ଭଦ୍ରକରେ ଜାତୀୟ ଭୋଟର ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ/ସତ୍ୟ ଭୂଷଣ ସ୍ୱାମୀ  :  ଭଦ୍ରକରେ ଜାତୀୟ ଭୋଟର ଦିବସ ସହିଦ ସ୍ମୃତି  ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଭଦ୍ରକର ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଜ୍ଞାନ ଦାସ ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ଭୋଟର ଦିବସ ଉଦ୍ଦେଶ୍ୟ  ସମ୍ପର୍କରେ ଆଲୋକପାତ କରିଥିଲେ । ଭୋଟର ସଚେତନତା ଗଣତନ୍ତ୍ରର ସୁଦୃଢତା ଓ ପ୍ରତ୍ୟେକ ଭାରତୀୟ ସାବାଳକ ନାଗରିକ ଭୋଟର ତାଲିକାରେ ନିଜ ନାମ ପଞ୍ଜିକରଣ କରି ଗଣତନ୍ତ୍ରକୁ ସୁଦୃଢ କରିବାକୁ ଆହ୍ୱାନ ଦେଇଥିଲେ । ଭୋଟଦାନରୁ କୌଣସି ମତଦାତା ଯେପରି ବାଦ ପଡ଼ିବେ ନାହିଁ  ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ରହିଛି ବୋଲି ମତପ୍ରକାଶ କରିଥିଲେ । ସମ୍ମାନୀତ ଅତିଥିଭାବେ ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୁଦନ ମିଶ୍ର , ସହକାରୀ ନିର୍ବାଚନ ଅଧିକାରୀ କାର୍ତ୍ତିକନାଥ ମଣ୍ଡଳ, ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ହିତାଂଶୁ ଶେଖର ସାମଲ ଡ଼ି.ଆଇ.ପି.ଆର.ଓ. ଗୋଲଖ ଚନ୍ଦ୍ର ବେହେରା, ଜିଲ୍ଲା କ୍ରିଡ଼ାଅଧିକାରୀ ମନୋଜ କୁମାର ଦାସ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଉପସ୍ଥିତ ନାଗରିକମାନଙ୍କୁ ଜାତୀୟ ଭୋଟର ଦିବସ ଉପଲକ୍ଷେ ମତଦାତା ମାନଙ୍କୁ ସଂକଳ୍ପ କରାଇଥିଲେ । ସେହିପରି ନୂଆ ଭୋଟର ମାନଙ୍କୁ ଭୋଟ କାଡର଼୍ ପ୍ରଦାନ କରିବା ସହ ଜାତୀୟ ଭୋଟର ଦିବସ ଉପଲକ୍ଷେ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ  ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ  ଭଦ୍ରକ ପୌରପାଳିକାର ବିଏଲ୍ଓ ସୁପରଭାଇଜର ଶଶଧର ମହନୀ ସଭାକାର୍ଯ୍ୟକୁ ପରିଚାଳନା କରିଥିଲେ । ଅନୁଷ୍ଠିତ  ବିଭିନ୍ନ ପ୍ରତିଯୋଗିତା ମଧ୍ୟରେ ବକ୍ତୃତାରେ ଆକାଂକ୍ଷା ଦେବରଂଜିତା ଦାସ ପ୍ରଥମ , ଆରବ ଆର୍ଯ୍ୟ କୁମାର ରାଉତ ଦ୍ୱିତୀୟ, ଜୀବନ କୁମାର ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ପୋଷ୍ଟର ମେକିଂରେ ଶଶିକାନ୍ତ ବହଳୀ ପ୍ରଥମ, ମିଲନ୍ କୁମାର ବନୱାଲ ଦ୍ୱିତୀୟ , ସଲମା କାଦିର୍ ତୃତୀୟ , ସାଧାରଣ ଜ୍ଞାନ ପ୍ରତିଯୋଗୀତା ଆରବ ଆର୍ଯ୍ୟ କୁମାର ରାଉତ ପ୍ରଥମ, ସୋମନାଥ ଦିକ୍ଷିତ୍ ଦ୍ୱିତୀୟ, ଜ୍ଞାନେନ୍ଦ୍ର କୁମାର ଦାସ ତୃତୀୟ, ସ୍ଲୋଗାନରେ ସଲମା କାଦିର ପ୍ରଥମ, ସୌମ୍ୟ ରଂଜନ ସାହୁ ଦ୍ୱିତୀୟ, ମିଲନ କୁମାର ବନୱାଲ ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ସକାଳ ୯ ଟା ସମୟରେ  ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରୁ ଭୋଟର ଦିବସ ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ  ଏକ ଶୋଭାଯାତ୍ରାକୁ ଜିଲ୍ଳାପାଳ ଜ୍ଞାନ ଦାସ ପତାକା ହଲାଇ ଶୁଭ ଉଦ୍ଘାଟନ କରିଥିଲେ । ଏହି ସଚେତନତା ରାଲି ସହର ପରିକ୍ରମା ପରେ ସହିଦ ସ୍ମୃତି ଭବନ ନିକଟରେ ପହଞ୍ଚିଥିଲା  ।

0
0
0
s2sdefault