ଟିଆଇ ପ୍ରୋଜେକଟ ଯାଜପୁର ଅଧୀନରେ ଚାଲିଥିବା HIV ନିରାକରଣ ଯୋଜନାରେ ଖାଲି ଘୋଟାଲା ହିଁ ଘୋଟାଲା !
କାଳିଆପାଣିରୁ ଦୟାନିଧି ମହାନ୍ତ : ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ର କାଳିଆପାଣି, କଂସ ଏବଂ ରଂlଷୋଳ ପଂଚାୟତ ରେ ଦୁଇ ହଜାର ଦଶ ମସିହା ପର ଠାରୁ ଚାଲିଛି ଏଡ୍ସ ଦୂରୀକରଣ ଯୋଜନା l ଏହି nisw ସଂସ୍ଥା ଜରିଆ ରେ ତିନୋଟି ପଂଚାୟତ ରେ ପାଞ୍ଚ ଜଣ pure educator ମହିଳା କର୍ମଚାରୀ ଏବଂ ଜଣେ ପୁରୁଷ orw କର୍ମଚାରୀ ନିଯୁକ୍ତ ହୋଇଅଛନ୍ତି l କିନ୍ତୁ ପ୍ରକୃତରେ ଏମାନେ କେବଳ କାଗଜ କଲମରେ ଏହି କାର୍ଯ୍ୟ କରି ଏଥିରେ ବ୍ୟାପକ ଘୋଟଲା କରିଚାଲିଛନ୍ତି ବୋଲି ଅଭଯୋଗ ହେଉଛି l ଏହି ତିନୋଟି ପଂଚାୟତରେ ପ୍ରକୃତରେ ଦେଖିବାକୁ ଗଲେ କେବଳ ୮ ରୁ ୯ ଜଣ ଏଚଆଇଭି ସଂକ୍ରମିତ ରୋଗୀ ଥିବାର ଅନୁମାନ କରାଯାଏ l କିନ୍ତୁ ଉପରୋକ୍ତ କର୍ମଚାରୀମାନେ ଏହି ଅଂଚଳରେ ତିନି ଶହରୁ ଅଧିକ ଏଚଆଇଭି ସଂକ୍ରମିତ ରୋଗୀ ଥିବାର ପ୍ରମାଣ ଦେଖାଇ, ରୋଗୀ ମାନଙ୍କ ପାଇଁ ଆସୁଥିବା ସାହାଯ୍ୟ ବା ଆର୍ଥିକ ସହଯୋଗ ସବୁ ହରି ଲୁଟ କରିଚାଲିଛନ୍ତି l ସବୁଠୁ ବଡ ଦୁଃଖର କଥା ଯେଉଁମାନେ ଏଚଆଇଭି ସଂକ୍ରମିତ ବିଲକୁଲ ନୁହନ୍ତି ସୁସ୍ଥ ସବଳ ନିରୋଗୀ ପୁରୁଷ ମହିଳା ଲୋକମାନଙ୍କର ନାମ ମଧ୍ୟ୍ୟ ଏହି ଲିଷ୍ଟରେ ସାମିଲ ଥିବା ଅଭିଯୋଗ ହେଉଛି l ଏହାର ପଦସ୍ଥ ଅଧିକାରୀମାନେ କେବେବି ଏହି ଅଂଚଳରେ ଏହି ଯୋଜନା ବାବଦରେ ଲୋକମାନଙ୍କୁ ସଚେତନ କରାଇବାରେ ଦେଖାଯାଇ ନାହିଁ l ଯାଜପୁର ଜିଲ୍ଲାର ଏହି ସଂସ୍ଥାର ଅଫିସ ଯାଜପୁରଠାରେ ଅବସ୍ଥିତ l ଏହାର ପ୍ରୋଜେକଟ ମ୍ୟାନେଜେର ଏବଂ କାଉନ୍ସିଲର କେବେବି ଏହି ଅଂଚଳକୁ ଆସନ୍ତିନାହିଁ l କେବଳ ସେହି ଅଫିସରେ ବସି ଏହାର ହିସାବ କିତାବ କରିଥାନ୍ତି l ଏବେ କିଛି ସଚେତନ ନାଗରିକ ଏହାର ତଦନ୍ତ କରିବାକୁ ଦାବି କରିବାକୁ ଯୋଜନା କରୁଥିବାର ଖବର ମିଳିଅଛି l ଘଟଣା ବା ଅଭିଯୋଗ ଯଦି ସତ୍ୟ ସେବେ ସାଙ୍ଘାତିକ ବୋଲି ମତ ପ୍ରକାଶ ପାଇଛି |