ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଲେ କ୍ଷତିଗ୍ରସ୍ତ ପ୍ରଜା
ଗୁଣପୁରରୁ ସିଦ୍ଧାର୍ଥ ଦାଶ : ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ତିତିଲି କ୍ଷତିଗ୍ରସ୍ତ ଧାନ, କପା ଓ କାଜୁ ବଗିଚା ଚାଷୀ ଙ୍କୁ କ୍ଷତି ପୂରଣ ପୈଠ କରିନଥିବା ବିରୋଧ କରି ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଅଧିନସ୍ଥ ୧୯ ଗ୍ରାମପଞ୍ଚାୟତ ର ଗ୍ରାମ ମଖିଆ ଏବଂ ଆଦିବାସୀ ଓ ଚାଷୀକୂଳ ଅହୋରାତ୍ର ଆଜି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଥିବା ଦେଖିବାକୁ ମିଳିଛି ।
ଲୋକଚେତନା ସଙ୍ଗଠନ ଏବଂ ରାୟଗଡ଼ା ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ସରକାର ଙ୍କ ଦୋମୁହାଁ ନୀତିକୁ ନେଇ କ୍ଷୋଭ ପ୍ରକାଶ କରାଯାଇଛି। ଜଙ୍ଗଲ ଜମିର ପଟା ପାଇବା ନିମନ୍ତେ ଦୁଇ ହଜାର ରୁ ଉର୍ଦ୍ଧ ଆବେଦନ ପତ୍ର ତହସିଲ କାର୍ଯ୍ଯାଳୟ ରେ ଦାଖଲ ହୋଇଥିଲେ ସୁଦ୍ଧା ଏଯାବତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଅଭିଯୋଗ ହୋଇଛି ।
ଏଥି ନିମନ୍ତେ ଏକ ୧୩ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ଗୁଣପୁର ଉପଜିଲ୍ଲାପାଳ ଙ୍କ ଜରିଆରେ ଜିଲ୍ଲାପାଳ ରାୟଗଡ଼ା , ଏସ୍ ପି ରାୟଗଡ଼ା , ତହସିଲଦାର ଗୁଣପୁର , ପ୍ରକଳ୍ପ ପ୍ରଶାସକ ଆଇ ଟି ଡ଼ି ଏ ଗୁଣପୁର , ମୁଖ୍ୟ ଶାସନ ସଚିବ ଓଡିଶା , ରାଜସ୍ୱ ସଚିବ ଓଡିଶା , ମୁଖ୍ୟମନ୍ତ୍ରୀ ଓଡିଶା , ବିରୋଧୀ ଦଳ ସଦସ୍ୟ ଓଡିଶା ଏବଂ ଜଙ୍ଗଲ ମନ୍ତ୍ରୀ ଓଡିଶା ଙ୍କୁ ପ୍ରେରଣ କରାଯାଇଛି ।
ଏହି ଦାବି ପତ୍ର ରେ ତିତିଲି କ୍ଷତିଗ୍ରସ୍ତ ସମସ୍ତ ପରିବାର କୁ ତୁରନ୍ତ ଗୃହ ଯୋଗାଇ ଦିଆଯାଉ , ଜଙ୍ଗଲ ଅଧିକାର ଆଇନ ବଳ ରେ ଦରଖାସ୍ତ ଗ୍ରହଣ ତାରିଖ ନିୟମିତ ରଖାଯାଇ ଏକ ସ୍ବତନ୍ତ୍ର ଅଧିକାରୀ ଙ୍କୁ ଦାୟିତ୍ଵ ଦିଆଯାଉ , ଗୁଣପୁର ସହର ରେ ତୁରନ୍ତ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରାଯାଉ , ପାଞ୍ଚ ବର୍ଷରୁ ଅଧିକା ସମୟ ଜିଲ୍ଲା ରେ କାର୍ଯ୍ୟ କରି ଆସୁଥିବା ଦାୟିତ୍ଵ ସମ୍ପନ୍ନ କର୍ମଚାରୀ ଙ୍କୁ ତୁରନ୍ତ ବଦଳି କରାଯାଉ ଏବଂ ବର୍ତ୍ତମାନ ସୁଦ୍ଧା ଚିହ୍ନଟ କରାଯାଇଥିବା ଓ କରାଯାଇନଥିବା ପରିବାର ଙ୍କୁ ଚିହ୍ନଟ କରି ଖାଦ୍ୟ ସୁରକ୍ଷା ଯୋଜନା କାର୍ଡ ପ୍ରଦାନ କରାଯାଉ ଭଳି ଦାବି ମାନ ରହିଛି ।
ଗରିବୀ ଆଦିବାସୀ ହରିଜନ ଓ ଚାଷୀକୂଳ ନିମନ୍ତେ ଚଳନ୍ତି ସରକାର କୁମ୍ଭିର କାନ୍ଦଣା କାନ୍ଦୁଛନ୍ତି ବୋଲି ମତ ପ୍ରକାଶ ପାଇଛି। ପୁର୍ବ ନିଷ୍ପତି କ୍ରମେ ଆଜି ଠାରୁ ଜଙ୍ଗଲ ଜମି ର ପଟ୍ଟା ଏବଂ ତିତିଲି କ୍ଷତି ପୂରଣ ଦାବି ରେ ଧାରଣା ରେ ବସିଥିବା ନେଇ ରାୟଗଡ଼ା ଜିଲ୍ଲା ବିକାଶ ପରିଷଦ ର ମୁଖ୍ୟ ଆବାହକ ଶ୍ରୀ ପ୍ରଦୀପ ଦାଶ ଓ ଲୋକ ଚେତନା ସଂଗଠନ ର ସଭାପତି ଶ୍ରୀ ଜେମ୍ସ ଶବର ସୁଚନା ଦେଇଛନ୍ତି ।
ବର୍ତ୍ତମାନ ମଧ୍ୟ ଯଦି ସରକାର ଦାବି ପୂରଣ ନ କରନ୍ତି ତାହା ହେଲେ ଆଗାମୀ ଦିନ ଆନ୍ଦୋଳନ ତୀବ୍ର କରାଯିବା ସହ ୧୯ ପଞ୍ଚାୟତ ର ଲୋକେ ରାସ୍ତା କୁ ଓଲ୍ହାଇବେ ଏବଂ ଭୋଟ ବର୍ଜନ କରିବେ ବୋଲି ସୁଚନା ଦେଇଛନ୍ତି ।