ହେଡଲାଇନସ୍:

ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ମତଦାନ ଦ୍ୱାରା ଗଣତନ୍ତ୍ରର ଆଭିମୁଖ୍ୟ ସାଫଲ୍ୟ ହେବ : ଜିଲ୍ଲାପାଳ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ - ୯ମ ଜାତୀୟ ମତଦାତା ଦିବସ ପାଳନ: ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଭୋଟର ମାନଙ୍କୁ ସେମାନଙ୍କ ଭୋଟର ଦାନ ଏବଂ ନିର୍ବାଚନ ଉପରେ ସମ୍ପୁର୍ଣ୍ଣ ସଚେତନ କରାଇବା ପାଇଁ ପାରଳାଖେମୁଣ୍ଡି ଠାରେ  ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ନବମ ଜାତୀୟ ମତଦାତା ଦିବସ ପାଳନ ଅବସରରେ ଜିଲ୍ଲା ସ୍ତରୀୟ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସକାଳ ୮ଟାବେଳେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ଗାଇଡ  ଓ ସ୍କାଉଟ କେଡେଟ ମାନଙ୍କୁ ନେଇ ଏକ ବିରାଟ ସଚେତନତା ସଭାଯାତ୍ରା ସ୍ଥାନୀୟ ମହାରାଜାଙ୍କ ଉଚ୍ଚ ବାଳକ ବିଦ୍ୟାଳୟ ପରିସରରୁ ବାହାରିଥିଲା । ଏହି ଶୋଭାଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଶୋଭାଯାତ୍ରାରେ ପିଲାମାନେ ବିଭିନ୍ନ ପ୍ଲାକାର୍ଡ ଧରି ଭୋଟ ଦାନ ଅଧିକାର, ଭୋଟର ଓ ନିର୍ବାଚନ ସଂକ୍ରାନ୍ତୀୟ ବିଭିନ୍ନ ସଚେତନତା ସ୍ଲୋଗାନ ଦେଇ ସହର ପରିକ୍ରମା କରିଥିଲେ । ପରେ ପୂର୍ବାହ୍ନ ୧୧ଟା ସମୟରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ରଙ୍ଗମଞ୍ଚ ଠାରେ ଏକ ସଚେତନତା ସଭା ନିର୍ବାଚନ ବିଭାଗ ଡେପୁଟି କଲେକ୍‍ଟର ଅଚ୍ୟୁତାନନ୍ଦ ଜାନୀଙ୍କ ସଭାପତିତ୍ୱରେ ଜିଲ୍ଲାପାଳ ଅନୁପମ ସାହା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗଣତାନ୍ତ୍ରିକ ରାଷ୍ଟ୍ରରେ ଭୋଟର ମାନଙ୍କୁ କିଭଳି ଭୋଟ ଦେବା ଓ ନିର୍ବାଚନ ସମ୍ପର୍କରେ ସଚେତନ କରାଇ ମୁକ୍ତ, ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଦେଇ ନିର୍ବାଚନ କରାହେବ ଏବଂ ଗଣତନ୍ତ୍ରର ଆଭିମୁଖ୍ୟ ସାଫଲ୍ୟ ହେବ ତାହାହିଁ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ମତଦାତା ଦିବସର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ଉପରେ କହି ୦୧.୦୧.୨୦୧୯ ସୁଦ୍ଧା ଯେଉଁ ମାନଙ୍କ ବୟସ ୧୮ ବର୍ଷ ହୋଇଥିବ, ସେମାନେ ଭୋଟ ଦେବା ତାଲିକାରେ ଅନ୍ତର୍ଭୁକ୍ତ ହୋଇପାରିବେ । ଏହାର ବିଭିନ୍ନ ଦିଗ ଉପରେ କହି ନିର୍ବାଚନ ସମ୍ୱନ୍ଧୀୟ ଭୋଟ ଦାତା ଜାଣିବା ପାଇଁ ଜିଲ୍ଲା କାର୍ଯ୍ୟାଳୟ ଠାରେ ଥିବା ଟୋଲଫ୍ରି ନଂ୧୯୫୦କୁ ଡାଏଲ କରି ଜାଣିହେବ ବୋଲି ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଅନୁପମ ସାହା ଉପସ୍ଥିତ ସମସ୍ତଙ୍କୁ ଗଣତାନ୍ତ୍ରିକ ପରମ୍ପରାକୁ ଅକ୍ଷୁର୍ଣ୍ଣ ରଖି ମୁକ୍ତ , ଅବାଧ, ଓ ଶାନ୍ତିପୁର୍ଣ୍ଣ ନିର୍ବାଚନ ପାଇଁ ସଂକଳ୍ପ କରାଇଥିଲେ । ପରେ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗିଙ୍କୁ ପୁରସ୍କାର ଏବଂ ନୂତନ ଭୋଟର ମାନଙ୍କୁ ଭୋଟର କାର୍ଡ ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମଞ୍ଚରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅଚୁ୍ୟତା ନନ୍ଦ ବସ୍ତିଆ ଏବଂ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡି: ବୃନ୍ଦାବନ  ଉପସ୍ଥିତ ଥିଲେ ।

0
0
0
s2sdefault