ପଦ୍ମପୁର/ଗାଇସିଲାଟ(ନିଳ ଦୀପ/କେଦାର ସାହୁ)-ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଜଗଲପାଟ ପଂଚାୟତରେ ସହ ଯୋଗାଣ ଅଧିକାରୀ ନିଯୁକ୍ତି ଦାବିରେ ପଂଚାୟତ ଅଫିସ ସମ୍ମୁଖରେ ଗତ ୨୮/୦୧/୨୦୧୯ ଦିନରୁ ଚାଲିଛି ଗଣଧାରଣା ।ଏହି ପଂଚାୟତରେ ବହୁତ ଶିକ୍ଷିତ ଯୁବକ ଯୁବତୀ ଥିଲେ ମଧ୍ୟ ସରପଂଚ କାହାରିକୁ ନିଯୁକ୍ତି ଦେବାପାଇଁ ଚେଷ୍ଟା କରୁ ନାହାନ୍ତି । କିନ୍ତୁ ଏହି ବ୍ଳକର ଅନ୍ୟ ସମସ୍ତ ପଂଚାୟତରେ ଏହି ପଦବୀ ପାଇଁ ନିଯୁକ୍ତି ହୋଇସାରିଛି ଓ ବେକାର ଯୁବକ ଯୁବତୀ ରୋଜଗାର କ୍ଷମ ହେବା ସହ ଲୋକଙ୍କ ସୁବିଧା ପାଇଁ ସେବା ଯୋଗାଉଛନ୍ତି ।ଏହି ସବୁ ବିଷୟରେ ସେହି ପଂଚାୟତର ଶିକ୍ଷିତ ଯୁବକ ଯୁବତୀ ମାନେ ବିଭାଗୀୟ ଅଧିକାରୀ ଯଥା ବିଡିଓ,ଉପ ଜିଲ୍ଲ୍ାପାଲ ଓ ଜିଲ୍ଲାପାଲଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପ୍ରକାରର ସୁଫଳ ମିଲିନଥିଲା ତେଣୁ ସେମାନେ ଅସନ୍ତୁଷ୍ଟ ହୋଇ ପଂଚାୟତ ସମ୍ମୁଖରେ ଧାରଣା ଦେଉଛନ୍ତି । ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ନ୍ୟାର୍ଯ୍ୟ ଦାବୀ ନ ମିଲିଲେ ଆଗାମୀ ଦିନରେ ସେମାନେ ଗାଇସିଲାଟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଚେତାବନି ଦେଇଛନ୍ତି । ଏ ବିଷୟରେ ଗାଇସିଲାଟ ବ୍ଲକ ବିଡିଓ ଶ୍ରୀମତୀ ମଧୂଛନ୍ଦା ସାହୁ ଅବଗତ ହେବାପରେ ଉଚ୍ଛକତୃପକ୍ଷଙ୍କୁ ଜଣାଇବା ସହ ବିହିତ ପଦକ୍ଷେପ ନେବେ ବଲି ଜଣାଇଛନ୍ତି ।