ହେଡଲାଇନସ୍:

ଏମାନେ କଣ କଳାକାର ଯେ ଏମାନଙ୍କୁ କଳାକାର ଭତ୍ତା ମିଳିବ !!!!!

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ସରକାର କହୁଛନ୍ତି ପେନସନ ନେବା ପାଇଁ  କଳାକାର ମିଳୁନାହାଁନ୍ତି |  କିନ୍ତୁ କଳାକାର ଅଛନ୍ତି, ମାଲ ମାଲ ପ୍ରଶଂସା ପତ୍ର ଅଛି | ହେଲେ ମିଳୁନି କଳାକାର ଭତ୍ତା | .ପିଠା କାର୍ଯ୍ୟକ୍ରମ ପାଲଟିଛି  ପ୍ରହସନ |  ପ୍ରଶାସନର ଆଖିରେ ଅଯୋଗ୍ୟ ବୋଧେ ଯୋଖିପାଲି ପଂଚାୟତର କଳାକାର ମାନେ.!

     ଗୌରାଙ୍ଗ ଦାସଙ୍କ ରିପୋର୍ଟ : କିଛିଦିନ ତଳେ ଦୈନିକ ପ୍ରମୁଖ ଖବର କାଗଜରେ ଗୋଟେ ଲେଖା ଆସିଥିଲା ଯେଉଁଥିରେ ଲେଖା ହୋଇଥିଲା ଯେ କଳାକାର ଭତ୍ତା ନେବାପାଇଁ କଳାକାର ମିଳୁ ନାହାନ୍ତି |. ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସରକାରଙ୍କ ହିସାବରେ ସତ୍ୟ.ସରକାର 50 ହଜାର କଳାକାର ଭତ୍ତା ଦେବା ପାଇଁ ଲକ୍ଷ୍ୟ  ରଖିଥିବା ବେଳେ ତାହା ପୂରଣ ହୋଇପାରୁନଥିଲା | ବଳକା କଳାକାର ଭତ୍ତା ଦେବାପାଇଁ ବୟସ ସୀମା କୋହଳ କରିବା ପାଇଁ ମଧ୍ୟ ମାନସ ମନ୍ଥନ ହେଉଥିବାର ଖବର କାଗଜରେ ଲେଖା ଅଛି |  କିନ୍ତୁ ବାସ୍ତବତା ହେଉଛି ଅଲଗା, ଗାଁ ମାନଙ୍କରେ ଅନେକ କଳାକାର ଅଛନ୍ତି ଯେଉଁମାନେ ତାଙ୍କ ପ୍ରତିଭା ଦ୍ୱାରା ଅଂଚଳରେ ଗୌରବ ସୃଷ୍ଟି କରିଛନ୍ତି | ହେଲେ ମଧ୍ୟ ସରକାର ତଥା ପ୍ରଶାସନର  ନଜର ତାଙ୍କ ଉପରେ ପଡୁନାହିଁ |  ପାଖରେ ମାଲାମାଲ ପ୍ରଶଂସା ପତ୍ର, ଦୀର୍ଘ ଦିନର ଅଭିଜ୍ଞତା.ବାରମ୍ବାର ପ୍ରଶାସନର ଦ୍ୱାରସ୍ତ ହୋଇମଧ୍ୟ କିଛି ସୁଫଳ ମିଳିନାହିଁ ତାଙ୍କୁ  | ଶୁଣିବାକୁ କେହି ନାହାନ୍ତି ତାଙ୍କ କଥା |  ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଯୋଖିପାଲି ଗ୍ରାମରେ ଏଭଳି ଅନେକ କଳାକାର ଅଛନ୍ତି ଯେଉଁମାନେ ସମ୍ପୂର୍ଣ ରୂପେ କଳାକାର ଭତ୍ତା ପାଇବା ପାଇଁ ଯୋଗ୍ୟ | କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ସେମାନେ ଉକ୍ତ ସୁବିଧାରୁ ବଞ୍ଚିତ.| କଳାକାର ମାନେ ହେଲେ କ୍ଷେତ୍ର କାଳୁ, ବାସୁଦେବ ବରିହା, ଶ୍ରୀପତି ସରାପ, ଅନାଦୀ ବରିହା, ଆନନ୍ଦ ସାହୁ, ଶ୍ରୀମୁଖ ଡ଼ନସନା, ଗୋବିନ୍ଦ ଡ଼ନସନା,ସେନା ଭୁଏ |   ଏନେଇ ଅନେକ କାର୍ଯ୍ୟାଳୟକୁ  ଯାଇ  ମଧ୍ୟ କିଛି ଲାଭ ପାଇନାହାନ୍ତି |  ସେମାନଙ୍କୁ ନ୍ୟାୟ ଦେବାପାଇଁ ଗ୍ରାମର ଯୁବ ସଂଗଠନ Youth Against Corruption, Jokhipali ର ସଦସ୍ୟ ମାନେ  ଟ୍ୱିଟର ମାଧ୍ୟମରେ ସେହି କଳାକାର ମାନଙ୍କ ଦାବିକୁ ମୁଖ୍ୟମନ୍ତ୍ରୀ ତଥା କଳା ସଂସ୍କୃତି ବିଭାଗ ଆଗରେ ଉପସ୍ଥାପନ କରିଥିଲେ ସୁଦ୍ଧା ତାଙ୍କ ପ୍ରତ୍ୟୁତ୍ତରରେ କୌଣସି ସନ୍ତୋଷ ଜନକ ଉତ୍ତର ମିଳି ନଥିଲା.. ସେମାନେ ପ୍ରଶ୍ନକୁ ଏଡାଇ ଦେଇ କହିଥିଲେ ଯେ ଯାହା ପିଠା କାର୍ଯ୍ୟକ୍ରମରେ ଦିଆ ଯାଇଛି ତାହା ଠିକ | ଏଠାରେ ଗୋଟେ ପ୍ରଶ୍ନ ଉଠୁଛି ଯେ ପ୍ରକୃତରେ ପିଠା କାର୍ଯ୍ୟକ୍ରମ କାହା ସ୍ୱାର୍ଥ ପାଇଁ କରା ଯାଉଛି, | ଯଦି କରାଯାଉଛି ତ ଏଭଳି ସମସ୍ୟା କାହିଁକି ଉଠୁଛି |  ପିଠାପଣା କରି ପିଠା କାର୍ଯ୍ୟକ୍ରମର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରୁନାହିଁ |ଗୌରାଙ୍ଗ ଦାସଙ୍କ ରିପୋର୍ଟ 

ଯଦି ଯୋଖିପଲ୍ଲୀ ଏହି କଳାକାରମାନଙ୍କ କଥା ଚିନ୍ତା କରିବା ତେବେ ସରକାରଙ୍କ ଦୃଷ୍ଟିରେ ଏମାନେ କଳାକାର ନୁହନ୍ତି | ତେଣୁ ଯେହେତୁ ଏ ସରକାରଙ୍କ ଆଖିକୁ ଏମାନେ କଳାକାର ବୋଲି ନଜରରେ ପଡୁନାହାନ୍ତି,. ତେଣୁ ଏମାନଙ୍କୁ କଳାକାର ଭତ୍ତା ମିଳିବ ବା କାହିଁକି ! 

ଧନ୍ୟ ପ୍ରଶାସନ, ଧନ୍ୟ ତା ନଜର | ଧନୀ ଲୋକ କାଳିଆ ନ ରେସନ କାର୍ଡ ନେଇଥିବା ବେଳେ ଗରିବ ଲୋକ ସେଥିରୁ ବଂଚିତ ହେଉଥିଲା ଭଳି କଳାକାର ଭତ୍ତା ଏହି ଯୋଗ୍ୟ ଲୋକ କଳାକାରଙ୍କ ଭାଗ୍ୟରେ ଜିତିବା ବା କାହିଁକି !!!!

ହେଲେ ଲୋକଙ୍କ ଭିତରେ ଏହାକୁ ନେଇ ଚର୍ଚା, ଯଦି ଯୋଗ୍ୟ ଲୋକ ପାଖରେ ଯୋଜନାର ସୁଫଳ ପହଁଚୁନି ତେବେ ଏ ଯୋଜନା କାହା ପାଇଁ | ତେଣୁ  ପ୍ରଶାସନ ଉକ୍ତ ବିଷୟ ପ୍ରତି ଧ୍ୟାନ ଦେଇ ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ.

0
0
0
s2sdefault