ହେଡଲାଇନସ୍:

ମୟୁରଭଞ ଜିଲାରେ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି) ତିରିଶ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ୨୦୧୯ ଜିଲା ପ୍ରଶାସନ ତତ୍ତ୍ୱାବଧାନରେ ଫେବୃଆରୀ ୪ ରୁ ୧୦ ତାରିଖ ପର୍ଯ୍ୟନ୍ତ ପାଳିତ ଅବସରରେ ସମଗ୍ର ଜିଲାରେ ବ୍ୟାପକ ଜନସଚେତନତା ସୃଷ୍ଟି କରାଯିବା ନେଇ ଜିଲା ଆରକ୍ଷୀ ବିଭାଗ ଓ ଆଞ୍ଚଳିକ ପରିବହନ ବିଭାଗ ମୟୁରଭଞ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ମାଧ୍ୟମରେ ଆରମ୍ଭ କରାଯାଉଅଛି । ଏହି ଅବସରରେ ସଚେତନତା ପାଳନ ପ୍ରଥମ ଦିବସ ପୂର୍ବାହ୍ନରେ ଜିଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସଡକ ସୁରକ୍ଷା ସଚେତନତା ରଥ ସହିତ ସ୍ଲୋଗାନ , ପୋଷ୍ଟର ଆଦି ପ୍ରଚାରପତ୍ର ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ର ଶୁଭାରମ୍ଭ ହୋଇଯାଇଅଛି ।ଜିଲା ସଦର ମହକୁମା ଓ ବ୍ଲକରେ ଜନସଚେତନତା ସୃଷ୍ଟି ଉଦେ୍ଧଶ୍ୟରେ ଆୟୋଜିତ ଏହି ସଚେତନତା ରଥ କାର୍ଯ୍ୟକ୍ରମକୁ ଜିଲାପାଳ ବିନୀତ ଭରଦ୍ୱାଜ , ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାର , ଏଡିଏମ ଆବୋଲି ସୁନୀଲ ନରଓାଣେ , ବାରିପଦା ବନଖଣ୍ଡ ଅଧିକାରୀ  ସ୍ୱୟମ ମଲିକ , ଉପଜିଲାପାଳ ଦିବଜ୍ୟେତି ପରିଡା ପ୍ରମୁଖ ଯୋଗଦେଇ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ୩୦ ତମ ଜାତୀୟ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ବିଶେଷକରି ଜିଲାରେ ମଟରଯାନ ବାହାନ ଚାଳକ ନିୟମ , ଟ୍ରାଫିକ ନିୟମ ଓ ସଡକ ସୁରକ୍ଷା ନିୟମ ନିଦେ୍ର୍ଧଶାବଳି ସମ୍ଭନ୍ଧରେ ସଚେତନତା କରାଯିବା  ଏବଂ ନିୟମ ଉଲଙ୍ଘନକାରୀ ଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ଆରକ୍ଷୀ ଓ ଆଞ୍ଚଳିକ ପରିବହନ ବିଭାଗ ମିଳିତ କାର୍ଯ୍ୟଖସଡା ଅନୁଯାୟୀ ସ୍ୱତନ୍ତ୍ର ଅଭିଯାନ କାର୍ଯ୍ୟକ୍ରମରେ ବିହୀତ ପଦେକ୍ଷପ ଗ୍ରହଣ କରାଯିବାସହ ଜିଲାର ସମସ୍ତ  କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ  ଗୁଡିକିରେ ସମୂହ ଶପଥପାଠ କରାଯାଇଅଛି । ଏଥି ସହିତ ୫ ଏବଂ ୬ ତାରିଖ ଡ୍ରାଇଭରମାନଙ୍କ ଚକ୍ଷୁ ପରୀକ୍ଷା କରାଯିବା ଏବଂ ସ୍ୱତନ୍ତ୍ର ଟିମ ମିଳିତରେ ଏନଫୋର୍ସମେଣ୍ଟ ସ୍କୁଆଟ ଦ୍ୱାରା ଯାନବାହାନ ଗତିର ବେଗ , ଲାଇସେନ୍ସ , ହେଲମେଣ୍ଟ , ସିଟବେଲ୍ଟ , ଫିଟନେସ ଉପରେ ଚେକିଂ  ଓ ଯାଞ୍ଚ କାରଯାଉଥିବାବେଳେ ୭ ଏବଂ ୮ ତାରିଖରେ ଶିକ୍ଷାନୁÂାନ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ , ସ୍ଲୋଗାନ  ପ୍ରବୋନ୍ଧ , ବକ୍ତୃାତ ଆଦି ପ୍ରତିଯୋଗିତା ମାଧ୍ୟମରେ ସଚେତନତା ସୃଷ୍ଟି କରାଯିବାକୁ ଥିବାବେଳେ ୯ ତାରିଖରେ ମିନି ମାରାଥନ ଆୟୋଜନ ମାଧ୍ୟମରେ ସଚେତନାତ କରାଯିବା ସହିତ ୧୦ ତାରିଖରେ ସଚେତନତା ସପ୍ତାହ ପାଳନର ଅନ୍ତିମ ଦିବସରେ ସାମୁହିକ ସଚେତନତା ରାଲି ଓ ଆଞ୍ଚଳିକ ପରିବହନ ବିଭାଗ କାର୍ଯ୍ୟାଳୟଠାରେ ସାଧାରଣସଭା କାର୍ଯ୍ୟକ୍ରମ ଅଵୁସ୍ଥିତ  ହେବାର ସ୍ଥିରିକୃତ ହୋଇଅଛି ।

 

 

0
0
0
s2sdefault