ହେଡଲାଇନସ୍:

ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ : ଦାବି ପୂରଣ ନ ହେଲେ ଧାାରଣା ରେ ବସିବେ ବିସ୍ଥାପିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ା(ଅମିତ କୁମାର  ପୁରୋହିତ): ନୂଆପଡା ଜିଲ୍ଲା ତଥା ପଡୋଶୀ ଜିଲ୍ଲା ବଲାଙ୍ଗିର ର ହଜାର ହଜାର ହେକ୍ଟର ଜମି କୁ ଜଳ ସେଚନ ର ସୁବିଧା ଯୋଗାଇ ଦେବା ଲକ୍ଷ୍ୟରେ ନିର୍ମାଣ କାମ ଆରମ୍ଭ  କରାଯାଇଥିଲା । ବୃହତ ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ବିସ୍ଥାପିତ ଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇ  ଥଇଥାନ କରିବାକୁ ସରକାର ପ୍ରତିଶୃତି ଦେଇଥିଲେ । ହେଲେ ପ୍ରକଳ୍ପ ନିର୍ମାଣେ ୧୮ ବର୍ଷ ବିତିବାକୁ ହେଲାଣି କିନ୍ତୁ ଅଧିକାଂଶ  ବସ୍ଥାପିତ ଙ୍କ ଥଇଥାନ ହୋଇପାରି ନାହିଁ । ଅନ୍ୟ ପଟେ ସରକାରୀ ସ୍ତର ର ଭୁଲ ଯୋଗୁଁ ପ୍ରକଲ୍ପ ର ବ୍ୟୟ ବଢି ବଢି ଯାଉଛି । ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ବିସ୍ଥାପିତ ଙ୍କୁ ଥଇଥାନ କରିବା ପ୍ରତି ଗୁରୁତ୍ୱ ଦେଉ ନ ଥିବା ଅଭିଯୋଗ କରି ଲୋୟର ଇନ୍ଦ୍ର  ବିସ୍ଥାପିତ ସହାୟତା ସମିତି ଆଗାମୀ ଦିନରେ ବ୍ୟାପକଆନେ୍ଦାଳନ କରିବାକୁ ନିଷ୍ପତି ନେଇଛି ।  ସମସ୍ତ ବିସ୍ଥାପିତ ପରିବାର କୁ ସହାୟତା ରାଶି ଏବଂ ଜମି ଗୁଡିକ ର ବର୍ଦ୍ଧିତ ରାଶି ପ୍ରଦାନ କରିବା ସହ ଅନ୍ୟାନ୍ୟ ଦାବି ଗୁଡିକ ଉପରେ  ବିଚାର କରା ନ ଗଲେ ଆସନ୍ତା ୧୦ ତାରିଖ ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ପ୍ରକଲ୍ପ ମୁଖ୍ୟ ନିର୍ବାହୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ଆଗରେ ଧରଣା ଦିଆଯିବ ବୋଲି ସମିତି ସମ୍ପାଦକ ନିତ୍ୟାନନ୍ଦ ପ୍ରଧାନ କହିଛନ୍ତି ।     

 

 

0
0
0
s2sdefault