ହେଡଲାଇନସ୍:

ଜେଏସଡବ୍ଲ୍ୟୁ–ଜେଏଫଇ ମିଳିତ ପ୍ରୟାସରେ “ଜେଏସଡବ୍ଲ୍ୟୁ ଜେଏଫଇ ଷ୍ଟିଲ୍ ଲିମିଟେଡ୍” ଉନ୍ମୋଚନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡା : ଭାରତ–ଜାପାନ ଔଦ୍ୟୋଗିକ ସହଯୋଗରେ ଏକ ନୂଆ ଅଧ୍ୟାୟର ଆରମ୍ଭ ହେଲା । ଜେଏସଡବ୍ଲ୍ୟୁ ଷ୍ଟିଲ୍ ଓ ଜାପାନର ଜେଏଫଇ ଷ୍ଟିଲ୍ କର୍ପୋରେସନ୍‌ଙ୍କ ୫୦:୫୦ ଯୁକ୍ତ ଉଦ୍ୟମର ନୂତନ ପରିଚୟ “ଜେଏସଡବ୍ଲ୍ୟୁ ଜେଏଫଇ ଷ୍ଟିଲ୍ ଲିମିଟେଡ୍” ଆଜି ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି । ଏହି ସଂସ୍ଥା ସମ୍ବଲପୁରରେ ଅବସ୍ଥିତ ଏକୀକୃତ ଇସ୍ପାତ କାରଖାନାକୁ ଅନ୍ତର୍ଭୁକ୍ତ କରେ ।

ଏହି ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜେଏସଡବ୍ଲ୍ୟୁ ଗ୍ରୁପ୍‌ର ଅଧ୍ୟକ୍ଷ ସଜ୍ଜନ ଜିନ୍ଦାଲ, ପାର୍ଥ ଜିନ୍ଦାଲ, ଜେଏଫଇ ହୋଲ୍ଡିଂସ୍‌ର ପ୍ରେସିଡେଣ୍ଟ ଓ ସିଇଓ ଯୋଶିହିସା କିତାନୋ ଓ ଜାପାନର ଭାରତସ୍ଥ ରାଜଦୂତ ଉପସ୍ଥିତ ଥିଲେ ।

ପୂର୍ବରୁ “ଜେଏସଡବ୍ଲ୍ୟୁ ସମ୍ବଲପୁର ଷ୍ଟିଲ୍ ଲିମିଟେଡ୍” ନାମରେ ପରିଚିତ ଏହି ସଂସ୍ଥାର ନୂତନ ପରିଚୟ ଉନ୍ମୋଚନ ସହିତ ଜେଏସଡବ୍ଲ୍ୟୁ–ଜେଏଫଇ ସହଯୋଗର ୧୫ ବର୍ଷ ପୂର୍ତି ଉତ୍ସବ ମଧ୍ୟ ପାଳିତ ହୋଇଛି । ୨୦୦୯ ରୁ ଆରମ୍ଭ ହୋଇଥିବା ଏହି ଭାଗୀଦାରୀ ଏବେ ଦୃଢ଼ ରଣନୀତିଗତ ସମ୍ପର୍କରେ ପରିଣତ ହୋଇଛି ।

ସଜ୍ଜନ ଜିନ୍ଦାଲ କହିଛନ୍ତି ଯେ, ଏହି ଯୁକ୍ତ ଉଦ୍ୟମ ଦୁଇଟି ଶକ୍ତିଶାଳୀ ଔଦ୍ୟୋଗିକ ପରମ୍ପରାର ସଂଯୋଗ ଏବଂ ଭାରତର ଇସ୍ପାତ ଶିଳ୍ପର ଭବିଷ୍ୟତ ଗଢ଼ିବାରେ ଏକ ମୁଖ୍ୟ ଭୂମିକା ନିଭାଇବ । ଜେଏଫଇର ଆଧୁନିକ ପ୍ରଯୁକ୍ତି ଓ ଜେଏସଡବ୍ଲ୍ୟୁର କାର୍ଯ୍ୟକୁଶଳତା ମିଶି ଦେଶରେ ସସ୍ଥାୟୀ ଇସ୍ପାତ ଉତ୍ପାଦନକୁ ଆଗକୁ ନେବ ବୋଲି ସେ କହିଛନ୍ତି ।

ଯୋଶିହିସା କିତାନୋ ମଧ୍ୟ କହିଛନ୍ତି ଯେ, ଏହି ନୂତନ ପର୍ଯ୍ୟାୟରେ ଦୁଇ ସଂସ୍ଥା ମିଶି ଭାରତର ଔଦ୍ୟୋଗିକ ବିକାଶକୁ ଅଧିକ ଗତି ଦେବେ ଓ ଶେୟରହୋଲ୍ଡରମାନଙ୍କୁ ମୂଲ୍ୟ ଦେବେ ।

ସମ୍ବଲପୁରରେ ଅବସ୍ଥିତ ଏହି କାରଖାନା ରେଲ୍ ଓ ସଡ଼କ ସଂଯୋଗରେ ସୁବିଧାଜନକ ଏବଂ ଆୟରନ ଓର୍ ଖଣିକୁ ନିକଟରେ ଥିବାରୁ କାଚାମାଳ ସୁରକ୍ଷା ଓ ଖର୍ଚ୍ଚରେ ସ୍ପର୍ଦ୍ଧାତ୍ମକ ସୁବିଧା ମିଳୁଛି । ଏଠାରେ ହଟ୍-ରୋଲ୍ଡ କଏଲ୍ସ, କୋଲ୍ଡ-ରୋଲ୍ଡ କଏଲ୍ସ ସହିତ ବିଭିନ୍ନ ମୂଲ୍ୟ ବୃଦ୍ଧି ପ୍ରଡକ୍ଟ ଉତ୍ପାଦନ ହୋଇ ଆଟୋମୋବାଇଲ୍, ଇନ୍ଫ୍ରାସ୍ଟ୍ରକ୍ଚର, ନିର୍ମାଣ ଓ କ୍ୟାପିଟାଲ୍ ଗୁଡ୍ସ କ୍ଷେତ୍ରକୁ ଯୋଗାଣ ଦିଆଯାଉଛି ।

0
0
0
s2sdefault