ହେଡଲାଇନସ୍:

ଝାରସୁଗୁଡାରୁ ଦେଶର ୬ଟି ପ୍ରମୁଖ ସହରକୁ ଉଡିବ ବିମାନ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉଡାନ୍-୩ ଯୋଜନା କ୍ରିୟାନ୍ୱୟନ ନେଇ ପ୍ରଧାନମନ୍ତ୍ରୀ ଓ ବେସାମାରିକ ଜାହଜ ଚଳାଚଳ ମନ୍ତ୍ରୀଙ୍କୁ ଧନ୍ୟବାଦ  ଜଣାଇଲେ  ଧର୍ମେନ୍ଦ୍ର 

ନୂଆଦିଲ୍ଲୀ/ଭୁବନେଶ୍ୱର : ଓଡିଶାର ବିଭିନ୍ନ ସହରକୁ ଭାରତର ବିମାନ ଯୋଗାଯୋଗର ମାନଚିତ୍ରରେ ଗୁରୁତ୍ୱପୂର୍ଣ ସ୍ଥାନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବେସାମାରିକ ଜାହଜ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଉଡାନ୍ ୧ରେ ଭୁବନେଶ୍ୱର, ଝାରସୁଗୁଡା, ରାୟପୁର, ଜଗଦଲପୁର ଯାଏ ବିମାନ ସେବା ସୀମିତ ଥିଲା । ମାତ୍ର ଉଡାନ୍ ୩ରେ ଝାରସୁଗୁଡାରୁ କଲିକତା, ଆଲାଇନ୍ସ ଏୟାର ଓ ସ୍ପାଇସ ଜେଟ୍ ଉଭୟ ବିମାନ ସେବା ପ୍ରଦାନ କରିବେ । ଝାରସୁଗୁଡାରୁ ଭୁବନେଶ୍ୱର ଆଲାଇନ୍ସ ଏୟାର ଓ ଟର୍ବୋ ଆଭିଏସନ୍ ଏହି ଉଭୟ ବିମାନ ସେବା ପ୍ରଦାନ କରିବେ । ଝାରସୁଗୁଡାରୁ ହାଇଦ୍ରାବଦକୁ ମଧ୍ୟ ସ୍ପାଇସ ଜେଟ୍ ଦ୍ୱାରା ବିମାନ ସେବା ହେବ । ସେହିପରି ଝାରସୁଗୁଡାରୁ ମୁମ୍ବାଇ ଜେଟ୍ ଏୟାର ଦ୍ୱାରା ବିମାନ ସେବା ଆରମ୍ଭ ହେବ । 

ଝାସରୁଗୁଡାରୁ ଦିଲ୍ଲା ସ୍ପାଇସ ଜେଟ୍ ବିମାନ ସେବା ଦେବେ । ଝାରସୁଗୁଡାରୁ ରାୟପୁର ଆଲାଇନ୍ସ ଏୟାର ଓ ଟର୍ବୋ ଆଭିଏସନ୍ ଦେବ ବୋଲି । ଝାରସୁଗୁଡାରୁ ଏବେ ଦେଶର ୬ଟି ପ୍ରମୁଖ ସହରକୁ ବିମାନ ସେବା ଆରମ୍ଭ ହେବ । ଏହା ଦ୍ୱାରା ଝାରସୁଗୁଡା ପ୍ରମୁଖ ରାଷ୍ଟ୍ରୀୟ ସହର ଭାବେ ପରିଗଣିତ ହେବ ।

ଶ୍ରୀ ପ୍ରଧାନ କହିଛନ୍ତି ଭାରତ ସରକାରଙ୍କର ଉଦ୍ୟମ କାରଣରୁ ପୂର୍ବଭାରତ ରାଜ୍ୟ ସମୂହ ବିଶେଷ ଭାବରେଓଡିଶାର ଭିତିଭୂମିର ମେରୁଦଣ୍ଡ ଓ ଆକାଶ ପଥରେ ଯୋଗାଯୋଗ ବ୍ୟବସ୍ଥା ସୁଦୃଢ ହୋଇଛି । ସେହିପରି ପ୍ରଧାନମନ୍ତ୍ରୀଙ୍କର ପୂର୍ବୋଦୟର ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ଆଧାରରେ ପଶ୍ଚିମ ଓଡିଶାରେ ରାଜ୍ୟର ଦ୍ୱୀତିୟ ବୃହତ ବିମାନ ବନ୍ଦର ପ୍ରଥମଥର ଲାଗି ପଶ୍ଚିମ ଓଡିଶାର ଝାରସୁଗୁଡା ଠାରେ ପ୍ରତିଷ୍ଠା ହୋଇଛି । ଏହି ବିମାନ ବନ୍ଦର ବୀର ସୁରେନ୍ଦ୍ର ସାଏଙ୍କ ନାମରେ ସମର୍ପିତ ହେବାସହ ଉଡାନ୍-୩ ଯୋଜନାରେ ଭୁବନେଶ୍ୱର, କୋଲକତା, ମୁମ୍ବାଇ, ରାୟପୁର, ହାଇଦ୍ରାବାଦ ଓ ଦିଲ୍ଲୀ ସହ ସଂଯୁକ୍ତ ହେବ । ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ବିମାନସେବାର ଉନ୍ନତି ପାଇଁ ମୋଦି ସରକାର ୧୨ଶହ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି । ଏହି ଅର୍ଥରେ ରାଉରକେଲା, ଉତକେଲା ଓ ଜୟପୁର ଠାରେ ନୂଆ ବିମାନବନ୍ଦର ନିର୍ମାଣ ସହ ଭୁବନେଶ୍ୱରରେ ବର୍ତମାନ ଟ୍ରମିନାଲର ଉନ୍ନତିକରଣ ସହ ନୂଆ ସମନ୍ୱିତ ଟ୍ରର୍ମିନାଲ ପ୍ରତିଷ୍ଠା  କରାଯିବ । ସେହିପରି ଓଡିଆ ଲୋକଙ୍କର ବିମାନସେବା ନେଇ ଆଶା ଆକାଙ୍କ୍ଷା ପୂରଣ କରିବା ପାଇଁ କେନ୍ଦ୍ର ସରକାର ଭାଏବିଲିଟି ଗ୍ୟାପ୍ ଫଣ୍ଡ ବାବଦରେ ୧୦୧ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଯାହା ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି ବୋଲି ସେ କହିଛନ୍ତି ।

ଉଡାନ୍-୩ ଯୋଜନାରେ ଏହି ନୂଆ ପଦକ୍ଷେପ ଓଡିଶାର ବିମାନ ଯୋଗାଯୋଗକୁ ସୁଦୃଢ କରିବ । ଓଡିଶାର ଖଣିଜ ସମ୍ପଦରେ ପରିପୂର୍ଣ ଜିଲା ଗୁଡିକ ସହ ପୋର୍ଟ ଗୁଡିକୁ ସଂଯୋଗ କରାଗଲେ ରାଜ୍ୟର ଆର୍ଥିକ ଗତିକୁ ଆହୁରି ସୁଦୃଢ କରିବ ବୋଲି ସେ କହିଛନ୍ତି ।

0
0
0
s2sdefault