ହେଡଲାଇନସ୍:

ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଦିନିକିଆ ଜିଲ୍ଲା ଗସ୍ତ, ବିଭିନ୍ନ ବିଭାଗକୁ ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ମଙ୍ଗଳ ବାର ) ଗଜପତି ଜିଲ୍ଲାରେ ଜିଲ୍ଲା ନୋଡାଲ ସଚିବ-ତଥା-ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶକ ଡକ୍ଟର ବୃନ୍ଦା ଡି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ମୋହନା , ରା. ଉଦୟଗିରି ଓ ରାୟଗଡ଼ ପରିଦର୍ଶନ କରି ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ବୁଲି ଦେଖିବା ସହିତ ହିତାଧିକାରୀଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ।
ସେହିପରି ମୋହନା ବ୍ଲକ ଅନ୍ତର୍ଗତ ଆଲିଗଣ୍ଡା ଠାରେ ନିର୍ମାଣ ହେଉଥିବା ମେଗା ଜଳ ଯୋଗାଣ ପ୍ରକଳ୍ପ ବୁଲି ଦେଖି ସମୀକ୍ଷା କରିଥିଲେ। ଚନ୍ଦ୍ରଗିର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଜିପି ସୁବିଧା କେନ୍ଦ୍ର ଏବଂ ବିଏନଆରଜିଏସକେ କୋଠା , ମଡେଲ ଗ୍ରାମ ପଞ୍ଚାୟତ ଅଫିସ , ମହିଳା ପ୍ରତୀକ୍ଷା ଗୃହ ପରିଦର୍ଶନ କରିଥିଲେ। ସେହିପରି ରା.ଉଦୟଗିରି ବ୍ଲକ୍ ଅନ୍ତର୍ଗତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର , ମହେନ୍ଦ୍ରଗଡ ଠାରେ ଥିବା ଗ୍ରାମୀଣ ଆବାସ ଅଧୀନରେ ପ୍ରଧାନମନ୍ତ୍ରୀ-ଜନମନ ଯୋଜନା , ନିକଟସ୍ଥ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରି ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ରାୟଗଡ଼ା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମିଶନ୍ ଶକ୍ତି ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସିଲେଇ ୟୁନିଟ୍ ପରିଦର୍ଶନ କରି ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ।
ପରେ ପରେ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷ ଠାରେ ସମସ୍ତ ଵିଭାଗର କାର୍ଯ୍ୟକାରୀ ହେଉଥିବା ବିକାଶମୂଳକ ଯୋଜନାକୁ ନେଇ ସମୀକ୍ଷା କରିଥିଲେ।
ଉକ୍ତ ସମୀକ୍ଷା ବୈଠକରେ ଆକାଂକ୍ଷା କାର୍ଯ୍ଯକ୍ରମ , ସ୍ବାସ୍ଥ୍ୟ ବିଭାଗ , ସମାଜ ମଙ୍ଗଳ ବିଭାଗ , ଶିକ୍ଷା ବିଭାଗ , ପ୍ରାଣୀ ସମ୍ପଦ ବିଭାଗ , କୃଷି ବିଭାଗ , ମିଶନ ଶକ୍ତି , ସୁଭଦ୍ରା ଯୋଜନା ଭଳି ବିଭିନ୍ନ ବିଭାଗକୁ ନେଇ ସମୀକ୍ଷା କରିଥିଲେ। ସମସ୍ତ ବିଭାଗର କାର୍ଯ୍ୟର ସମୀକ୍ଷା କରିବା ସହିତ ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରିଥିଲେ ଏବଂ ଜିଲ୍ଲା ପ୍ରଶାସନ ଗୋଟିଏ ଟିମ୍ ଭାବେ କାର୍ଯ୍ୟ କରି ସମସ୍ତ ଦାୟିତ୍ୱକୁ ସଫଳତାର ସହ ସମ୍ପାଦନ କରିଥିବାରୁ ଜିଲ୍ଲା ନୋଡାଲ ସଚିବ-ତଥା-ଜାତୀୟ ସ୍ୱାସ୍ଥ୍ୟ ମିଶନର ନିର୍ଦ୍ଦେଶକ ଖୁସି ବ୍ୟକ୍ତ କରିଥିଲେ।
ଆଜିର ଏହି ସମୀକ୍ଷା ବୈଠକରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମୁନିଦ୍ର ହୋନନାଗା , ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଫାଲଗୁନୀ ମାଝୀ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ଦୟାମୟ ପାଢ଼ୀ , ପ୍ରକଳ୍ପ ପ୍ରଶାସକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି ଶ୍ରୀ ଅଂଶୁମାନ ମହାପାତ୍ର , ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ ପୃଥ୍ୱୀରାଜ ମଣ୍ଡଳ ସମେତ ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀମାନେ ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ।

0
0
0
s2sdefault