ହେଡଲାଇନସ୍:

ଧର୍ମଶାଳାରେ ଗରୀବ କଲ୍ୟାଣ ଯୋଜନା ବାଟବଣା :  ଯାଜପୁର ଜିଲ୍ଲାପାଳଙ୍କୁ ତଦନ୍ତ ନିର୍ଦ୍ଦେଶ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଯାଜପୁର,(ଜୟଶଙ୍କର ଦାଶ)ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଲକରେ ଗରୀବ କଲ୍ୟାଣ ଯୋଜନା ବାଟବଣା ହୋଇଛି । ଗରୀବ କଲ୍ୟାଣ ଯୋଜନାରେ ଆସୁଥିବା ସରକାରୀ ସୁବିଧା ସୁଯୋଗକୁ ଧନୀମାନେ ହଡପ କରୁଥିବା ବେଳେ ଗରୀବମାନେ ଏଥିରୁ ବଂଚିତ ହେଉଛନ୍ତି । ଏଥିନେଇ ଜନଅସନ୍ତୋଷ ଦିନକୁ ଦିନ ବ୍ୟାପକ ହେଉଥିବା ବେଳେ ଶୁକ୍ରବାର ଏଥିନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଯାଜପୁର ଜିଲ୍ଲାପାଳଙ୍କୁ ତଦନ୍ତ ନିଦେ୍ର୍ଧଶ ଆସିଥିବାର ବିଶ୍ୱସ୍ଥ ସୁତ୍ରରୁ ଜଣାପଡିଛି ।

ସମାଜର ଅବହେଳିତ ଦୁଃଖୀ  ଗରୀବଙ୍କ ମଙ୍ଗଳ ପାଇଁ ଯୋଜନା କରିବାରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଗ୍ର ଦେଶରେ ଦୃଷ୍ଟାନ୍ତ । ଏହି ଯୋଜନାକୁ ନିଷ୍ଠାର ସହ ଗରୀବଙ୍କ ନିକଟରେ ପହଂଚାଇବା ପ୍ରତ୍ୟେକ ବିଜୁ ଜନତା ଦଳର କର୍ମିୀ, ଜନପ୍ରତିନିଧି ଓ ପ୍ରଶାସକଙ୍କ କାର୍ଯ୍ୟ । ହେଲେ ଏହାର କାର୍ଯ୍ୟକାରିତାରେ ଧର୍ମଶାଳାରେ ବିଭିନ୍ନ ସ୍ଥାନରେ ଚଂଚକତା ଦୁର୍ଭାଗ୍ୟଜନକ  । କ୍ଷମତାସୀନ ନେତା ଓ ପ୍ରଶାସନର ମିଳିତ ସଲାସୁତରାରେ ଗରୀବ କଲ୍ୟାଣ ଯୋଜନାକୁ ବାଟବଣା କରାଯାଉଛି । ଏହାର ପ୍ରତିବାଦରେ ଧର୍ମଶାଳାର ସାହାଣିଢିଅ ପଂଚାୟତରେ ଚଳିତ ମାସରେ ଗ୍ରାମସେବକଙ୍କୁ ୫ ଘଂଟା ଅଟକ ରଖାଯିବା ଏବଂ ସରପଂଚ ଜୀବନ ବିକଳେ ପଂଚାୟତ କାର୍ଯ୍ୟାଳୟ ଛାଡି ପଳାଇବା, ଉଭୟ ସରପଂଚ ଓ ଗ୍ରାମସେବକଙ୍କୁ କୁାପୁତଳିକା ଦାହ କରାଯିବା, ପୋଲିସ ସହାୟତାରେ ଗ୍ରାମସେବକଙ୍କୁ ପଂଚାୟତ କାର୍ଯ୍ୟାଳୟରୁ ଉଦ୍ଧାର କରାଯାଇଥିଲା । ଏହାର ଦୁଇଦିନ ପରେ ଧର୍ମଶାଳାର ବି.ଜେ.ଡି ନେତା ସତୀଶ ବିଶ୍ୱାଳଙଭ୍କ ନେତୃତ୍ୱରେ ପଂଚାୟତ କାର୍ଯ୍ୟାଳୟରେ ବଡ ଧରଣର ପ୍ରତିବାଦ ସଭା , ବିକ୍ଷୋଭ ଓ ଶୋଭାଯାତ୍ରା କରାଯିବା ପରେ ରାଜନୈତିକ ମହଲରେ ଏହି ପ୍ରସଙ୍ଗକୁ ନେଇ ହଟଚମଟ ସୃଷ୍ଟି ହୋଇଥିଲା । ତେବେ ଏଭଳି ପ୍ରସଙ୍ଗରୁ ବିରୋଧୀ ଦଳ ଫାଇଦା ଉଠାଉ ପାରୁ ନଥିବା ବେଳେ ଗତ ବିଧାନସଭା ନିର୍ବାଚନରେ ସ୍ଥାନୀୟ ବିଧାୟକଙ୍କ ବିରୋଧରେ ଟିକେଟ ଲବିରେ ଥିବା ସତୀଶଙ୍କ ନେତୃତ୍ୱରେ ଆନେ୍ଦାଳନ ଫଳରେ ଅସନ୍ତୁଷ୍ଟ ଲୋକ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱକୁ ସମର୍ଥନ କରିଥିଲେ । ଏହି ପ୍ରତିବାଦ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଗରୀବ କଲ୍ୟାଣ ଯୋଜନା ସପକ୍ଷରେ ଆଲୋଚନା ହେବା ସହ ମୁଖ୍ୟମନ୍ତ୍ରୀ କୌଣସି କ୍ଷେତ୍ରରେ ବରୀବଙ୍କ କ୍ଷତିକୁ ବରଦାସ୍ତ କରିବେ ନାହିଁ ବୋଲି ସେ ପ୍ରତିଶୃତି ଦେଇଥିଲେ । ତଦନୁସାରେ ଗ୍ରାମବାସୀଙ୍କ ତରଫରୁ ସମୁହ ଭାବେ ସତୀଶଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀଙ୍କ ପତ୍ର ଦିଆଯାଇ ଗରୀବ ମାରଣ ନୀତି ନେଇ ଦୃଷ୍ଟି ଆକର୍ଷଣ କରାଯାଇ ଥିଲା । ଏଥିନେଇ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ନିଦେ୍ର୍ଧଶ ଆସିଛି । ଏଥିନେଇ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟର ଦୃଷ୍ଟି ଆକର୍ଷଣ ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ  ପାଇଁ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟରୁ ମଧ୍ୟ ଧର୍ମଶାଳା ବି.ଡି.ଓଙ୍କୁ ନିଦେ୍ର୍ଧଶ ଆସିଛି । ଏହାପରେ ଏଭଳି ଦୁର୍ନିତି କରି ଆସୁଥିବା କ୍ଷମତାସୀନ ଗୋଷ୍ଠୀ  ତରଫରୁ ଏହି ଗ୍ରାମର ଲୋକ ମାନଙ୍କୁ ଡକାଯାଇ ଗୋଟିଏ ସ୍ଥାନରେ ବୁଝାବଣା କରାଯିବାକୁ ଉଦ୍ୟମ କରାଯାଇ ଥିଲେ ମଧ୍ୟ ଏହା ସମ୍ବବ ହୋଇନାହିଁ । ଲୋକେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଭରସା ରଖିବା ସହ ଏଭଳି ଅନିୟମିତତା ନେଇ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ  ପାଇଁ ଦାବି କରିଛନ୍ତି । ପ୍ରକାଶ ଥାଉ କି, ଧର୍ମଶାଳାର ବହୁ ଗରୀବ ଲୋକ ଆବାସ ଯୋଜନାରୁ ବଂଚିତ ହେଲାପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଦୃଷ୍ଟି ଆକର୍ଷଣ କରିଛନ୍ତି । ହେଲେ ୨୦୧୧ ମସିହା ସାମାଜିକ ଅର୍ଥନୈତିକ ଜାତିଗଣନା ରିପୋର୍ଟକୁ ଚଂଚକତା କରାଯାଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ନିଦେ୍ର୍ଧଶକୁ ବାଟବଣା କରାଯାଉ ଥିବାର ଅଭିଯୋଗ ହେଉଛି ।

 

0
0
0
s2sdefault