ହେଡଲାଇନସ୍:

ପଂଚାୟତସ୍ତରୀୟ ମିଶନ ଶକ୍ତି ସଚେତନତା କାର୍ଯ୍ୟକ୍ରମ ଉଦ୍ଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆନନ୍ଦପୁର/ହାଟଡିହି  (ମକରଧ୍ୱଜ ଜେନା):ଆନନ୍ଦପୁର ଉପଖଣ୍ଡରେ ଥିବା ସମସ୍ତ ପଂଚାୟତ ତରଫରୁ ଆନନ୍ଦପୁର ବ୍ଲକ୍ ପରିସରରେ ଜିଲ୍ଲା ମଙ୍ଗଳ ଅଧିକାରୀଣି ସ୍ୱର୍ଣପ୍ରଭା ମିଶ୍ରଙ୍କ ଅଧ୍ୟକ୍ଷତାରେ ମିଶନ ଶକ୍ତି ସଚେତନତା  ଅଭିଯାନ ଆନୁଷ୍ଠାନିକ  ଆରମ୍ଭ ହୋଇଯାଇଛି । ଦୀର୍ଘ ୬୦ ଦିନ ଧରି ଚାଲିବାକୁ ଥିବା ଏହି ଅଭିଯାନକୁ ଆନନ୍ଦପୁର ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ସାହୁ ଉଦ୍ଘାଟନ କରିବା ସହ ମିଶନ ଶକ୍ତିର ଲକ୍ଷ୍ୟ ଆଉ ଉଦେ୍ଧଶ୍ୟ ବିଷୟରେ  ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ସୂଚନା ଦେଇଥିଲେ  । ଶ୍ରୀ ସାହୁ  କହିଥିଲେ ଯେ,   ୧୮ ରୁ ୬୫ ବର୍ଷ ମଧ୍ୟରେ ୧୦ ରୁ ୧୫ ଜଣ ମହିଳାଙ୍କୁ ନେଇ ନୂତନ ସ୍ୱୟଂ ସହାୟକ ଗୋଷ୍ଠୀ  ଗଠନ କରାଯାଇପାରିବ  । ୨୦୦୧ ମସିହା ମାର୍ଚ୍ଚ ୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମିଶନ ଶକ୍ତି ଅନ୍ତର୍ଗତ ବର୍ତ୍ତମାନ ସୁଦ୍ଧା ସାରା ଓଡିଶାରେ ୬ ଲକ୍ଷ ସ୍ୱୟଂସହାୟକ ଗୋଷ୍ଠୀ  ଗଠନ ହେବା ସହ ସେଥିରେ ପ୍ରାୟ  ୭୦ ଲକ୍ଷ ମହିଳା ସାମିଲ ହୋଇସାରିଲେଣି ବୋଲି ଉପଜିଲ୍ଲାପାଳ ଶ୍ରୀ ସାହୁ ସୁଚାଇ ଦେଇଥିଲେ । ସେହିପରି ଜିଲ୍ଲା ମଙ୍ଗଳ ଅଧିକାରୀଣି ମିଶନ ଶକ୍ତି ଦ୍ୱାରା ପ୍ରତ୍ୟକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୧୫,୦୦୦ ଟଙ୍କାର ଆର୍ଥିକ ସହାୟତା ଦିଆ ଯାଉଥିବା କହିଥିଲେ । ସେହିପରି ପ୍ରତ୍ୟକ ବ୍ଲକ୍ ସ୍ତରୀୟ ମହାସଂଘକୁ ୨୫ ଲକ୍ଷ ଟଙ୍କାର ଆର୍ଥୀକ ସହାୟତା ପ୍ରଦାନ କରାଯାଉଥିବାର ମଧ୍ୟ କହିଥିଲେ । ମୁଖ୍ୟ ଅତିଥି ଶ୍ରୀ ସାହୁ ମିଶନ ଶକ୍ତି ସଚେତନତା ରଥକୁ ପତକା ଦେଖାଇ ଯାତ୍ରାର ଶୁଭାରମ୍ଭ କରାଇଥିଲେ ।  

 

0
0
0
s2sdefault