ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ଜାତୀୟ ଶିଶୁ କନ୍ୟା ଦିବସ ପାଳିତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

Paralakhemundi/Balakrisna Panigrahi: ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଓ ଜିଲ୍ଲା ଚାଇଲ୍‍ଡ ଲାଇନ ସହଯୋଗରେ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ ଶିଶୁ କନ୍ୟା ଦିବସ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ସବୁ ଶିଶୁ କନ୍ୟାମାନଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂର୍ବାହ୍ନରେ ୩୦୦ରୁ ଅଧିକ ସ୍କୁଲର ଛାତ୍ରୀମାନଙ୍କୁ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଏକ ବିରାଟ ସଚେତନତା ଶୋଭାଯାତ୍ରା ବାହାରି ହାତରେ ଶିଶୁକନ୍ୟା ଯତ୍ନ , ସୁରକ୍ଷା ଅଧିକାର ପ୍ରଭୃତି ଉପରେ ସଚେତନତା ମୂଳକ ପ୍ଲାକାର୍ଡମାନ ଧରି ଏବଂ ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରି ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ । ଏହି ସଚେତନତା ଶୋଭାଯାତ୍ରାଟିକୁ ଜିଲ୍ଲା ମଙ୍ଗଳ ସମିତି ଅଧ୍ୟକ୍ଷ ବିନୋଦ ଚନ୍ଦ୍ର ଜେନା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପରେ ମଧ୍ୟାହ୍ନ ୩ଟାରେ ସ୍ଥାନୀୟ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟର ସଭାଗୃହ ଠାରେ ଏହି ଅବସରରେ ଏକ ସଚେତନତା ସଭାକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଅଧିକାରୀ ଅରୁଣ କୁମାର ତ୍ରିପାଠୀ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଶିଶୁଟି ଜନ୍ମ ହେବା ଠାରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ରହିଥିବା ବିଭିନ୍ନ ଯୋଜନା, ଶିଶୁକନ୍ୟାର ଅଧିକାର ଯତ୍ନ ଓ ସୁରକ୍ଷା ଦିଗରେ କାର୍ଯ୍ୟକରୁଥିବା ବିଭିନ୍ନ ବିଭାଗ ଉପରେ ସମ୍ୟକ ସୂଚନା  ପ୍ରଦାନ କରିଥିଲେ । ଉପଜିଲ୍ଲାପାଳ ରଜନୀ କାନ୍ତ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁକନ୍ୟା ପାଇଁ ଶିକ୍ଷା ଓ ଲିଖିତ ଏହି ଦୁଇଟି ନିହାତି ଆବଶ୍ୟକ ଶିକ୍ଷିତ ହୋଇପାରିବେଲେ ସମାଜରେ ତାର ଅଧିକାର କଣ , କର୍ତ୍ତବ୍ୟ କଣ କିଭଳି ସୁରକ୍ଷିତ ସହ ବଞ୍ଚିପାରିବ ତାହା ସେ ନିଜେ ଅବଗତ ହୋଇ ନିର୍ଭୟରେ ଚଳିପାରିବ ଅଙ୍ଗୀକାରବଦ୍ଧ ହୋଇ ସମାଜରେ ନିଜର ହକ୍‍ ପାଇଁ ଓ ଖରାପ କାର୍ଯ୍ୟର ପ୍ରତିବାଦ ଦିଗରେ ସ୍ୱର ଉତ୍ତୋଳନ କରିପାରିବ ବୋଲି କହିଥିଲେ । ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ବିନୋଦ ଚନ୍ଦ୍ର ଜେନା ଯୋଗ ଦେଇ ସମାଜ ପାଇଁ ନିଜର କିଛି ପରିଚୟ ସୃଷ୍ଟ କରିବାକୁ ହେଲେ ଛାତ୍ରୀମାନଙ୍କ ଏହାହିଁ ଉପଯୁକ୍ତ ବୟସ କିଛି ଶିଖିବା ପାଇଁ  । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜି.ସୁଦର୍ଶନ ରାଓ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଶିଶୁକନ୍ୟାମାନଙ୍କ ପାଇଁ ଏକ ୫କେଜିଆ କେକ୍‍ , ଶିଶୁ କନ୍ୟାମାନଙ୍କ ଦ୍ୱାରା କଟାଯାଇ ଖାଇବା ବଣ୍ଟନ ହୋଇଥିଲା । ଶେଷରେ ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ ଓ ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା ।

0
0
0
s2sdefault