ହେଡଲାଇନସ୍:

ଚାଷୀଙ୍କ ଆୟ ବୃଦ୍ଧି କରିବାରେ ଓଡିଶା ଏକମାତ୍ର ରାଜ୍ୟ : ମୁଖ୍ୟମନ୍ତ୍ରୀ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ବିଭିନ୍ନ କ୍ଷେତ୍ରରେ ଓଡିଶାର ଅଗ୍ରଗତି ଘଟିଛି । ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯିଏ ଚାଷୀ ମାନଙ୍କ ଆୟକୁ ବୃଦ୍ଧି କରିଛି । ପିଡିଏସ୍ କ୍ଷେତ୍ରରେ ଓଡିଶା ବଡ ଧରଣର ସହଭାଗୀ ହୋଇପାରିଛି । ବହୁ କ୍ଷେତ୍ରରେ ଉଦାହରଣ ମଧ୍ୟ ସୃଷ୍ଟି କରିପାରିଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୩.୫ କୋଟି ଲୋକଙ୍କୁ ସାମିଲ କରାଯାଇଛି । କାଳିଆ ଯୋଜନାରେ ଚାଷୀ ମାନଙ୍କୁ ଚାଷର ଉତ୍ପାଦନ  ବୃଦ୍ଧି ପାଇଁ ସହାୟତା ଦିଆଯାଉଛି । କେନ୍ଦ୍ର ସରକାର ମଧ୍ୟ ଏହି ଯୋଜନାକୁ ଅନୁସରଣ କରି ଯାଜନା ପ୍ରସ୍ତୁତ କରିଛନ୍ତି । ଏହି ଯୋଜନାରେ କ୍ଷୂଦ୍ର , ମଧ୍ୟମ , ଭୂମି ହୀନ ଶ୍ରମିକ , କୃଷି ଶ୍ରମିକ ଓ ଭାଗ ଚାଷୀଙ୍କୁ ସାମିଲ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ବୁଧବାର ଦିନ ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ହୋଇଥିବା ଧନ୍ୟବାଦ ପ୍ରସ୍ତାବ ଆଲୋଚନା ପରେ ଉତର ଦେଇ  ମୁଖ୍ୟମନ୍ତ୍ରୀ ଏହା କହିଥିଲେ  । ସେ କହିଥିଲେ ଯେ ୨୦୧୯ ଏପ୍ରିଲ୍ ସୁଦ୍ଧା ୧୦ ଲକ୍ଷ ହେକ୍ଟର ଜମିରେ ଜଳସେଚନ କରିବାକ ଲକ୍ଷ୍ୟ ରଖିଛୁ । ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ୨୦୧୮ ଅକ୍ଟୋବର ୨ ସୁଦ୍ଧା ୨୩ ଲକ୍ଷରୁ ଉଦ୍ଧ୍ୱର୍ ହିତାଧିକାରୀଙ୍କୁ ସାମିଲ କରାଯାଇଛି । ଏହା ବ୍ୟତୀତ ଆମ ଗାଁ ଆମ ବିକାଶ ଯୋଜନାରେ ରାଜ୍ୟର ସମସ୍ତ ବ୍ଲକ୍ କୁ ସାମିଲ କରାଯାଇ ୬୨,୮୫୭ ପ୍ରକଳ୍ପ ପ୍ରସ୍ତୁତ କରାଯାଇ ୧୫୫୪ କୋଟି ଟଙ୍କା ମଂଜୁର କରାଯାଇଛି । ନିକଟରେ ଆରମ୍ଭ କରାଯାଇଥିବା ପିଠା ଯୋଜନା ପ୍ରତି ଗ୍ରାମ ପଂଚାୟତ ଓ ସହରାଂଚଳରେ ଲୋକପ୍ରିୟ ହୋଇପାରିଛି । ମିଶନ ଶକ୍ତି ଆନେ୍ଦାଳନରେ ଆଉ ଅ୍ରଧିକ ୩ଲକ୍ଷ ନୂଆ ସ୍ୱୟଂ ସହାୟକ ଗୋଷ୍ଠୀ  ସାମିଲ ହୋଇଛି । ସେମାନଙ୍କୁ ବିନା ସୁଧରେ ଋଣ ଦିଆଯିବା ସହ ଡିଜିଟାଲ ସଶକ୍ତିକରଣ ପାଇଁ ସହାୟତା ଦିଆଯାଇଛି । 

ମେକ୍ ଇନ୍ ଓଡିଶା କନକ୍ଲେଭ ୨୦୧୮ ସଫଳ ହୋଇଛି । ଏଥିରେ ଯୋଗ ଦେଇଥିବା ବଡ ବଡ ଶିଳ୍ପପତି ମାନେ ୪.୨୦ ଲକ୍ଷ କୋଟି ଟଙ୍କାର ପୁଂଜି ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏହାଦ୍ୱାରା ୫.୯୧ ଲକ୍ଷ  ନିଯୁକ୍ତି ସୃଷ୍ଟି ହୋଇପାରିବ । କ୍ରୀଡା କ୍ଷେତ୍ରରେ ଓଡିଶା ବର୍ତମାନ ଲକ୍ଷ୍ୟସ୍ଥଳ ହୋଇପାରିଛି । ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡା ପ୍ରତିଯୋଗିତା ସଫଳତାର ସହିତ ଆୟୋଜିତ ହୋଇପାରିଛି । ଶ୍ରୀ ଜଗନ୍ନାଥ ମନ୍ଦିରର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

 

0
0
0
s2sdefault