ହେଡଲାଇନସ୍:

ପିକଅପ୍ - ବାଇକ୍ ମୁହାମୁହିଁ ଧକ୍କା: ୨ ଯୁବକ ମୃତ ଜଣେ ଗୁରୁତର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

🔻କୁସୁମୀ ପେଟ୍ରୋଲ ପମ୍ପ ନିକଟରେ ଭୟଙ୍କର ଦୁର୍ଘଟଣା
🔻ପିକନିକ୍ ସାରି ଫେରିବା ବେଳେ ଘଟିଥିଲା ଦୁର୍ଘଟଣା
🔻 ଗୁରୁତ୍ବର ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର

କୁଚିଣ୍ଡା, (ଅଜୟ କୁମାର ବାଘ): ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ କୁସୁମୀ ପେଟ୍ରୋଲ ପମ୍ପ ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଗୁଦ୍‌ଗୁଦା ଜଳପ୍ରପାତରୁ ପିକନିକ୍ ସାରି ଫେରୁଥିବା ବେଳେ କୁସୁମୀ ନିକଟସ୍ଥ ପେଟ୍ରୋଲ ପମ୍ପ ପାଖରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଏବଂ ପିକଅପ୍ ଭ୍ୟାନ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣଙ୍କର ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣହାନି ଘଟିଛି। ମୃତ ଦୁଇଜଣ ହେଲେ ଚିନ୍ମୟ ଠାକୁର ଏବଂ ଗଗନ ପାତ୍ର। ସୂଚନା ଅନୁଯାୟୀ, ଦୁର୍ଘଟଣା ପରେ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ହୋଇଥିବାରୁ ଜଣଙ୍କୁ ବଞ୍ଚାଯାଇ ପାରିଲା ନାହିଁ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ଏହି ଦୁର୍ଘଟଣାରେ ଶିଶିର ଠାକୁର ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ତୁରନ୍ତ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ମୃତକ ହେଲେ ଚିନ୍ମୟ ଠାକୁର ,ଗଗନ ପାତ୍ର ଓ ଗୁରୁତର ଶିଶିର ଠାକୁର ସମସ୍ତେ କୁଚିଣ୍ଡା ଥାନା ଛେପରାବେଡା ଅଞ୍ଚଳର ହୋଇଥିବା ଜଣାପଡିଛି।

0
0
0
s2sdefault