କାଲୁଆ ପ୍ରଶାସନ, କିଛି ଫଳ ମିଳୁନି ଅନୁରୋଧ କଲେ ବି ବାରମ୍ବାର
ନୂଆପଡା /ପ୍ରିୟବ୍ରତ ପଣ୍ଡା : ଖଡ଼ିଆଳ ବ୍ଲକ ସାନମହେସର ଗ୍ରାମ ପଞ୍ଚାୟତ ର ଘରଧରା ଗ୍ରାମ ଏହି ଗାଁ ର ଏକ ଗରିବ ପରିବାର ,ସାବିତ୍ରୀ ଜାଲ ସ୍ୱାମୀ ଗିରିଧାରୀ ଜାଲ ଯାହାଙ୍କ ଘର କିଛି ମାସ ତଳେ ପ୍ରବଳ ବର୍ଷା ଯୋଗୁଁ ଭାଙ୍ଗି ଯାଇଥିଲା ଏବେ ରହୁଛନ୍ତି ଗାଁ ର କ୍ଲବ ଘରେ । ପ୍ରଶାସନ କୁ ବାରମ୍ବାର ଜଣେଇଲେ ହେଁ କିଛି ସୁଫଳ ମିଳି ନାହିଁ ବୋଲି ସାବିତ୍ରୀ କହିଛନ୍ତି । କେବେ ପ୍ରଶାସନର ନିଦ ଭାଙ୍ଗିବ ଓ ଏହି ଗରିବ ପରିବାର ନିଜ ଦୁଇ ନାବାଳକ ଶିଶୁଙ୍କୁ ଏକ ଘର ଯୋଗେଇ ସୁରକ୍ଷିତ ରଖିବେ ଦେଖାଯାଉ । ସମାଜବାଦୀ ପାର୍ଟି ର ଯୁବ ନେତା ବୁଧାରୁ ବିହାରୀ ଏ ନେଇ ବିଡ଼ିଓ ଖଡ଼ିଆଳ ଙ୍କ ସହ ଆଲୋଚନା କରିଥିଲେ ଓ ଏହି ସମଶ୍ୟା ର ଆସୁ ନିଦାନ କରିବାକୁ ଅନୁରୋଧ କରିଥିଲେ ।