ପଶ୍ଚିମବଙ୍ଗରେ ମମତା ଏବଂ ଓଡିଶାରେ ନବୀନ ଚିଟଫଣ୍ଡ ଦୁର୍ନୀତିର ଲାଭାର୍ଥୀ-ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁୁବନେଶ୍ୱର, – ଯେଉଁମାନେ ସମଦଶା ଭୋଗନ୍ତି ସେମାନେ ଏକାଠି ଲଢନ୍ତି । ମମତା ବାନାର୍ଜୀଙ୍କ ଟିଏମସି କିମ୍ବା ନବୀନ ବାବୁଙ୍କ ବିଜୁ ଜନତା ଦଳ ହେଉ, ଉଭୟ ପୂର୍ବ ଭାରତରେ ସାରଦା, ସିସୋର, ଅର୍ଥତତ୍ୱ ଭଳି ଟିଟଫଣ୍ଡ କମ୍ପାନୀ ମାନଙ୍କର ମୁଖ୍ୟ ପୃଷ୍ଠପୋଷକ ଥିଲେ । ପଶ୍ଚିମବଙ୍ଗରେ ସ୍ୱୟଂ ମମତା ବାନାର୍ଜୀ ଏବଂ ଓଡିଶାରେ ନବୀନ ପଟ୍ଟନାୟକ ଚିଟଫଣ୍ଡ ଦୁର୍ନୀତିର ସବୁଠୁ ବଡ ଲାଭାର୍ଥୀ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପଶ୍ଚିମବଙ୍ଗରେ ସିବିଆଇ ଓ ପୋଲିସ ମୁହାଁମୁହିଁ ହେବା ଏବଂ ଲୋକସଭାରେ ବିଜେଡି ସାଂସଦଙ୍କ ବକ୍ତବ୍ୟ ମାମଲାରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ପଶ୍ଚିମବଙ୍ଗ ହେଉ ଅବା ଓଡିଶା,ଯେଉଁମାନେ ଗରିବ ଲୋକଙ୍କ ପଇସା ଲୁଟ କରିଛନ୍ତି ଏମାନଙ୍କୁ ନ୍ୟାୟ ବ୍ୟବସ୍ଥାରେ ସିବିଆଇ ତଦନ୍ତ ମାଧ୍ୟମେରେ ଦଣ୍ଡ ମିଳିବା ଦରକାର । ଡରରେ ଚିଟଫଣ୍ଡ କେଳାଙ୍କାରୀ ସହ ଜଡିତ ରାଜନୈତିକ ଦଳମାନେ ଏକାଠି ହୋଇଛନ୍ତି । ୨୦୧୨-୧୩ରେ ପିଆଇଏଲ୍ (ଜନସ୍ୱାର୍ଥ ମାମଲା) ମାଧ୍ୟମରେ ସୁପ୍ରିମକୋର୍ଟର ନିଦେ୍ର୍ଧଶ ବଳରେ ସିବିଆଇ ତଦନ୍ତ କରୁଛି । ସିବିଆଇ ତାର ସାମ୍ବିଧାନିକ ଅଧିକାର ଓ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ବଳରେ ତଦନ୍ତ ଆଗକୁ ବଢାଇଥିବା ବେଳେ ମମତା ବାନାର୍ଜୀ ଏକ ସାମ୍ବିଧାନିକ ସଙ୍କଟ ତିଆରି କରି ନିଜର ଦୁର୍ବଳତା ଓ ଚୋରୀକୁ ଲୁଚାଇବା ପାଇଁ ଏ ପ୍ରକାର ସୁଆଙ୍ଗ ରଚୁଛନ୍ତି ।
ଏବେ ଲୋକସଭାରେ ପଶ୍ଚିମବଙ୍ଗରୁ ଆସୁଥିବା ସିପିଏମର ସଦସ୍ୟ ମୁର୍ଷିଦାବାଦର ବର୍ଦ୍ଧୁଦଜ ଖାନ୍, କଂଗ୍ରେସର ସେଠାକାର ବଡ ନେତା ତଥା ୪ ଥର ଲୋକସଭାରେ ନିର୍ବାଚିତ ହୋଇଥିବା ଅଧିରଞ୍ଜନ ଚୌଧୁରୀ, ଟିଏମସି ସଦସ୍ୟ ସୌମିତ୍ର ଖାନ୍ ଏମାନେ ମମତା ବାନାର୍ଜୀଙ୍କ ଚୋରୀକୁ ବିରୋଧ କରୁଛନ୍ତିା ଆଜି ଲୋକସଭାରେ ଏହା ଆଲୋଚନା କରାଯାଇଥିବା ବେଳେ କାହିଁକି ବିଜୁ ଜନତା ଦଳ ଏହାକୁ ସମର୍ଥନ କଲା । କାହିଁକି ନା ସମଦଶା ମଧ୍ୟ ତାଙ୍କୁ ଓଡିଶାରେ ଭୋଗିବାକୁ ପଡିବ ବୋଲି ବିଜେଡି ଏଥିପାଇଁ ଡରୁଛି । ଶ୍ରୀ ପ୍ରଧାନ କହିଛନ୍ତି ନବୀନ ବାବୁ ଏପର୍ଯ୍ୟନ୍ତ ଉତର ଦେଲେ ନାହିଁ ସରୋଜ ସାହୁ ସହିତ ସଂପର୍କ କଣ । ତା ମାନେ ସରୋଜ ସାହୁ କଣ ଚୋରୀରେ ସଂଶ୍ଲିଷ୍ଟ ନାହିଁ । ସେ ପଇସା ନବୀନ ନିବାସ ଆସିନାହିଁ । ସେ କଥା ସିବିଆଇ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶରେ ପଚାରିଲେ ଆପଣ ମୁହଁ ଫୁଟାଣି ଦେଖାଇବେ । ଓଡିଶାରେ ଆମେ ଅଭିଯୋଗ କରିଥିଲୁ ଯେ ବିଜେଡି କଂଗ୍ରେସ ଉଭୟ ଉଭୟଙ୍କର ଏ ଟିମ୍, ବି ଟିମ୍ ।
ସିବିଆଇକୁ ଅସ୍ତ୍ର କରି ବ୍ୟବହାର କରାଯାଉଥିବା ଅଭିଯୋଗର ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶରେ ତଦନ୍ତ ହେଉଛି । ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଆସିବା ପୂର୍ବରୁ ତଦନ୍ତ ହେଉଛି । ଏ କେଉଁଠୁ ସରକାରୀ ଦଳର କଥା ଆସିଲା । ଆଇନ୍ କାନୁନ ଅଛି । ତାର ବିଧି ବ୍ୟବସ୍ଥା ମଧ୍ୟ ଅଛି । ଆପଣଙ୍କୁ ଅଙ୍ଗୁଳି ଉଠିଲେ କହିବେ ଯେ ମୁଁ ନିୟମ ଉପରେ । କାହିଁକି ସରୋଜ ସାହୁଙ୍କ ଉପରେ ଆପଣ ଚୁପ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।