ହେଡଲାଇନସ୍:

ସାତ ବର୍ଷର ଦେବର୍ଶୀଙ୍କ ଅଦମ୍ୟ ସାହସ;ମାଲଖମ୍ବରେ ଜିତିଲେ ତିନି ପଦକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପୁରୀ, (ଅନିମେଶ ପଟ୍ଟନାୟକ): ସାତ ବର୍ଷ ବୟସର ଛୋଟିଆ ଝିଅ ଦେବର୍ଶୀ ରଥ ତାଙ୍କ ଅଦମ୍ୟ ଶ୍ରମ ଓ ସାହସରେ ମାଲଖମ୍ବ ଖେଳରେ ଅଭୁତପୂର୍ବ ସଫଳତା ଅର୍ଜନ କରିଛନ୍ତି। ସ୍ଥାନୀୟ କନଭେଣ୍ଟ ସ୍କୁଲର ଦ୍ୱିତୀୟ ଶ୍ରେଣୀର ଛାତ୍ରୀ ଦେବର୍ଶୀ । ସେ ଭିଆଇପି ରୋଡ ସ୍ଥିତ ଝାଡ଼େଶ୍ୱରୀ କ୍ଲବରେ ନିଜର ଅଭ୍ୟାସ କରନ୍ତି। ସମ୍ପ୍ରତି କ୍ଲବରେ ଅନୁଷ୍ଠିତ ଗ୍ରୀଷ୍ମକାଳୀନ ତାଲିମ ଅବସରରେ ଆୟୋଜିତ ‘ମିନି ଗାର୍ଲ’ ପ୍ରତିଯୋଗିତାରେ, ସେ ବାଲାନ୍ସିଂ ବିମ୍, ଫ୍ଲୋର ଏକ୍ସରସାଇଜ୍ ଓ ଇଭିନ ବାର୍ସ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରି ମାନପତ୍ର ଓ ପଦକ ଜିତିଛନ୍ତି।

କାର୍ଯ୍ୟକ୍ରମରେ କ୍ଲବ ସମ୍ପାଦକ ପାର୍ଥ ସାରଥୀ ମହାପାତ୍ର, ଆୟୋଜନ ମୁଖ୍ୟ ସଞ୍ଜୟ ମିଶ୍ର ଓ ଅନେକ ଅତିଥିମାନେ ଉପସ୍ଥିତ ଥିଲେ। ଜିମ୍ନାଷ୍ଟିକ, ମାଲଖମ୍ବ ଓ ଯୋଗାସନ ପ୍ରତିଯୋଗିତାରେ ଅନେକ ଛାତ୍ରଛାତ୍ରୀ ଭାଗ ନେଇଥିଲେ ଓ ତାଙ୍କ ପିତାମାତାଙ୍କ ଏଥିପାଇଁ ବିଶେଷ ଭୂମିକା ରହିଛି। ଦେବର୍ଶୀ କହିଛନ୍ତି, “ମୋର ମା ବନିତା ଦୀକ୍ଷିତ ରଥ ଓ ପିତା ଜଗନ୍ନାଥ ରଥଙ୍କ ଆଶୀର୍ବାଦ ସହିତ ମୋ କ୍ରୀଡା ପ୍ରଶିକ୍ଷକ ସଞ୍ଜୟ ମିଶ୍ର ମୋତେ ସବୁବେଳେ ପ୍ରେରଣା ଓ ସାହସ ଦେଇଛନ୍ତି, ସେଥିପାଇଁ ମୁଁ ଏହି ସଫଳତା ପାଇପାରିଛି।”

0
0
0
s2sdefault