ପ୍ରଧାନମନ୍ତ୍ରୀଙ୍କୁ ପାଞ୍ଚଟି ପ୍ରଶ୍ନର ଜବାବ ମାଗିଲା ମହାନଦୀ ବଞ୍ଚାଓ ଆନ୍ଦୋଳନ l
ଭୁବନେଶ୍ୱର ତା ୨୦ l ୬ l ପ୍ରଧାନମନ୍ତ୍ରୀଙ୍କ ଓଡିଶା ଗସ୍ତ ସମୟରେ ମହାନଦୀ ବଞ୍ଚାଓ ଆନ୍ଦୋଳନ ପକ୍ଷରୁ ଏକ ମାନବ ଶୃଙ୍ଖଳ ଆୟୋଜିତ ହେବା ସହିତ ପ୍ରଧାନମନ୍ତ୍ରୀ ଙ୍କୁ ମହାନଦୀ ଜଳ ବିବାଦ ସଂକ୍ରାନ୍ତରେ ପାଞ୍ଚୋଟି ପ୍ରଶ୍ନ ପଚରା ଯାଇଛି l
ଜବାବ ମାଗୁଛି ଓଡିଶା ଶ୍ଲୋଗାନ ସହିତ ଯେଉଁ ପାଞ୍ଚୋଟି ପ୍ରଶ୍ନ ଆନ୍ଦୋଳନକାରୀ ମାନେ ପଚାରିଛନ୍ତି ସେଗୁଡିକ ହେଲା
ଓଡ଼ିଶାର ଜୀବନରେଖା ମହାନଦୀ ବଞ୍ଚିରହିବ କି ନାହିଁ?, ମହାନଦୀ ଜଳ ବିବାଦର ସମାଧାନ ହେବ କେବେ?, ଛତିଶଗଡ଼ କଲମା ବ୍ୟାରେଜର ଗେଟ ଖୋଲିବ କି ନାହିଁ?, ଟ୍ରିବୁନାଲ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି l ତାର ତଦନ୍ତ ହେବ କି ନାହିଁ? ଓ ଛତିଶଗଡ଼ ନିର୍ମାଣ କରିଥିବା ବେଆଇନ ନଦୀ ଜଳ ପ୍ରକଳ୍ପ ଗୁଡିକୁ ଆସିଦ୍ଧ ଘୋଷଣା କରିବେ କି ନାହିଁ?ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ କହିଛନ୍ତି ଯେ ଓଡିଶାବାସୀ ଟ୍ରିପିଲ ଇଂଜିନ ସରକାରଙ୍କ ପାଖରୁ ଅନେକ କିଛି ଆଶା ରଖିଥିଲେ ଜଳ ବିବାଦର ସମାଧାନ କ୍ଷେତ୍ରରେ l ମାତ୍ର ଦୁଇ ବର୍ଷ ବିତିଗଲା, ଓଡ଼ିଶାବାସୀ ଙ୍କ ଆଶା ଆଶାରେ ରହିଗଲା l ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ ଧୂଆଁ ବାଣ ରେ ପରିଣତ ହେଲା l ଗ୍ରୀଷ୍ମ ଋତୁରେ ମହାନଦୀ ଓ ହୀରାକୁଦକୁ ଛତିଶଗଡ଼ ପାଣି ଛାଡୁ ନାହିଁ l କେନ୍ଦ୍ର ସରକାର ଏଥିରେ ହସ୍ତକ୍ଷେପ କରିବା କଣ ଉଚିତ ନୁହଁ? ଆମେ କଣ କେନ୍ଦ୍ର ସରକାରଙ୍କ ସାବତ ପୁଅ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି l
ଏହି କାର୍ଯ୍ୟକ୍ରମରେ କଂଗ୍ରେସର ବରିଷ୍ଠ ନେତା ଜଗନ୍ନାଥ ପଟନାୟକ, ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାୟ, ସିପିଏମ ନେତା ପ୍ରଦୀପ୍ତ ନାୟକ, ଫରୱାର୍ଡ଼ ବ୍ଲକ ନେତା ଜ୍ୟୋତି ରଞ୍ଜନ ମହାପାତ୍ର, ମାନବ ଅଧିକାର କର୍ମୀ ମନୋଜ ଜେନା, ବାସୁଦେବ ଭଟ୍ଟ, ପ୍ରସନ୍ନ ବିଶୋଇ, ଗିରିଜା ଶଙ୍କର ଦାସ, ସତୀଶ ମିଶ୍ର, ପ୍ରଦ୍ୟୁମ୍ନ ମହାନ୍ତି ମନୋଜ ବାରିକ, ଲକ୍ଷ୍ମୀ ଦୋରା, ରିଙ୍କି ସାହୁ, ବିଶ୍ୱଜିତ ପଣ୍ଡା ପ୍ରମୁଖ ନେତୃତ୍ୱ ନେଇଥିଲେ l







