ପଦ୍ମପୁର ଉପଖଣ୍ଡରେ ୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ  ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର/ନିଳ ଦୀପ- ବରଗଡ ଜିଲ୍ଲା  ପଦ୍ମପୁର ଉପଖଣ୍ଡରେ ୭୦ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି ।ଏହି ପବିତ୍ର ଉତ୍ସବରେ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୌଳତ ଚନ୍ଦ୍ରାକର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଆନୁଷ୍ଠାନିକ  ଭାବରେ ଜାତୀୟ ପତାକା ଉତୋଳନ କରିବା ସହିତ ସମବେତ ପ୍ୟାରେଡର ଅଭିବାଦନ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ଜାତୀୟ ପତାକା ଅଖଣ୍ଡତା ଏବଂ ସାର୍ବଭୌମତାକୁ ବଜାୟ ରଖିବା ସହିତ ଦେଶର ପ୍ରଗତିରେ ସମ୍ମିଲିତ ଭାବରେ ଉଦ୍ୟମ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଉତ୍ସବରେ ବିଭିନ୍ନ ସ୍କୁଲ ଓ କଲେଜରୁ ୪୪ ଗୋଟି ଦଳ ପ୍ୟାରେଡରେ ଅଂଶଗ୍ରହଣ କରିଥିଲେ ତନ୍ମଧ୍ୟରୁ ୧୧ଗୋଟି ଦଳକୁ ରନିଂ ସିଲ ସହିତ ସ୍ଥାୟୀ କପ ପ୍ରଦାନ କରାଯାଇଥିଲା  । ଏତଦ୍ ବ୍ୟତୀତ ବିଭିନ୍ନ କାର୍ଯ୍ୟାନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଉକ୍ତ ଦିବସ ପାଳନ ଅବସରରେ ପୂର୍ବରୁ ଆୟୋଜିତ ଓଡିଆ ବକ୍ତୃତା,ତର୍କ,ପ୍ରବନ୍ଧ,ଦେଶାତ୍ମକ ବୋଧକ କଣ୍ଠ ସଂଗୀତ,ଇଂରାଜି ତର୍କ,ଚିତ୍ରାଙ୍କନ ଏବଂ ଲିଖିତ ସାଧାରଣଜ୍ଞାନ ପ୍ରତଯୋଗିତାର କୃତି ପ୍ରତିଯୋଗି ମାନଙ୍କୁ ମୁଖ୍ୟ ଅତିଥି ପୁରଷ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ସଂଗୀତ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ବୟୋଜ୍ୟେଷ୍ଠ  ସଂଗୀତ ଗୁରୁ ଯୁଗଳ କିଶୋର ମହାନ୍ତି ଓ କ୍ରୀଡା କ୍ଷେତ୍ରରେ ବିଶେଷ ସହେଯାଗ ପାଇଁ ଅବସାପ୍ରାପ୍ତ କ୍ରୀଡା ଶିକ୍ଷକ ଦୁଃଶାସନ ବୁଡେକଙ୍କୁ ମୁଖ୍ୟ ଅତିଥି ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସେହିଭଲି ୨୦୧୮ ବର୍ଷ ଶ୍ରେଷ୍ଠ  ଏନ.ସି.ସି ଅଫିସର ଭାବରେ ରାଜ୍ୟସ୍ତରରେ ପୁରଷ୍କୃତ ହୋଇଥିବା ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟର ଏନ.ସି.ସି ଅଫିସର ମୋହନ ବନଛୋରଙ୍କୁ ସ୍ୱତନ୍ତ୍ର ଭାବରେ ପୁରସ୍କୃତ କରାଯାଇଥିଲା  । ଏହି ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଜେଲର ଅନ୍ତେବାସୀ,ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସିତ ରୋଗୀ ତଥା କୁଷ୍ଠ  କଳୋନିରେ ଫଳ ଓ ବିସ୍କୁଟ ବଂଟନ କରିଥିଲେ ।ଏହି ଅବସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ  ଆଶା ଓ ସକ୍ରାର ,କଳାମନ୍ଦିର ୟୁଥ କ୍ଲବ,ମାରୱାଡି ୟୁବା ମଂଚ,ଲାୟନ୍ସ କ୍ଲବ ଏବଂ ଯୁବ ରେଡକ୍ରସ ଅଂଚଳ ମହାବିଦ୍ୟାଳୟର ସଦସ୍ୟ ମାନଙ୍କ ସହେଯାଗରେ ସ୍ଥାନୀୟ ଚିକିତ୍ସାଳୟ ପରିସର ମଧ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା  ।ପ୍ରତ୍ୟୁଷରେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଡାକବାଜୀ ଯନ୍ତ୍ର ଯୋଗେ ରାମଧୂନ ପ୍ରଚାର କରାଯାଇଥିଲା । ରାଧାମାଧବ ସମିତି ଓ ସତ୍ୟସେବା ସମିତିର ସଭ୍ୟ ମାନଙ୍କ ସହେଯାଗରେ ପ୍ରଭାତ ଫେରି ଅନୁଷ୍ଠିତ ହୋଇଥିଲା । ଉପଖଣ୍ଡ ସୂଚନା ଓ ଲୋକସମ୍ପକ ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ  ଉକ୍ତ ଉତ୍ସବରେ ବିଭିନ୍ନ କାର୍ଯ୍ୟାଳୟର କର୍ମକର୍ତା,ବୁଦ୍ଧିଜିବି,ସାମ୍ବାଦିକ,ବିଭିନ୍ନ ଅନୁଷ୍ଠାନର କର୍ମକର୍ତା ଓ ଜନସାଧାରଣ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ ।ପୋଲିସ ବିଭାଗ ତରଫରୁ ବ୍ୟାପକ ସୁରକ୍ଷା  ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।

0
0
0
s2sdefault