ଅର୍ପଣ ଘୋଷଙ୍କ ସ୍ମୃତିରେ ଶୋକସଭା
ବଲାଙ୍ଗୀର/ନିରୋଜ ମିଶ୍ର : ବଲାଙ୍ଗୀରର ସାମାଜୀକ, ସାଂସ୍କୃତିକ ଓ ସଂଗଠନ କ୍ଷେତ୍ରରେ ଅର୍ପଣ ଘୋଷ ଥିଲେ ଜଣେ ଅଗ୍ରଣି ବ୍ୟକ୍ତିତ୍ୱ । ତାଙ୍କର ଆମାୟିକ ବ୍ୟବହାର, ଆକର୍ଷଣୀୟ ବ୍ୟକ୍ତିତ୍ୱ ଓ ମେଳାପି ମାନସିକତା ତାଙ୍କୁ ସବୁ ବର୍ଗରେ ପରିଚିତ କରିଥିଲା । ବଲାଙ୍ଗୀର ସହରରେ ବହୁ ଅନୁଷ୍ଠାନର ସୁତ୍ରଧର ଥିଲେ ସେ । ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ, ଅଖିଲଭାରତୀୟ ବିଦ୍ୟାର୍ଥି ପରିଷଦ, ଏକଲ ବିଦ୍ୟାଳୟ, ସ୍ୱଦେଶୀ ଜାଗରଣ ମଂଚ, ଭାରତୀୟ ମଜଦୁର ସଂଘ ସହିତ ଜଡିତ ଥାଇ ବହୁ ଆନୁଷ୍ଠାନିକ ସମ୍ପୃକ୍ତି ତାଙ୍କୁ ବେଶ ପରିଚିତ ଦେଇଥିଲା । ରାଷ୍ଟ୍ରଦିପ ‘ଦ ଅର୍ଗାନାଇଜର’ ଓ ‘ପଂଚଜନ୍ୟ’ ସହିତ ଜଡିତ ଥିଲେ । । ଭାରତମାତା ସେବା ସମିତି, ବିବେକାନନ୍ଦ ଯୁବ ବାହିନିର ସେଥିଲେ ପ୍ରତିଷ୍ଠାତା । ତାଙ୍କୁ ହରାଇ ବଲାଙ୍ଗୀର ତାର ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ଆଜି ସ୍ଥାନୀୟ ସାମ୍ବାଦିକ ଭବନଠାରେ ଅଵୁସ୍ଥିତ ଅର୍ପଣ ଘୋଷଙ୍କ ଶୋକସଭାରେ ସମସ୍ତେ ମତବ୍ୟକ୍ତ କରିଛନ୍ତି । ଗତକାଲି ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ତିରୋଧାନ ହେବା ଖବର ପାଇ ବଲାଙ୍ଗୀରରେ ଶୋକର ଛାୟା ଖେଳିଯାଇଥିଲା । ବରିଷ୍ଠ ସାମ୍ବାଦିକ ଗୋପବନ୍ଧୁ ଶତପଥିଙ୍କ ଆହୁତ କ୍ରମେ ଅଵୁସ୍ଥିତ ସଭାରେ ଶଶିଭୁଷଣ ପୁରୋହିତଙ୍କ ସଭାପତିତ୍ୱରେ ଅଵୁସ୍ଥିତ ଏହି ଶୋକସଭାରେ ସମାଜ ସେବୀ ଲଲିତକୁମାର ନାୟକ, ନାଗରୀକ କମିଟି ସଭାପତି ଭବାନୀ ଶତପଥି, ସମ୍ପାଦକ ବିଷ୍ଣୁପ୍ରସାଦ କେଡିଆ, ଶ୍ରମିକ ନେତା ଅରୁଣ ସାହୁ, ସାମ୍ବାଦିକ ଲକ୍ଷ୍ମୀ ପଟ୍ଟନାୟକ, ସାମ୍ବାଦିକ ନବୀନ ପସାୟତ, ସନ୍ଦିପକୁମାର କୁଅଁର, ଆନନ୍ଦ ଚନ୍ଦ୍ର ସାହୁ, ଶରତ ଚନ୍ଦ୍ର ମିଶ୍ର, ସଚି ବଗତ୍ତୀ, ପ୍ରସାନ୍ତ ମହାକୁର, ବିଭୁ କଲ୍ୟାଣ ଗଡତିଆ, ଆଇଜୀବୀ ରମେଶଚନ୍ଦ୍ର ପୁରୋହିତ, ସଂଜୟ କୁମାର ମିଶ୍ର, ନିକୁଞ୍ଜ ବିହାର ପଣ୍ଡା, ଦେବାଶିଷ ଶତପଥି, ଜଗନ୍ନାଥ ପ୍ରସାଦ ମାହାଣା, ପ୍ରସନ୍ନ କୁମାର ମିଶ୍ର, ଗୋବର୍ଦ୍ଧନ ପାଣ୍ଡିଆ, କମଳ ଚକ୍ରବତ୍ତି, ବିମଲ ଚକ୍ରବତ୍ତି, ସୁକାନ୍ତ ପରିଚ୍ଛା, ଶ୍ୟାମଳ ଚକ୍ରବତ୍ତୀ, କିଶୋର ଚନ୍ଦ୍ର ପାଣିଗ୍ରାହୀ, ଶିବକୁମାର ବେଚ, ସମିର କୁମାର ଦାସ, ପ୍ରମୁଖ ତାଙ୍କର ସ୍ମୃତି ·ରଣ କରିଥିଲେ ।