ହେଡଲାଇନସ୍:

ବିପ୍ଲବୀ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ୧୨୨ତମ ଜୟନ୍ତୀ ଅବସରରେ ଯୁବ ସମାବେଶ ଓ ବୃହତ ରକ୍ତଦାନ ଶିବିର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ ଠାରେ ସ୍ୱାଧୀନତା ସଂଗ୍ରାମୀର ବିପ୍ଲବୀ ନେତା ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ୧୨୨ତମ ଜୟନ୍ତୀ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଜୁ ଯୁବ ବାହୀନୀର ମିଳିତ ସହଯୋଗରେ  ଜିଲ୍ଲ ସ୍ତରୀୟ ଯୁବ ସମାବେଶ ଓ ବୃହତ୍‍ ରକ୍ତଦାନ ଶିବିର ସମେତ ଦିନସାରା ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଜପତି ଷ୍ଟାଡିୟମ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ସାହା ଅଧ୍ୟକ୍ଷତା କରି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ କର୍ମମୟୀ ଜୀବନୀ ଆଲୋଚନା କରି ତାଙ୍କ ଆଦର୍ଶରେ ଯୁବଗୋଷ୍ଠୀ ଅନୁପ୍ରାଣୀତ ହୋଇ ଦେଶ ଗଠନରେ ସହାୟ ହୋଇ କାର୍ଯ୍ୟକରିବାକୁ ଆହ୍ୱାନ କରିଥିଲେ । ମୋହନା ବିଧାୟିକା ବାସନ୍ତି ମଲ୍ଲିକ ଯୋଗଦେଇ ତିତିଲି ବାତ୍ୟା ସମେତ ଅନ୍ୟାନ୍ୟ ପ୍ରାକୃତିକ ଦୁର୍ବିପାକ  ସରକାରୀ କାର୍ଯ୍ୟକ୍ରମ ଗୁଡିକରେ ବିଜୁ ଯୁବବାହିନୀର ଭୁମିକା ଗୁରୁତ୍ୱପୂର୍ଣ୍ଣ  । ତେଣୁ ପାଠ ପଢିବା ସହିତ ନିଜର ପରିଚୟ ସୃଷ୍ଟି କରିବା ଦିଗରେ ଦୃଢ ମନୋବଳ ହୋଇ ନିଷ୍ଠାର ସହ ପ୍ରଚେଷ୍ଟା କରିବାକୁ ଯୁବଗୋଷ୍ଠୀଙ୍କୁ ଆହ୍ୱାନ କରିଥିଲେ । ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ଗମାଙ୍ଗ  ଯୋଗଦେଇ ସମାଜ, ଜାତି ଓ ଜିଲ୍ଲା ପାଇଁ ଯୁବ ଗୋଷ୍ଠୀ ଭବିଷ୍ୟତରେ କଣ ହେବେ ଓ କଣ କରିବେ ତାହା ବର୍ତ୍ତମାନ ଠାରୁ ପ୍ରୟାସ ଓ ଚିନ୍ତା କରିବାର ବେଳ ଆସିଯାଇଛି ବୋଲି କହିଥିଲେ । ଅର୍ଜୁନ ଏଵାର୍ଡ ପୁରସ୍କାର ପ୍ରାପ୍ତ ଭାର ଉତ୍ତୋଳନକାରୀ କେ.ରବିକୁମାର ଏବଂ ପର୍ବତ ଆରୋହୀ ବିଜୟ ଲାଭକାରୀ ଗଣେଶ ଚନ୍ଦ୍ର ଜେନା ଯୋଗ ଦେଇ ଗ୍ରାମାଞ୍ଚଳରେ ଲୁଚି ରହିଥିବା ପ୍ରତିଭାଧାରୀଙ୍କୁ ଦେଖି ତାକୁ ପ୍ରତ୍ସାହନ ଯୋଗାଇଦେବା ଉଚିତ । ମୁଖ୍ୟତଃ ଶାରୀରିକ ଭାବେ ସୁସ୍ଥ ରହି ପାଠପଢା ସହ ଖେଳ ପ୍ରତି ମଧ୍ୟ ନିୟମିତ ଧ୍ୟାନ ଦେବା ଉଚିତ । ଦୃଢମନବଳ ସହ ଇଛାଶକ୍ତି, ନିଷ୍ଠା ଓ ଶୃଙ୍ଖଳିତକୁ ପାଥେୟ କରି ଅଭ୍ୟାସ ଜାରି ରଖିଲେ ଭବିଷ୍ୟତରେ ସେ ଜାତି, ସମାଜ, ଜିଲ୍ଲା, ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣି ନିଜର ପରିଚୟ ସୃଷ୍ଟି କରିପାରିବ ବୋଲି କହିଥିଲେ । ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଲ ରାଣା ଯୋଗଦେଇ ବିଜୁ ସଶକ୍ତିକରଣ ଯୋଜନା ବ୍ଲକ,ପଞ୍ଚାୟତ ଓ ଵାର୍ଡ ସ୍ତରରେ ଯୁବବାହିନୀ ଗଠନ ଉଦ୍ଦେଶ୍ୟ ଓ ସେମାନଙ୍କ ଅଗ୍ରଗତି ଓ ସଫଳତା ଉପରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ଡ:କଲ୍ୟାଣୀ ମିଶ୍ର , ଉପଜିଲ୍ଲାପାଳ ରଜନୀକାନ୍ତ ସ୍ୱାଇଁ , ପୂର୍ବତନ ପୌରଅଧ୍ୟକ୍ଷ ନୃସିଂହ ଚରଣ ପଟ୍ଟନାୟକ ଯୁବଗୋଷ୍ଠୀଙ୍କୁ ଉଦ୍‍ବୋଧନ ଦେଇଥିଲେ । ଏହି ଅବସରରେ ଯୁବପ୍ରତିଭା ତଥା ଅର୍ଜ୍ଜୁନ ଏଵାର୍ଡ ପ୍ରାପ୍ତ ଭାର ଉତ୍ତୋଳନ କାରୀ କେ.ରବିକୁମାର ଏବଂ ପର୍ବତ ଆରୋହଣକାରୀ ଗଣେଶ ଚନ୍ଦ୍ର ଜେନାଙ୍କୁ ସମ୍ୱର୍ଦ୍ଧନା ଦିଆଯାଇଥିଲା ଏବଂ ଶ୍ରେଷ୍ଠ ବିବେଚିତ ବିଜୁ ଯୁବବାହିନୀଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ପଦାମୃତ ନୃତ୍ୟାୟନ, ମିରାକେଲ ଡେନ୍‍ସ ଗ୍ରୁପ୍‍, ମହିଳା ମହାବିଦ୍ୟାଳୟ, ଅରବିନ୍ଦ ସ୍କୁଲ, ମନ୍ମଥ ଗ୍ରପୁ ଅନୁଷ୍ଠାନ ପକ୍ଷରୁ ଚିତାକର୍ଷକ ନୃତ୍ୟ ପରିବେଷଣ ହୋଇଥିଲା । ଏହି ଅବସରରେ ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଏକ ବୃହତ ରକ୍ତଦାନ ଶିବିର ଅନୁଷ୍ଠାନ ହୋଇଥିଲା । ଏଥିରେ ପ୍ରାୟ ୬୦ଜଣ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଜିଲ୍ଲାପାଳ ଶ୍ରୀ ସାହା ଏହି କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଥିଲେ । ସିଡିଏମଓ ବିଜୟ କୁମାର ପାଣିଗ୍ରାହୀ , ଜିଲ୍ଲା ବ୍ଲଡବ୍ୟାଙ୍କ ଅଧିକାରୀ ଡା: ଏମ୍‍.ରାମଲକ୍ଷ୍ମୀ , ଏଲ୍‍ଟି. ଖଗେଶ୍ୱର ବେହେରା, ଓ ଏ.କୁସୁମ ପରିଚାଳନା କରିଥିଲେ । ଏହି ଅବସରରେ ଜିଲ୍ଲାର ମୋହନା ଯୁବଗୋଷ୍ଠୀ ସଂଯୋଜକ ପିଙ୍କୁ କୁମାର ସିଂ, ଆର ଉଦୟଗିରି ବ୍ଲକ ଯୁବବାହିନୀ ସଂଯୋଜକ ଲୋକନାଥ ପାଇକ ଏବଂ ଯୁବ ବାହିନୀ ସଭାପତି ସାଗର ପ୍ରଧାନ ପ୍ରମୁଖ ଜିଲ୍ଲାର ତିନିଜଣ ଉତ୍ତମ ଯୁବବାହିନୀର ସେମାନଙ୍କୁ ତିତିଲି ସମେତ ବିଭିନ୍ନ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ସମୟରେ କରିଥିବା ଉଲ୍ଲେଖନୀୟ କାର୍ଯ୍ୟସବୁ ଉପରେ ସେମାନଙ୍କ କାର୍ଯ୍ୟକ୍ରମ , ଅଗ୍ରଗତିର ସଫଳତା ଓ ଅନୁଭୁତ ଗୁଡିକ ଉପରେ ବଖାଣିଥିଲେ । ହିମାଂଶୁୁ ଶେଖର ପଟ୍ଟନାୟକ ସଭା ଓ ସମ୍ୱର୍ଦ୍ଧନା ଓ ପୁରସ୍କାର ବଣ୍ଟନକୁ ସଂଯୋଜନା କରିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ରଘୁନାଥ ପାତ୍ର ପରିଚାଳନା କରିଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ , ଡେପୁଟୀ କଲେକ୍‍ଟର ଯୁବଲୀ ବେହେରା ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

0
0
0
s2sdefault