ହେଡଲାଇନସ୍:

ବାକିଆ ଘର ନିର୍ମାଣ କାମ ସାରିବାକୁ ବିଡ଼ିଓ ମାନଙ୍କୁ ନିର୍ଦ୍ଦେଶ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭଦ୍ରକ ଜିଲ୍ଲା ପରିଷଦର ସପ୍ତମ ବୈଠକ 

ଭଦ୍ରକ : ଭଦ୍ରକ ଜିଲ୍ଲାପରିଷଦର ସପ୍ତମ ବୈଠକ ଜିଲ୍ଲାପରିଷଦ  ସମ୍ମିଳନୀ କକ୍ଷରେ ଅନୁଷ୍ଠିତ  ହୋଇଯାଇଅଛି । ଜିଲ୍ଳା ପରିଷଦର ଅଧ୍ୟକ୍ଷ ଦ୍ୱିଜବର ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ବୈଠକରେ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଚାନ୍ଦବାଲିର ବିଧାୟକ ବ୍ୟୋମକେଶ ରାୟ,ଭଦ୍ରକ ବିଧାୟକଙ୍କ ପ୍ରତିନିଧି ରାଧାକାନ୍ତ ସାମଲ,ବାସୁଦେବପୁର ବିଧାୟକଙ୍କ ପ୍ରତିନିଧି ରଘୁନାଥ ପଣ୍ଡା, ଜିଲ୍ଲାପାଳ ଜ୍ଞାନ ଦାସ, ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଧଶକ ମଧୁସୂଦନ ମିଶ୍ର, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଜ୍ୟୋସ୍ନାରାଣୀ ମହାନ୍ତି, ସମସ୍ତ ଜିଲ୍ଲାପରିଷଦର ସଭ୍ୟ ସଭ୍ୟା ,ସାତଟି ବ୍ଲକର ଅଧ୍ୟକ୍ଷ / ଅଧ୍ୟକ୍ଷା ସମେତ ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ବୈଠକରେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ସପ୍ତମ ଜିଲ୍ଲାପରିଷଦ ବୈଠକରେ  ପାନୀୟଜଳଯୋଗାଣ ଓ ପରିମଳ ବ୍ୟବସ୍ଥା, ଜଳସେଚନ,ଶିକ୍ଷା, ସ୍ୱାସ୍ଥ୍ୟସେବା, ଗ୍ରାମ୍ୟବିଦୁ୍ୟତୀକରଣ ,ପ୍ରଧାନମନ୍ତ୍ରୀ ଆବାସଯୋଜନା ଓ ବିଜୁ ପକ୍କାଘର ଯୋଜନା,  ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ,ବେସାମରିକ ଯୋଗଣ ଓ ଖାଉଟି କଲ୍ୟାଣ ଆଦି ବିଷୟରେ ଆଲୋଚନା କରାଯାଇଥିଲା । ପ୍ରାରମ୍ଭରେ ପାନୀୟ ଜଳଯୋଗାଣ ଓ ପରିମଳ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା । ସରକାରଙ୍କର ଆଭିମୁଖ୍ୟ ସମସ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ସହ  ଜିଲ୍ଲାରେ ପାଇପ୍ ଲାଇନ୍ ପାନୀୟ ଜଳ ଯୋଗାଣ ପାଇଁ ୧୧୦ଟି ପ୍ରକଳ୍ପ ମଧ୍ୟରୁ ସବୁ ପ୍ରକଳ୍ପ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ସେଥି ମଧ୍ୟରୁ୧୦୪ଟି ପ୍ରକଳ୍ପ ପାଇଁ ଟେଣ୍ଡର ଇସୁ୍ୟ କରାଯାଇ ୯୮ଟି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି । ଅବଶିଷ୍ଟ ପ୍ରକଳ୍ପ କାର୍ଯ୍ୟ ଖୁବ୍ଶୀଘ୍ର ଶେଷ କରାଯିବ ବୋଲି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଗୃହକୁ ସୂଚନା ଦେଇଥିଲେ । ସେହିପରି ଜଳସେଚନ ବିଭାଗ ପକ୍ଷରୁ କ୍ଷୁଦ୍ର ଜଳସେଚନ କରାଯାଉଥିବା ଚେକ୍ଡ୍ୟାମଗୁଡିକ ତୁରନ୍ତ ନିଦ୍ଧାରିତ ସମୟରେ ଶେଷ କରିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ନିଦେ୍ର୍ଧଶ ଦିଆଯାଇଥିଲା । ଜିଲ୍ଲାର ସ୍ୱାସ୍ଥ୍ୟସେବା ଉପରେ ବୈଠକରେ ଆଲୋଚନା କରାଯାଇଥିଲା ।ଖାଲିପଡିଥିବା ଡାକ୍ତର ପ୍ରଦବୀ ପୁରଣ ନିମନ୍ତେ ବିଭାଗୀୟ ସ୍ୱାସ୍ଥ୍ୟ ସଚିବ ସହ ଆଲୋଚନା କରାଯିବ ବୋଲି ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨୦୧୮-୧୯ ଆର୍ଥିକବର୍ଷ ପାଇଁ ୮୫୯୩ଟି ଗୃହ ନିର୍ମାଣ ପାଇଁ ଧାର୍ଯ୍ୟ ଲକ୍ଷ୍ୟଥିବାବେଳେ ୫୦୯୯ଟି ଗୃହ ନିର୍ମାଣ ଶେଷ ହୋଇଛି । ଅବଶିଷ୍ଟ ଗୃହ ତୁରନ୍ତ ଶେଷ କରିବାକୁ ଜିଲ୍ଲାର ସମସ୍ତ ବିଡ଼ିଓ ମାନଙ୍କୁ ନିର୍ଦ୍ଦେଶ  ଦିଆଯାଇଛି । ବିଜ୍ଜୁ ପକ୍କା ଘର ଯୋଜନାରେ ୨୦୧୮-୧୯ଆର୍ଥିକ ବର୍ଷ ପାଇଁ ୨୦୦୦ଟି ଗୃହ ନିର୍ମାଣ ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ୨୯୯ଟି ଗୃହ ପୂର୍ଣ୍ଣାଙ୍ଗ ହୋଇଛି । ବାକି ଥିବା ଗୃହଗୁଡିକୁ ଯଥାଶୀଘ୍ର ସଂପୂର୍ଣ୍ଣ କରିବାକୁ ସମସ୍ତ ବିଡିଓଙ୍କୁ ନିଦେ୍ର୍ଧଶ ଦିଆଯାଇଅଛି । ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମିଣ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନାରେ ୨୦୧୮-୧୯ ଆର୍ଥିକ ବର୍ଷରେ ୪୭୫୮.୪୮ଲକ୍ଷଟଙ୍କା ଖର୍ଚ୍ଚ କରାଯାଇ ୧୪୭୯୯୫୦ ଅଣକୁଶଳୀ ଶ୍ରମିକଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଇ ଶ୍ରମ ଦିବସ ସୃଷ୍ଟି କରାଯାଇ ପାରିଛି । ସେହିପରି ଶିକ୍ଷା,ଗ୍ରାମ୍ୟ ବିଦୁ୍ୟତକରଣ,ସେସାମରିକ ଯୋଗଣ ବିଭାଗ ଉପରେ ବୈଠକରେ ଆଲୋଚନା କରାଯାଇଥିଲା । ପ୍ରାରମ୍ଭରେ  ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଗୃହରେ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ଜିଲ୍ଲାପରିଷଦର ଉପାଧକ୍ଷା ଜ୍ୟୋସôରାଣୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

0
0
0
s2sdefault