ହେଡଲାଇନସ୍:

କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ :ଜଳର ସୁପରିଚାଳନା ଓ ସୁବିନିଯୋଗ ଉପରେ ଗୁରୁତ୍ୱ

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

Paralakhemundi/Balakrisna Panigrahi : ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗର ଜିଲ୍ଲା କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳିତି ହୋଇଯାଇଛି । କ୍ଷୁଦ୍ର ଜଳ ସେଚନ ବିଭାଜନର ନିର୍ବାହୀ ଯନ୍ତ୍ରୀ ତଥା ପାଣି ପଞ୍ଚାୟତପକ୍ଷ ପାଳନର ଜିଲ୍ଲା ନୋଡାଲ ଅଧିକାରୀ ଇଂ.ପ୍ରଦୀପ କୁମାର ରାଉତଙ୍କ ସଭାପତିତ୍ୱରେ ବ୍ରହ୍ମପୁର ଉଠା ଜଳସେଚନ ମଣ୍ଡଳ କାର୍ଯ୍ୟାଳୟର ଅଧିକ୍ଷଣ ଯନ୍ତ୍ରୀ ଇଂ.ବିଦ୍ୟା ଭୁଷଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପାଣି ପଞ୍ଚାୟତ ମାଧ୍ୟମରେ ଜଳ ବଣ୍ଟନର ସୁପରିଚାଳନା କରାଯାଇ ଚାଷ କାର୍ଯ୍ୟରେ କିଭଳି ବିଶେଷ ଉନ୍ନତ ଆଣିବାକୁ ହେବ ତାହା ବୁଝାଇଥିଲେ । ଅନ୍ୟପକ୍ଷରେ ପାଣିର ଅପଚୟ ଓ ଅପବ୍ୟବହାରକୁ ରଖି ସହଭାଗୀ ଜଳ ସେଚନ ପରିଚାଳନାରେ ଚାଷକାର୍ଯ୍ୟକୁ କିଭଳି ସଫଳତାର ସହ କାର୍ଯ୍ୟକାରୀ କରିବାକୁ ହେବ ତାହା ଉପସ୍ଥିତ ଚାଷୀମାନଙ୍କୁ ବୁଝାଇଥିଲେ । ପାଣିପଞ୍ଚାୟତ ପକ୍ଷ ପାଳନର ଜିଲ୍ଲା ନୋଡାଲ ଅଧିକାରୀ ଇଂ.ପ୍ରଦୀପ କୁମାର ରାଉତ ସଭାପତିତ୍ୱ କରି ପାଣି ପଞ୍ଚାୟତ କଣ, ଏହାର ଗଠନ ପ୍ରଣାଳୀ ଓ ଆବଶ୍ୟକତା କଣ, ଏହା ଦ୍ୱାରା ଜଳ ବଣ୍ଟନ ସମସ୍ୟାର ସମାଧାନ ଓ ସୁପରିଚାଳନା କିଭଳି ହୋଇଥାଏ, କେନାଲ ଗୁଡିକର ରକ୍ଷଣାବେକ୍ଷଣ ଓ ଜଳ ସେଚନ ସମ୍ୱନ୍ଦୀୟ କ୍ଷେତ୍ରରେ ପାଣିପଞ୍ଚାୟତର ଅଧିକାର ଓ କର୍ତ୍ତବ୍ୟ ଓ ଭୁମିକା ଉପରେ ବୁଝାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଆର. ଉଦୟଗିରି ବିଭାଗ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରଦୀପ କୁମାର ପଣ୍ଡା, ସଚେତନତା ସଭା କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ଉଦ୍ୟାନ ବିଭାଗ ଉପନିର୍ଦ୍ଦେଶକ ଭଗବାନ ସାହୁ ଏବଂ ଉଠାଜଳ ସେଚନ ବିଭାଜନର ନିର୍ବାହୀଯନ୍ତ୍ରୀ ଭାସ୍କର ଚନ୍ଦ୍ର ବେହେରା ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇ ନିଜ ନିଜର ବିଭାଗୀୟ କାର୍ଯ୍ୟକ୍ରମ ବିଭିନ୍ନ ଯୋଜନା , ସହାୟତା ଓ ରିହାତି ପ୍ରଭୃତି ଉପରେ କହି କୃଷି ଜଳର ସମାବଣ୍ଟନକୁ କିଭଳି ନିଶ୍ଚିତ କରି ଫସଲରେ ଉନ୍ନତ ଆଣିହେବ ତାହା ବୁଝାଇ ସଚେତନ କରାଇଥିଲେ । ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ପାଣି ପଞ୍ଚାୟତ ଉପରେ ଅନୁଷ୍ଠିତ ବକୃତା ପ୍ରତିଯୋଗିତାରେ ସସ୍ମିତା ପଣ୍ଡା ପ୍ରଥମ, ରଘୁନାଥ ପଣ୍ଡା ଦ୍ୱିତୀୟ, ଏବଂ ଶୁଭସ୍ମିତା ପାତ୍ର ତୃତୀୟଙ୍କୁ ଯଥାକ୍ରମେ ୩୦୦୦,୨୦୦୦,୧୫୦୦ ଟଙ୍କା ସହ ମାନପତ୍ର ପ୍ରଦାନ କରାଯାଇଥିଲା । ପାଣିପଞ୍ଚାୟତ ପକ୍ଷ ପାଳନ ଅବସରରେ ଜିଲ୍ଲା ବ୍ୟାପୀ ପାଣିପଞ୍ଚାୟତର ବିଭିନ୍ନ ଦିଗ ଉପରେ ଚାଷୀ ସଚେତନତା ପାଇଁ ପାଣି ପଞ୍ଚାୟତ ରଥ ବାହାରିଥିଲା । ଏହି ରଥକୁ ଜିଲ୍ଲାପାଳ ଅନୁପମ ସାହା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥରେ ପାଣି ପଞ୍ଚାୟତ ଓ ଜଳସେଚନ ସମ୍ୱନ୍ଦୀୟ ବିଭିନ୍ନ ସଚେତନତା ବେନେର ଲଗାଯିବା ସହ ମାଇକ ଯୋଗେ ପ୍ରଚାର କରାଯିବା ବ୍ୟବସ୍ଥା କରାଯାଇଛି ।

0
0
0
s2sdefault