ଭୁବନେଶ୍ୱର: ଇନର୍ ହ୍ୱିଲ୍ କ୍ଲବ ଅଫ୍ ଭୁବନେଶ୍ୱର ମିଡୋଜ୍ର ଚାର୍ଟର ଉପସ୍ଥାପନା ଅତ୍ୟନ୍ତ ଉଚ୍ଚକୋଟୀର ଏବଂ ଆଗ୍ରହ ଉତ୍ସାହ ମଧ୍ୟରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବିଶିଷ୍ଟ ବ୍ୟକ୍ତିବିଶେଷ, ସଦସ୍ୟଗଣ ଏବଂ ଅତିଥିମାନେ ସେବା ଓ ଭଗିନୀ ସମ୍ପର୍କର ଏକ ପ୍ରେରଣାଦାୟୀ ସନ୍ଧ୍ୟା ନିମନ୍ତେ ସମବେତ ହୋଇଥିଲେ ।
ଉତ୍ସବରେ ଡିଷ୍ଟ୍ରିକ୍ଟ ଚେୟାରମ୍ୟାନ ଶ୍ରୀମତୀ ମଧୁସ୍ମିତା ତ୍ରିପାଠୀ, ସେକ୍ରେଟାରୀ ଶ୍ରୀମତୀ ପୁଷ୍ପା ହରିଚନ୍ଦନ, ଏଡିଟର ଶ୍ରୀମତୀ ଆରତୀ ବଡପଣ୍ଡା ଏବଂ ରୋଟାରୀ କ୍ଲବ ଅଫ୍ ଭୁବନେଶ୍ୱର ମିଡୋଜ୍ର ପ୍ରେସିଡେଣ୍ଟ ଶ୍ରୀ ଆଦିତ୍ୟ ପ୍ରସାଦ ପାଢୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିଗଣ ଯୋଗଦେଇଥିଲେ ।
ଏହି କାର୍ଯ୍ୟକ୍ରମର ଏକ ଉଲ୍ଲେଖନୀୟ ବିଷୟ ଥିଲା ଡିଷ୍ଟ୍ରିକ୍ଟ ଚେୟାରମ୍ୟାନ ଶ୍ରୀମତୀ ମଧୁସ୍ମିତା ତ୍ରିପାଠୀଙ୍କ ଦ୍ୱାରା ଚାର୍ଟର୍ର ନୂଆ ପ୍ରେସିଡେଣ୍ଟ ଡ.ସସ୍ମିତା ସାହୁଙ୍କୁ ଇନର୍ ହ୍ୱିଲ୍ ବ୍ୟାଜ୍ ଏବଂ କୋଲାର ଆନୁଷ୍ଠାନିକ ଭାବରେ ହସ୍ତାନ୍ତର କାର୍ଯ୍ୟ । ଏହା ଆନୁଷ୍ଠାନିକ ସ୍ଥାପନା ଏବଂ ନେତୃତ୍ୱ ଆରମ୍ଭର ପ୍ରତୀକ ହୋଇଥିଲା । ଚାର୍ଟର ସେକ୍ରେଟାରୀ ଶ୍ରୀମତୀ ସୀତା ରାଣୀ ପଣ୍ଡା, ଆଇଏସ୍ଓ ଶ୍ରୀମତୀ ସଞ୍ଜୁ ପାତ୍ର ଏବଂ ଟ୍ରେଜରର୍ ଶ୍ରୀମତୀ ସ୍ୱପ୍ନିତା ତ୍ରିପାଠୀଙ୍କୁ ମଧ୍ୟ କୋର୍ ଟିମ୍ର ଅଂଶ ଭାବରେ ପରିଚିତ କରାଯାଇଥିଲା ।
ଏହି ଅବସରକୁ ଏକ ଅର୍ଥପୂର୍ଣ୍ଣ ଦିଗ ପ୍ରଦାନ କରିବାକୁ ଯାଇ କ୍ଲବ ପକ୍ଷରୁ ପରିଣୀତା ସହଯୋଗରେ ଅବହେଳିତ ଝିଅମାନଙ୍କୁ ପୋଷାକ ବଣ୍ଟନ ଭଳି ହୃଦୟସ୍ପର୍ଶୀସେବା କାର୍ଯ୍ୟ ହାତକୁ ନିଆଯାଇଥିଲା ଏବଂ ଏହା କରୁଣା ଏବଂ ଗୋଷ୍ଠୀକଲ୍ୟାଣ ପ୍ରତି ଏହାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥିଲା ।
କାର୍ଯ୍ୟକ୍ରମ ଉପସ୍ଥାପନା ଅତ୍ୟନ୍ତ ସୁନ୍ଦର ଭାବରେ ଶ୍ରୀମତୀ କିରନ କଲ୍ୟାଣ ମିଶ୍ରଙ୍କ ଦ୍ୱାରା କରାଯାଇଥିଲା । ଶ୍ରୀମତୀ ବାଗ୍ମୀ ବିଶ୍ୱାଳ ଧନ୍ୟବାଦ ପ୍ରସ୍ତାବ ଦେବା ଅବସରରେ ଉପସ୍ଥିତ ସମସ୍ତ ବିଶିଷ୍ଟ ବ୍ୟକ୍ତିବିଶେଷ, ସଦସ୍ୟବୃନ୍ଦ ଏବଂ ଅଂଶଗ୍ରହଣକାରୀଙ୍କୁ କାର୍ଯ୍ୟକ୍ରମର ବିପୁଳ ସଫଳତା ନିମନ୍ତେ କୃତଜ୍ଞତା ଜ୍ଞାପନ କରିଥିଲେ ।
ଡ.ସସ୍ମିତା ସାହୁ ମହିଳାମାନଙ୍କର ସଶକ୍ତିକରଣ, ସ୍ୱାସ୍ଥ୍ୟ ଓ କଲ୍ୟାଣ ଉପରେ ସଚେତନତାର ପ୍ରସାର ଏବଂ ଉତ୍ସର୍ଗୀକୃତ ସେବା ପ୍ରୟାସଗୁଡିକ ଜରିଆରେ ଏକ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବା ନେଇ କ୍ଲବ୍ର ଦୂରଦୃଷ୍ଟି ସମ୍ପର୍କରେ ପ୍ରକାଶ କରିଥିଲେ ।
ଉକ୍ତ ସନ୍ଧ୍ୟା ବାସ୍ତବରେ ଇନର୍ ହ୍ୱିଲ୍ର ବନ୍ଧୁତ୍ୱ, ଏକତା ଏବଂ ଉଦ୍ଦେଶ୍ୟଭିତ୍ତିକ କାର୍ଯ୍ୟକ୍ରମର ସାରତତ୍ତ୍ୱକୁ ପ୍ରତିଫଳିତ କରିଥିଲା, ଯାହା କ୍ଲବ୍ର ଆଗକୁ ଯାତ୍ରା ନିମନ୍ତେ ଏକ ପ୍ରତିବଦ୍ଧ ଏବଂ ପ୍ରଭାବଶାଳୀ ଆରମ୍ଭ ସମ୍ପର୍କରେ ସୂଚାଇଥିଲା ।
ରାଜ୍ୟ
ଇନର୍ ହ୍ୱିଲ୍ କ୍ଲବ ଅଫ୍ ଭୁବନେଶ୍ୱର ମିଡୋଜ୍ ଚାର୍ଟର ଉପସ୍ଥାପନା କରୁଣା, ଉଦ୍ଦେଶ୍ୟ ଏବଂ ସେବା ସହିତ ଅନୁଷ୍ଠିତ
- Hits: 59








