ପଦ୍ମପୁର/ନିଳ ଦୀପ-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡରେ ନବମ ଜାତୀୟ ଭୋଟର ଦିବସ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭା ଗୃହରେ ପାଳିତ ହୋଇଯାଇଛି ।ଏହି ଉପଲକ୍ଷେ ପୂର୍ବାହ୍ନ ୯ ଘଂଟା ସମୟରେ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପରିସର ମଧ୍ୟରୁ ସ୍କୁଲ କଲେଜର ଏନସିସି ଛାତ୍ର,ଶିକ୍ଷକ ଶିକ୍ଷୟିତ୍ରୀ , ଅଙ୍ଗଡୱାଡି କର୍ମୀ,ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ଏବଂ ସହରର ସଚେତନ ନାଗରିକ ମାନଙ୍କୁ ନେଇ ଏକ ସଚେତନ ଶୋଭାଯାତ୍ରା ବାହାରି ସହର ପରିକ୍ରମା ପୂର୍ବକ ଭୋଟର ସଚେତନତା ବାର୍ତା ପ୍ରଚାରନ କରାଯାଥିଲା । ପରେ ଉପଖଣ୍ଡ ସୂଚନା ଓ ଲୋକସମ୍ପକ ଅଧିକାରୀ ଶ୍ରୀ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ଦୌଳତ ଚନ୍ଦ୍ରାକର ମଖ୍ୟଅତଥି ଭାବରେ ଯୋଗଦାନ କରି ଭୋଟର ମାନଙ୍କ ସଚେତନତା ନିମନ୍ତେ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଉପରେ ଭୋଟର ମାନଙ୍କ ଭୂମିକା ଉପରେ ଅଲୋଚନା କରିଥିଲେ । ମୁଖ୍ୟ ବକ୍ତାଭାବରେ ଅଂଚଳ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଲଲିତେନ୍ଦୁ ନାଏକ ଯୋଗଦାନ କରି ତାଙ୍କ ବକ୍ତବ୍ୟରେ ଭାରତୀୟ ଗଣତାନ୍ତ୍ରୀକ ବ୍ୟବସ୍ଥା ଏବଂ ଭୋଟର ମାନଙ୍କ ଭୂମିକା ଉପରେ ଆଲୋଚନା କରିଥିଲେ । ସମ୍ମାନୀତ ଅତିଥି ଭାବରେ ସହକାରୀ ଜିଲ୍ଲାପାଳ ସୁଶ୍ରୀ ଦିପ୍ତୀମୟୀ ଭୁଏ,ରାଜବୋଡାସମ୍ବର ଜିପିଇଓ ଶ୍ରୀ ଗିରିନ୍ଦ୍ର ସାହୁ ଯୋଗଦାନ କରି ତାଙ୍କର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଉଲ୍ଲେଖନିୟ କାର୍ଯ୍ୟ ପାଇଁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଏଲଓ ସାମନ୍ତ ବରିହା,କାଳିପ୍ରସାଦ ବେହେରା ଓ ଉପେନ୍ଦ୍ର ସାହା ଏବଂ ବିଜେପୁର ନିର୍ବାଚନ ମଣ୍ଡଳୀର ବିଏଲଓ ସୀତାଂଶୁ ଶେଖର ସାହା,ସରୋଜ କୁମାର ଦାଶ ଓ ଗୁଣସାଗର ସାହୁଙ୍କୁ ପୁରସ୍କୃତ କରାଯାଇଥିଲା ।ସଭା ପ୍ରାରମ୍ଭରେ ମୁଖ୍ୟ ଅତିଥି ଭୋଟର ଦିବସର ଶପଥପାଠ କରାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷକଶିକ୍ଷୟିତ୍ରୀ,ଛାତ୍ରଛାତ୍ରୀ,ଅଙ୍ଗଡୱାଡି କର୍ମୀ,ବିଏଲଓ ଓ ଜନସାଧାରଣ ଯୋଗଦାନ କରିଥିଲେ ।
ରାଜ୍ୟ
ପଦ୍ମପୁରରେ ନବମ ଜାତୀୟ ଭୋଟର ଦିବସ ପାଳିତ ।
- Hits: 829