜିଲାନ୍ସ ୟୁନିଟ ଡ଼ିଏସପି ସଞ୍ଜୟ କୁମାର ଦାସମହାପାତ୍ରଙ୍କ ସହିତ ବାଲେଶ୍ୱର ଭିଜିଲାନ୍ସ ଇନ୍ସପେକ୍ଟର ସବିତା ବେହେରା ଓ ଇନ୍ସପେକ୍ଟର ସୁଶୀଳ ଏକ୍କା ପ୍ରମୁଖ ସାମିଲ ଥିଲେ । 

0
0
0
s2sdefault