ଭୁବନେଶ୍ୱର(Sanjib Nayak) - ଶନିବାର ଠାରୁ ଶ୍ରୀକ୍ଷେତ୍ର ପୁରୀଠାରେ ବିଜେପିର ଦୁଇ ଦିନିଆ ଜନଜାତି ରାଷ୍ଟ୍ରୀୟ ମହାଧିବେଶନ ଆରମ୍ଭ ହେବ । ଏହି ଅବସରରେ ଆୟୋଜିତ ଆଦିବାସୀ ଅଧିକାର ରାଲିକୁ ଉଦବୋଧନ ଦେବେ ରାଷ୍ଟ୍ରୀୟ ସଭାପତି ଅମିତ ଶାହ । ସେହିପରି ଫେବୃଆରୀ ୩ ତାରିଖ ଦିନ ୧ଟା ବେଳେ ଜନଜାତି ରାଷ୍ଟ୍ରୀୟ ମହାଧିବେଶନକୁ ଶ୍ରୀ ଶାହ ଉଦବୋଧନ ଦେବେ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।
ଫେବୃଆରୀ ୩ ତାରିଖ ଦିନ ପୂର୍ବାହ୍ନରେ ଶ୍ରୀ ଶାହା ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ଏହା ପରେ ଶ୍ରୀ ଶାହା ସିଧାସଳଖ ପୁରୀ ଅଭିମୁଖେ ଯାତ୍ରା କରିବେ । ସେହିଦିନ ଦିବା ୧ଟାରେ “ଆଦିବାସୀ ଅଧିକାର’’କୁ ଶ୍ରୀ ଶାହ ଉଦବୋଧନ ଦେବେ । ଏହି ଅବସରରେ ଲକ୍ଷାଧିକ ଆଦିବାସୀ ଯୋଗ ଦେଇ ନିଜ ଅଧିକାର ସୁରକ୍ଷା ପାଇଁ ଦାବି ଓ ରାଜ୍ୟସରକାରଙ୍କ ଜନଜାତି ବିରୋଧୀ ନୀତିକୁ ବିରୋଧ କରିବେ ।
ଶ୍ରୀ ଶାହା ପୁରୀରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବା ପରେ ସଂଧ୍ୟାରେ ସାଙ୍ଗଠନିକ ବ÷ଠକରେ ବିଭିନ୍ନ ସାଙ୍ଗଠନିକ ରଣନୀତି ସଂର୍ପକରେ ଆଲୋଚନା କରିବେ ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।