ହେଡଲାଇନସ୍:

ବିଶାଳ  ମହିଳା ସମାବେଶ : ଯୋଗ ଦେଲେ ହଜାରହଜାର ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )-  ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରିପଦା ଛଉପଡ଼ିଆଠାରେ ମିଶନ ଶକ୍ତି ନାମରେ ଏକ ଐତିହାସିକ ମହିଳା ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ଯୋଗ ଦେଇ ଜିଲ୍ଲାବାସୀଙ୍କ ପାଇଁ ବାରିପଦାଠାରେ ବିଶ୍ୱ ପ୍ରସିଦ୍ଧ ଛଉନୃତ୍ୟର ଉତ୍ତରୋତ୍ତର ଉନ୍ନତି, ଏହାର ସୁରକ୍ଷା ଆଦି ନିମନ୍ତେ ଛଉନୃତ୍ୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା  କରାଯିବା ସହିତ ଲାଇସେନ୍ସ ରଦ୍ଧ ହୋଇଥିବା ବାରିପଦା ଆର୍ବାନ କୋ-ଅପରେଟିଭ ବ୍ୟାଙ୍କକୁ ପୁନଃ କାର୍ଯ୍ୟକ୍ଷମ କରାଇବା ନିମନ୍ତେ ସରକାରୀସ୍ତରରେ ସମସ୍ତ ବ୍ୟବସ୍ଥା କରାଯିବା, ୨୦୦୮ରୁ କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଛାତ୍ର ଆଡ଼ମିଶନକୁ ବନ୍ଦ କରାଯାଇଥିବା ବାରିପଦା ତକତପୁରସ୍ଥିତ ମୟୂରଭଞ୍ଜ ଆୟୂର୍ବେଦ ମହାବିଦ୍ୟାଳୟର ପୁନଃ କାର୍ଯ୍ୟକ୍ଷମ କରାଇବା ସଂଗେସଂଗେ  ସରକାର ଉକ୍ତ ମହାବିଦ୍ୟାଳୟକୁ ନିଜ ହାତକୁ ନେବା, ଏବଂ ବାରିପଦା ସହରକୁ ବୁଢ଼ାବଳଙ୍ଗ ନଦୀରେ ଆସୁଥିବା ପ୍ରଳୟଙ୍କରୀ ବନ୍ୟା ଦାଉରୁ ରକ୍ଷା କରିବା ନିମନ୍ତେ ଆଡ଼ିବନ୍ଧର ନିର୍ମାଣ କରିବା ଆଦି ଘୋଷଣା କରିଛନ୍ତି । ସେହିପରି ୧୫୦କୋଟି ଟଙ୍କା ବ୍ୟୟ ଅଟକଳରେ ମୟୂରଭଞ୍ଜ ଜିଲ୍ଲା ପାଇଁ ୧୭ଟି ପ୍ରକଳ୍ପ ମୟୂରଭଞ୍ଜବାସୀଙ୍କୁ ଭୋଟି ଦେଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀପଟ୍ଟନାୟକ ପଞ୍ଚାୟତିରାଜ ବିଭାଗ ଆନୁକୂଲ୍ୟରେ ୮୫.୩୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କପ୍ତିପଦା ବ୍ଳକ ବଡଗୁଡଗୁଡିଆଠାରେ ପାଇପ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ, ପଞ୍ଚାୟତିରାଜ ଓ ଜଳ ବିଭାଗ ଆନୁକୂଲ୍ୟରେ ୧୦୬.୪୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଶୁଳିଆପଦା ବ୍ଳକ ଧାତିକା ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପର ଶିଳାନ୍ୟାସ, ଜଳସମ୍ପଦ ବିଭାଗ ଆନୁକୂଲ୍ୟରେ  ବାଲିଡିହା ଜଳ ସେଚନ ପ୍ରକଳ୍ପର ଉନ୍ନତିକରଣ କାର୍ଯ୍ୟର ଶିଳାନ୍ୟାସ, ଜଳ ସମ୍ପଦ ବିଭାଗ ଆନୁକୂଲ୍ୟରେ ରାସଗୋବିନ୍ଦପୁର ବ୍ଲକ  ଜମ୍ଭୀରା ନଦୀ କୂଳ ରାଇଡିହା ଠାରୁ କୁସୁଡିହା ପର୍ଯ୍ୟନ୍ତ ଉଭୟ ପାଶ୍ୱର୍ର ସୁରକ୍ଷା କରଣ ପ୍ରକଳ୍ପର ଶିଳାନ୍ୟାସ, ପୂର୍ତ୍ତ ବିଭାଗ ଆନୁକୂଲ୍ୟରେ ବାରିପଦା- ପ୍ରତାପପୁର-ବଡସାହି ମାଣତ୍ରୀ ୧୫.୩୦୦କମି ରାସ୍ତାରେ ଥିବା ବୁଢ଼ାବଳଙ୍ଗ ନଦୀ ଉପରେ ସେତୁର ଶିଳାନ୍ୟାସ, ଜଳସମ୍ପଦ ବିଭାଗ ଆନୁକୂଲ୍ୟରେ ବାଙ୍ଗିରିପୋଷି ବ୍ଲକ ଅର୍ନ୍ତଗତ କଣ୍ଟାାସୋଲା ଗ୍ରାମରେ ତିଲେଇ ଜଳସେଚନ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ପଂଚାୟତି ରାଜ ଓ ପାନୀୟ ଜନ ବିଭାଗ ଆନୁକୂଲ୍ୟରେ ଶୁଳିଆପଦା ବ୍ଳକ ‘ାନିଆ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପର ଉଦଘାଟନ, ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଆନୁକୂଲ୍ୟରେ ମୋରଡା ବ୍ଳକ ଜୁଅଳିଭଙ୍ଗା ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପର ଉଦଘାଟନ, ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଆନୁକୂଲ୍ୟରେ ଶାମାଖୁଣ୍ଟା ବ୍ଳକ ଜ୍ୟୋତିପୁରଠାରେ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପର ଉଦଘାଟନ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଆନୁକୂଲ୍ୟରେ ବାରିପଦାଠାରେ ନିର୍ମାଣ ହୋଇଥିବା ଜିଲ୍ଲାସ୍ତରୀୟ ପଂଚାୟତ ସମ୍ବଳ କେନ୍ଦ୍ରର ଉଦଘାଟନ, ଗ୍ରାମ୍ୟ ଉନ୍ନୟନ ବିଭାଗ ଆନୁକୂଲ୍ୟରେ ନିର୍ମିତ ସୋନ ନଦୀ ଉପରେ (ଉଦଳା-ତେଲଦିହୁଡି-ଡିମଗଡିଆ ରାସ୍ତାରେ) ବିଜୁ ସେତୁର ଉଦଘାଟନ, ଗ୍ରାମ୍ୟ ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଜମ୍ଭୀରା ନଦୀ ଉପରେ (ଗଡିଆ-ଭାରବାଡି-କେନ୍ଦୁଡିହା ରାସ୍ତାରେ)ନିର୍ମିତ ବିଜୁ ସେତୁର ଉଦଘାଟନ, ଗ୍ରାମ୍ୟ ଉନ୍ନୟନ ବିଭାଗ ଆନୁକୂଲ୍ୟରେ  ବୁଢ଼ାବଳଙ୍ଗ ନଦୀ ଉପରେ (ବର୍ତନା-ନିଶ୍ଚିନ୍ତପୁର ରାସ୍ତାରେ) ନିର୍ମିତ ବିଜୁ ସେତୁର ଉଦଘାଟନ, ପର୍ତ୍ତ ବିଭାଗ ଆନୁକୂଲ୍ୟରେ ଉଦଳା ଠାରେ ୫୦ଶଯ୍ୟା ବିଶିଷ୍ଟ ଶିଶୁମାତୃ ମଙ୍ଗଳ ଚିକିତ୍ସାଳୟର ଶୁଭ ଉଦଘାଟନ, ପୂର୍ତ୍ତ ବିଭାଗ ଆନୁକୂଲ୍ୟରେ ୭୨୬ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟରେ ୪ଶହ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଶୁଭ ଉଦଘାଟନ, ପୂର୍ତ୍ତ ବିଭାଗ ଆନୁକୂଲ୍ୟରେ  (ଶେରଗଡ-ନୀଳଗିରି-କପ୍ତିପଦା-ଉଦଳା-ବାରିପଦା-ମେଦିନାପୁର) ରାସ୍ତାର ଚମ୍ପା ସେତୁର ଶୁଭଉଦଘାଟନ, ପୂର୍ତ୍ତ ବିଭାଗ ଆନୁକୂଲ୍ୟରେ ମହାରାଜା କନିଷ୍ଠ  ମହାବିଦ୍ୟାଳୟର ୩ଶହ ଶଯ୍ୟା ଓ ସରକାରୀ ମହିଳା ମହାବିଦ୍ୟାଳୟର ୩ଶହ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଏହିପରି ମୋଟ ୧୧ଟି ଜନହୀତକର ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ମିଶନ ଶକ୍ତିର ନିଦେ୍ର୍ଧଶକ ସୁଜାତା କାର୍ତ୍ତିକେୟନ ଅଧ୍ୟକ୍ଷତାରେ ଆୟୋଜିତ ଆଜିର ଏହି ମିଶନ ଶକ୍ତି ମହିଳା ସମାବେଶରେ ନିର୍ଲିପ୍ତା ମଞ୍ଚ ପରିଚାଳନା କରିଥିବା ସମୟରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପ୍ରମୁଖଙ୍କ ସମେତ ମିଶନ ଶକ୍ତି ସହିତ ଜଡ଼ିତ ରହିଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ  ମହାସଂଘର ସଭାପତି ପ୍ରମୁଖ ମଞ୍ଚାସୀନ ରହିଥିଲେ । ତେବେ ଏହି ଐତିହାସିକ ମହିଳା ସମାବେଶ ସମ୍ପୂର୍ଣ୍ଣ ଅବ୍ୟବସ୍ଥା ଭିତରେ ଶେଷ ହୋଇଥିଲା । ଗଣମାଧ୍ୟମର ପ୍ରତିନିଧିମାନଙ୍କ ଖବର ସଂଗ୍ରହ ଓ ‘ଟୋ ଉତ୍ତୋଳନ ନିମନ୍ତେ କୌଣସି ବ୍ୟବସ୍ଥା ନଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଶିଳାନ୍ୟାସ ଓ ଉଦଘାଟନ ସ୍ଥଳକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଛଡ଼ାଯାଇ ନଥିଲା ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ନିମନ୍ତେ ମଧ୍ୟ ସୁଯୋଗ ଦିଆଯାଇ ନ ଥିଲା । 

            ମୁଖ୍ୟମନ୍ତ୍ରୀ ନବୀନଙ୍କ ଦ୍ୱାରା ବାରିପଦା ଆର୍ବାନ ବ୍ୟାଙ୍କ ପୁର୍ନକାର୍ଯ୍ୟକ୍ଷମ ବ୍ୟବସ୍ଥା କରାଯିବା, ଛଉନୃତ୍ୟ ଗବେଷଣାକେନ୍ଦ୍ର ପ୍ରତିଷ୍ଠା  କରାଯିବା , ଆୟୁର୍ବେଦିକ ମହାବିଦ୍ୟାଳୟକୁ ସରକାର ହାତକୁ ନେବା ଓ ଆଡ଼ିବନ୍ଧ ନିର୍ମାଣ ଆଦି ଘୋଷଣା କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତାର ସୁଅ ଛୁଟିବାରେଲାଗିଛି । ବାରିପଦା ସିଟିଜେନ ଫୋରମ, ମଧୁବନ ଡେ଼ଭଲାପମେଣ୍ଟ କମିଟି, ଛାଉଣୀ ଆଦିଅନୁଷ୍ଠାନ  ପକ୍ଷରୁ ଏହା ସ୍ୱାଗତ ଯୋଗ୍ୟ ପଦକ୍ଷେପ, ଏଥି ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରଦାନ କରିଥିବା ବେଳେ ବିଜେଡ଼ି ତ୍ୟାଗ କରି ଝାଡ଼ଖଣ୍ଡରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡ଼ୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ତେବେ ଏହା ନିର୍ବାଚନୀ ଘୋଷଣାରେ ପରିଣତ ନ ହୋଇ ନିର୍ବାଚନ ଆଚରଣ ବିଧି ଲାଗୁହେବା ପୂର୍ବରୁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବାର ଆବଶ୍ୟକତା ରହିଛି ବୋଲି ମତ ଦେଇଛନ୍ତି । 

 

0
0
0
s2sdefault