ଯାଜପୁର ରୁ ଜୟଶଙ୍କର ଦାସ/ବଡଚଣାରୁ ପ୍ରଫୁଲ୍ଲ କୁମାର ସାହୁ : ଯାଜପୁର ଜିଲାର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଜଙ୍ଗଲ ଏବେ ଅସୁରକ୍ଷିତ ଅବସ୍ଥାରେ ରହିଛି କେଉଁଠି ଶିଳ୍ପାୟନ ନାଁ ରେ ସବୁଜ ଜଙ୍ଗଲକୁ ନଷ୍ଟ କରିଦିଆଯାଇଛି ତ କେଉଁଠି କିଛି ମୁଷ୍ଟିମେୟ ଲୋକ ଏକର ଏକର ପରିମିତ ଜଙ୍ଗଲ ଜମି ଜବରଦଖଲ କରି ପରବର୍ତ୍ତୀ ସମୟରେ ନିଜ ନାମରେ ରେକର୍ଡ କରିନେଇଥିବା ସାଧାରଣରେ ଆଲୋଚନା ହେଉଛି | ତେବେ ଯେଉଁ ଭାବରେ ସମଗ୍ର ଯାଜପୁର ଜିଲ୍ଲାରେ ଦିନକୁଦିନ କଳକାରଖାନା ଵଢିଚାଲିଛି ସେଇ ଭାବରେ ନୁତନ ଜଙ୍ଗଲ ସ୍ରୁଷ୍ଟି କରିବା ସହ ପୁରୁଣାଜଙ୍ଗଲ ଗୁଡିକର ସୁରକ୍ଷା ନିହାତି ଆବଶ୍ୟକ | କିନ୍ତୁ ଏଠି ଚାଲିଛି ଓଲଟା ଏଠାରେ ବଡଚଣା ବ୍ଲକର କିଛି ଜଙ୍ଗଲ ନଷ୍ଟ ହହେଵାକୁ ବସିଲାଣି | ଆଞ୍ଚଳିକ ଵନଵିଭାଗ ଦ୍ୱାରା କିଛି ନୁତନ କରି ସୃଷ୍ଟି ହୋଇଥିବା କୋଟି କୋଟି ଟଙ୍କା ଗ୍ରାମ୍ୟ ଜଂଗଲ କୁ ପ୍ରତ୍ୟେକ ଅଞ୍ଚଳର ଗ୍ରାମ୍ୟ କମିଟି ହାତରେ ଟେକଦେଇ ନିଜର ଦୋଷ ଛାଡ଼ି ହାତଟେକି ଵସି ଯିବାପରି ମନେହେଉଛି | ଆଞ୍ଚଳିକ ବନଖଣ୍ଡ ଦର୍ପଣଗଡ କାଇମାଟିଆ ସମିଆ କଳକଳା ସାଳପଡା ସିହା ପଞ୍ଚାୟତ ଗୁଡିକରେ ବିଗତ କୋଡିଏ ତିରିଶି ବର୍ଷଧରି କୋଟି କୋଟି ଟଙ୍କାର ଜଙ୍ଗଲ ଏବେ ଅସୁରକ୍ଷିତ| ସିହା ପଞ୍ଚାୟତ ଅଧିନରେ ଥିବା ଗ୍ରାମ୍ୟ ଜଂଗଲ ଏବେ ସଂମ୍ପୁର୍ଣ୍ଣ ଅସୁରକ୍ଷିତ | ଏଠାରେ ଗୋଡିମାଗୁରା ମଙ୍ଗରାଜପୁର ମୁଗେଇ ଖରମଙ୍ଗି କୋହ୍ଲାସିଂହ ସିହା ଅଞ୍ଚଳର କିଛି ଲୋକ ପ୍ରତ୍ୟେକ ଦିନ ସ୍ଥାନୀୟ ଗ୍ରାମ୍ୟ ଜଂଗଲକୁ ଦିନ ଦିପହରେ ଗଛ କାଟି ନେଇଯାଉଛନ୍ତି | ଏମାନଙ୍କୁ ନା ଗ୍ରାମ୍ୟ କମିଟି ନା ଆଞ୍ଚଳିକ ବନଖଣ୍ଡ ଅଧିକାରୀ କେହିବି ଵିରୋଧ କରୁନାହାନ୍ତି | ଏଠାରେ ଯୋଦି ଜନସଚେତନତା ସହିତ ସଠିକ ଭାବରେଗ୍ରାମ୍ୟ ଜଂଗଲର ଜଗା ରଖାହୁଅନ୍ତା ରହିଯାଇଥିବା କିଛି ଜଙ୍ଗଲ ନିଶ୍ଚିତ ଭାବରେ ରହିଯାଆନ୍ତା ବୋଲି ସାଧାରଣରେ ବୁଦ୍ଧିଜୀବୀମାନେ ମତ ଦେଉଛନ୍ତି |