ହେଡଲାଇନସ୍:

ଏସ୍ପିଙ୍କ ନିର୍ଦ୍ଦେଶରେ ପୋଲିସର  ସ୍ୱତନ୍ତ୍ର ଟିମ ଗିରଫ କଲାଦୁର୍ଦ୍ଦାନ୍ତ  ଡକାୟତ ଦଳକୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ୪ଟି  ବାଇକ ସହିତ ୨ଟି ପିସ୍ତଲ ଓ ୭ଟି ମୋବାଇଲ ଫୋନ ଜବତ

ଟିଟିଲାଗଡ଼, (Sunil Behera )  ବଲାଙ୍ଗିର ଜିଲ୍ଲାର ବିଭିନ୍ନ ସ୍ଥାନରେ ସଂଘଟି ଲୁଟ ଓ ଡ଼କାୟତି ମାମଲାରେ ସଂପୃକ୍ତ ୯ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରବାରେ ବଡ଼ ସଫଳତା ହାସିଲ୍ କରିଛି । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଅଜିତ୍ ବାଗ (୨୬) ପି.୰ସୁନ୍ଦର ବାଗ କଦମ ପଡ଼ା ଥାନା ବଲାଙ୍ଗିର,ରାଜେଶ ବାଗ (୨୪) ପି.ବିରାତ ବାଗ ଡ଼ୁମେରପାଲି ଥାନା ସଇଁତଲା,ଅମିତ ରଣା(୨୨)ପି.ବିଦ୍ୟାଧର ରଣା ସଇଁତଲା,ଅଶ୍ୱର୍ମିନି ହରପାଳ(୨୪)ପି.୰ଶିବ ହରପାଳ ଜାଲିଆ ଥାନା ତୁସୁରା,ପ୍ରଶାନ୍ତ ନନ୍ଦ(୨୪)ପି.୰ରାଜୁ ନନ୍ଦ ବସୁପାଲି ସଦରଥାନା ବଲାଙ୍ଗିର, ଆର୍ତ୍ତ ଚିନଦା (୨୪)ପି ଅକ୍ଷୟ ଚିନଦା ସିନଖମନ ସଦରଥାନ ବଲାଙ୍ଗିର ,ଅମରିଶ୍ ପଟ୍ଟନାୟକ (୩୨)ମନ୍ଦର ପଟ୍ଟନାୟକ ରୁଗୁଡ଼ିପାଲି ବଲାଙ୍ଗିର,ଅଶୋକ ହରପାଳ(୨୨) ଶିବ ହରପାଳ ଜାଲିଆ ଥାନା ତୁଷୁରା ରହିଛନ୍ତି ସେମାନଙ୍କ ଠାରୁ ପୁଲିସ ୪ଟି ବାଇକ୍ ୭ଟି ମୋବାଇଲ  ପୋନ୨ଦୁଇଟି ପିସ୍ତଲ ଦୁଇ ଅଫୁଟା ଗୁଲି ନଗଦ ୪୫ହଜାର ଟଙ୍କା ଏବଂ ଗୋଟିଏ ଲାଠି ଜବତ କରିଛି । ଏ ନେଇ ସଇଁତଲା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବଲାଙ୍ଗିର ଏସ୍ପି କେ.ଶିବା ସୁବ୍ରମଣି ସୂଚନା ଦେଇ କହିଛନ୍ତି ଯେ,ଅଭିଯୁକ୍ତମାନେ ଲୁଟ ଟଙ୍କାରୁ ଅଧିକାଂଶ ନିଜ ଘର ତିଆରି କରିବାସହ ବାଇକ ଆଦି ବିଭିନ୍ନ ସଉକିନ ସାମଗ୍ରୀ କିଣାକିଣିରେ ଖର୍ଚ୍ଚ କରିସାରିଛନ୍ତି ତେଣୁ ସେମାନଙ୍କୁ ତାଙ୍କ ବ୍ୟକ୍ତିଗତ ସମ୍ପତ୍ତିରୁ ଭରଣା ଦେବାକୁ ପଡିବ । ଏହିଭଳି ଘଟଣାରେ  ବବୁଲୁ ନାମରେ ବଲାଙ୍ଗିର,ଲୋଇସିଂଙ୍ଗା,ତୁଷୁରା,ସଇଁତଲା,ଟିଟିଲାଗଡ଼ ୨୦୧୨ମସିହାରୁ କେସ ଅଛି । ବଲାଙ୍ଗିର ଟାଉନ କେସ ନଂ-୧୩୫ ତା.୧୫.୫.୨୦୧୨ୟୁ/ଏସ-୩୦୭/୩୨୬/୩୪ଆଇପିସି,ବଲାଙ୍ଗିର ଟାଉନ  ଥାନା କେସ ନଂ-୦୨ ତା.୨୧.୭.୨୦୧୩ ୟୁ/ଏସ-୩୪୧/୩୭୦/୫୦୬/୩୪ଆଇପିସି,ବଲାଙ୍ଗିର ଟାଉନ  ଥାନା କେସ ନଂ-୫୦ ତା.୧୩.୨.୧୪ୟୁ/ଏସ-୩୯୯/୪୦୨ଆପିସି,ବଲାଙ୍ଗିର ଟାଉନ  ଥାନା କେସ ନଂ-୧୬୩ ତା.୨୮.୪.୨୦୧୬ ୟୁ/ଏସ- ୪୨୦/୪୩୭/୪୬୮/୪୭୧/୧୨୦(ବି)ଆପିସି,ବଲାଙ୍ଗିର ଟାଉନ  ଥାନା କେସ ନଂ୧୭୦ ତା.୦୩/୦୫/୨୦୧୬ ଧାରା -୪୨୦/୪୪୭/୫୦୬/୧୨୦(ବି),ବଲାଙ୍ଗିର ଟାଉନ ଥାନା କେସ ନଂ୧୦୪ ତା.୦୨/୦୫/୨୦୧୬ ୟ/ୁଏସ-୧୪୭/୧୪୮/୩୦୭/୩୪୨/୧୪୯/୧୨୦(ବି) ଆଇପିସି, ବଲାଙ୍ଗିର ଟାଉନ ଥାନା କେସ ନଂ ୨୪୮ ତା.୨୨/୦୬/୨୦୧୬ ଧାରା - ୩୪୨/୨୯୪/୧୨୦(ବି)/୩୬୭/୩୨୩/୩୮୬/୫୦୬/୩୪ ଆଇପିସି ୨୫/୨୭ ଆର୍ମ୍ସ ଆକ୍ଟ, ବଲାଙ୍ଗିର ଟାଉନ ଥାନା କେସ ନଂ.୧୭ ତା.୧୯/୦୧/୨୦୧୭ ୟୁ/ଏସ-୩୪୧/୨୯୪/୩୮୬/୩୦୭/୫୦୬/୩୪ ଆପିସି, ବଲାଙ୍ଗିର ଟାଉନ ଥାନା କେସ ନଂ.୧୫୬ ତା.୧୫/୦୬/୨୦୧୭ ୟୁଏସ-୩୪୧/୩୨୩/୨୯୪/୫୦୬/୩୭୯/୩୪ ଆପିସି,ବଲାଙ୍ଗିର ସଦର ଥାନା କେସ ନଂ.୧୬୭ ତା.୧୯/୦୮/୨୦୧୮ ୟୁ/ଏସ-୩୦୭ ଆଇପିସି୨୫/୨୭ ଆର୍ମ୍ସ ଆକ୍ଟ, ତୁଷୁରା ଥାନା କେସ ନଂ.୧୩୯ ତା.୧୬/୦୬/୨୦୧୮ ଧାରା -୩୯୪ ଆଇପିସି,ତୁଷୁରା ଥାନା କେସ ନଂ.୨୩୨ ତା.୧୧/୦୯/୨୦୧୮ ୟୁ/ଏସ-୩୯୪ ଆପିସି ୨୫/୨୭ ଆର୍ମ୍ସ ଆକ୍ଟ,ସଇଁତଳା ଥାନା କେସ ନଂ.୦୭ ତା.୨୦/୦୧/୨୦୧୯, ଧାରା -୩୯୪/୩୦୭ ଆଇପିସି ୨୫/୨୭ ଆର୍ମ୍ସ ଆକ୍ଟ,ଲୋଇସିଂହା ଥାନା କେସ ନଂ. ୭୨/୨୦୧୬ ଧାରା -୩୯୧ ଆପିସି,ଟିଟିଲାଗଡ ଥାନା କେସ ନଂ.୩୭୭ ତା.୨୧/୧୨/୨୦୧୮ ଧାରା -୩୯୪ ଆଇପିସି ୨୫/୨୭ ଆର୍ମ୍ସ ଆକ୍ଟ, ଗତ କିଛି ଦିନ ତଲେ ସଇଁତଲା ଥାନା ଅନ୍ତର୍ଗତ ଭତାସର ଛକ ଠାରେ ଆମ୍ବପାଳି ଭାଟି ମ୍ୟାନେଜରଙ୍କୁ ଗୁଲି ମାଡ଼କରି ଲୁଟେରା ମାନେ ତାଙ୍କ ଠାରୁ ୩ଲକ୍ଷ ୬ହଜାର ଟଙ୍କା ଲୁଟି ନେଇଥିଲେ । ଏହା ପରେ ପୁଲିସ ସଇଁତଲା ଥାନାରେ କେସ ନଂ୦୭/୨୦/୧/୨୦୧୯ଦଫା ୩୯୪/୧୨୦(ବି)ଆଇପିସି.୨୫/୨୭ଆର୍ମ ଆକ୍ଟରେ ମାମଲା ରୁଜୁ କରି ଅପରାଧିମାନଙ୍କୁ ଧରିବା ପାଇଁ ତତ୍ପରତା  ପ୍ରକାଶ କରିଥିଲେ । ପରବର୍ତ୍ତି ସମୟରେ ଏଭଲି ଲୁଟ୍ର ମାଷ୍ଟରମାଇଣ୍ଡ କୁହାଯାଉଥିବା ବାବୁଲୁ ମହାନନ୍ଦକୁ ଧରିବା ପାଇଁ ଏସ୍ପିଙ୍କ ନିଦେ୍ର୍ଧଶରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଉକ୍ତ ଟିମ୍ ଗତ ଶନିବାର୍ ସଂଧ୍ୟାରେ ବାବୁଲୁ ମହାନନ୍ଦକୁ ଟିଟିଲାଗଡ଼ ରାସ୍ତା ଦେଇ ବଲାଙ୍ଗିର ଯାଉଥିବାଲେ ତାଙ୍କୁ ଗୋଏଲଭାଡ଼ି ଛକ ଠାରେ ଧରିବାରେ ସଫଲ ହୋଇଥିଲେ । ପୁଲିସ ଗୁଲିରେ ଆହତ ବବୁଲୁ ବର୍ତ୍ତମାନ ବୁର୍ଲା ମେଡ଼ିକାଲରେ ଚିକିତ୍ସାଧୀନ ନ ଅବସ୍ଥାରେ ରହିଛି । ତାହାର ସୂଚନା ଆଧାରରେ ବିଭିନ୍ନ ଲୁଟ ଓ ଡ଼କାୟତି ଘଟଣାରେ ସଂପୃକ୍ତ ଅନ୍ୟ ଆଠଜଣଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ବାବୁଲୁ ସହିତ ମିଶି ସଇଁତଲା ଥାନା ଆମ୍ବପାଲି ଭାଟି ମ୍ୟାନେଜରଙ୍କ ଠାରୁ ୩ଲକ୍ଷ ୬ହଜାର ଟଙ୍କା ଦେଓଗାଁ ମଦଭାଟିରୁ ୬ଲକ୍ଷ ଟଙ୍କା ବଡ଼ବନ୍ଧ ଆନ୍ଧ୍ର ବ୍ୟାଙ୍କ ରୁ ୧୯ଲକ୍ଷ ଟଙ୍କା ଟିଟିଲାଗଡ଼ର ବିଜେପୁର ୟୁଜିବି ବ୍ୟାଙ୍କ ମ୍ୟାନେଜରକୁ ଗୁଲି କରି ଲୁଟ ଉଦ୍ଧ୍ୟମ ଜିତୁ ମୋର୍ଟେଲରେ ଗୁଲିକାଣ୍ଡ ଭଲି ବିଭିନ୍ନ ଅପରାଧିକ ଘଟଣାରେ ସଂପୃକ୍ତ ଥିବା ନେଇ ପୁଲିସ ଏମାନଙ୍କୁ ବିଭିନ୍ନ ଜାଘାରେ ଚଢାଉ କରି ଗିରଫ କରିଥିଲା ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ଼ ଏସଡ଼ିପିଓ ସରୋଜ ମହାପାତ୍ର,ସଇଁତଲା ଥାନା ଅଧିକାରୀ ଅବନୀ ସାହୁ,ଏସଆଇ ସୁନିଲ ସୁରେନ,ଦୁର୍ବାଦଳ ମେହେର,ମହେଶ୍ୱର ଦାଶ ସୁନାନୀ ଓ ତୁଷୁରା ଥାନା ଅଧିକାରୀ ପଞ୍ଚାନନ ନାୟକଙ୍କ ସମେତ ଅନ୍ୟାନ୍ୟ ପୁଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ । 

 

0
0
0
s2sdefault