ବାରିପଦା(ଦିଲ୍ଲୀପ ମହାନ୍ତି) ବାରିପଦାସ୍ଥିତ ବୟନିକା ର ଅତ୍ୟାଧୁନିକ ବିକ୍ରୟ କେନ୍ଦ୍ର ଷ୍ଟାଡିୟମ ଗୋଲେଇ ନିକଟସ୍ଥ ସବାଇ କ୍ରାଫ୍ଟ ବିଲଡିଙ୍ଗ ଠାରେ ନୂତନ ଭାବେ ଉଦଘାଟିତ ହୋଇଯାଇଅଛି । ଆୟୋଜିତ ଉକ୍ତ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଜିଲାପାଳ ବିନୀତ ଭରଦ୍ୱାଜ , ଆରକ୍ଷୀ ଅଧିକ୍ଷକ ଅବିନାଶ କୁମାର , ଅତିରିକ୍ତ ଜିଲାପାଳ ଆବୋଲି ସୁନୀଲ ନରଓାଣେ ,ବୟନିକାର ପରିଚାଳନା ନିଦେ୍ର୍ଧଶକ ବିକାଶ ଚନ୍ଦ୍ର ମହାପାତ୍ର ,ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିଦେ୍ର୍ଧଶକ ତୁସାରକାନ୍ତି ମହାନ୍ତି , ପିଏ ଅଇଟିଡିଏ ବାରିପଦା ବିଜନ କୁମାର ଥମ୍ଭ ପ୍ରମୁଖ ଯୋଗଦେଇଥିଲେ । ସୂଚନାଯୋଗ୍ୟ କି ବୟନିକା ର ପୁନଃବିନ୍ୟାସ ପରେ ଏହି ସଂସ୍ଥା ଓଡିଶା ହସ୍ତତନ୍ତ ବସ୍ତ୍ର ର ବିକ୍ରୟ କ୍ଷେତ୍ରରେ ଏକ ବୈପ୍ଳବିକ ଅଭିବୃଦ୍ଧି ହାସଲ କରିଅଛି । ଗତ ବର୍ଷ ବୟନିକା ୧୦୭.୦୦ କୋଟି ଟଙ୍କାର ବ୍ୟବସାୟ କରି ହସ୍ତତନ୍ତ୍ର କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ସ୍ଥାପନ କରିଅଛି । ଏତଦ ବ୍ୟତୀତ ବୟନିକା ବୁଣାକାର ମାନଙ୍କ ସାମାଜିକ ତଥା ଅର୍ଥନୈତିକ ମାନଦଣ୍ଡ ଅଭିବୃଦ୍ଧି ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଅଛି । ବର୍ତ୍ତମାନ ଯାନ୍ତ୍ରୀକ ଯୁଗରେ ମଧ୍ୟ ଓଡିଶାର ହସ୍ତତନ୍ତ୍ର ପ୍ରସ୍ତୁତ ବିଭିନ୍ନ ଶାଢୀ , ଟସର ବସ୍ଥ୍ର ଇତ୍ୟାଦି ଦେଶ ବିଦେଶରେ ବେଶ ଆଦୃତ ଲାଭ କରିଅଛି ।