ହେଡଲାଇନସ୍:

କିମ୍‍ସରେ ଯୋଗଦେଲେ ବିଶିଷ୍ଟ ଆଣ୍ଠୁଗଣ୍ଠି ଏବଂ ଇମ୍ୟୁନୋଲୋଜିଷ୍ଟ ଡା. ସକିର ଅହମ୍ମଦ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ବିଶିଷ୍ଟ ଆଣ୍ଠୁଗଣ୍ଠି ଏବଂ ଇମ୍ୟୁନୋଲୋଜିଷ୍ଟ ଡା. ସକିର ଅହମ୍ମଦ କଳିଙ୍ଗ ଇନଷ୍ଟିଟ୍ୟୁଟ ଅଫ୍‍ ମେଡ଼ିକାଲ୍‍ ସାଇନ୍‍ସେସ୍‍ (କିମ୍‍ସ)ରେ ଯୋଗ ଦେଇଛନ୍ତି । ଦିବ୍ରୁଗଡ଼ ବିଶ୍ୱବିଦ୍ୟାଳୟରୁ ଏମ୍‍ବିବିଏସ୍‍ କରିବା ପରେ ଆସାମ ମେଡିକାଲ୍‍ କଲେଜରୁ ଭେଷଜକୁ ସ୍ୱତନ୍ତ୍ର ବିଷୟ ଭାବେ ରଖି ଶିକ୍ଷା ଲାଭ କରିଥିବା ଡା ସକିର ସଞ୍ଜୟ ଗାନ୍ଧୀ ପୋଷ୍ଟଗ୍ରାଜୁଏଟ୍‍  ଇନଷ୍ଟିଟ୍ୟୁଟ ଲକ୍ଷ୍ନୌରୁ  କ୍ଲିନିକାଲ୍‍ ଇମ୍ୟୁନୋଲୋଜି ଓ ରୁମାଟୋଲୋଜିରେ ଡକ୍ଟୋରେଟ୍‍ କରିଛନ୍ତି । ସେ ଇଉରୋପିଆନ୍‍ ଲିଗ୍‍ ଏଗେନ୍‍ଷ୍ଟ ରୁମାଟୋଲୋଜି ଦ୍ୱାରା ମସ୍କୁଲୋସ୍କେଲିଟାଲ୍‍ ଅଲ୍‍ଟ୍ରାସାଉଣ୍ଡରେ ମଧ୍ୟ ସାର୍ଟିଫିକେଟ୍‍ ହାସଲ୍‍ କରିଛନ୍ତି । ସେ ଯନ୍ତ୍ରଣା ଉପଶମ ଏବଂ ସିରୋସିସ୍‍, କିଡ୍‍ନୀ ରୋଗରେ ଶେଷାବସ୍ଥା, ହୃଦୟରେ ଫାଇବ୍ରୋସିସ୍‍ ଭଳି ବିଭିନ୍ନ ଫାଇବ୍ରୋସିସ୍‍  ରୋଗ ଉପରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି । ଏହା ପୂର୍ବରୁ ସେ ଆଣ୍ଟି-ଫାବି୍ରକ୍‍ ଏଜେଣ୍ଟ ଫର ସିଷ୍ଟେମିକ୍‍ ସେଲେରୋସିସ୍‍, ଭାଡିଡେସନ୍‍ ଅଫ୍‍ ଫାଇବ୍ରୋମାୟାଲଜିଆ କ୍ରାଇଟେରିଆ, ମେଟାବୋଲିକ୍‍ ଷ୍ଟଡିଜ୍‍ ଇନ୍‍ ସିଷ୍ଟେମିକ୍‍ ସେଲେରୋସିସ୍‍ ଏବଂ ରିଆକ୍ଟିଭ୍‍ ଆର୍ଥାଟାଇସ୍‍ ଆଦି ଉପରେ ଗବେଷଣା କରି ସଫଳତା ହାସଲ କରିଛନ୍ତି । ଆମେରିକାର ସନ୍‍ଡିଆଗୋସ୍ଥିତ ଆମେରିକାନ୍‍ କଲେଜ ଅଫ୍‍ ରୁମାଟୋଲୋଜିଠାରେ ତାଙ୍କର ଗବେଷଣା ସଂପର୍କିତ ସନ୍ଦର୍ଭ ଉପସ୍ଥାପିତ ଉଚ୍ଚ ପ୍ରଶଂସିତ ହୋଇଥିଲେ । ଡା. ସକିର ଅହମ୍ମଦ କିମ୍‍ସରେ ଯୋଗଦେବା ପରେ ଓଡ଼ିଶାର  ବହୁ ଆଣ୍ଠୁଗଣ୍ଠି ଓ ବିଭିନ୍ନ ପ୍ରକାର ଫାଇବ୍ରୋସିସ୍‍ ରୋଗୀ ଉପକୃତ ହୋଇପାରିବେ ବୋଲି କୁହାଯାଉଛି । କିମ୍‍ସରେ ଅଳ୍ପ ଖର୍ଚ୍ଚରେ ଗୁଣାତ୍ମକ ଚିକିତ୍ସା ସୁବିଧା ସହ ଦକ୍ଷ ଓ ଅଭିଜ୍ଞ ଚିକିତ୍ସକ ଓ ବିଶେଷଜ୍ଞମାନେ ଥିବାରୁ ଓଡ଼ିଶା ତଥା ରାଜ୍ୟ ବାହାରର ରୋଗୀମାନେ ଏଠାକୁ ଚିକିତ୍ସା ପାଇଁ ଆସିଥାନ୍ତି ।

 

0
0
0
s2sdefault