ବେଲଗୁଣ୍ଠା, ୧୬/୦୪,-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନରେ ସହର ସୌନ୍ଦର୍ଯ୍ୟକରଣ ପାଇଁ ସ୍ଥାପିତ ହୋଇଥିବା ଲାଇଟ୍ ଗେଟ୍ ଓ ବୋଟ୍ର ଆଲୋକ ବ୍ୟବସ୍ଥା ପ୍ରାୟ ଛଅ ମାସ ହେବ ଶୋଚନୀୟ ଅବସ୍ଥାରେ ପଡ଼ି ରହିଛି। ବେଲଗୁଣ୍ଠା ପିତଳ ମାଛର ସହର ଭାବେ ପରିଚିତ ଥିବା ସତ୍ତ୍ୱେ, ସହରର ଏହି ଆକର୍ଷଣୀୟ ସୌନ୍ଦର୍ଯ୍ୟକରଣ ବ୍ୟବସ୍ଥା କୁ ଅଣଦେଖା କରିଚାଲିଛନ୍ତି ପ୍ରଶାସନ ।
ପାନକିଆରୀ ସ୍ଥିତ ରାସ୍ତା ପାଖରେ କାକପୋଇ ଗଛର ଡାଳ ଲାଇଟ୍ ସହିତ ଲାଗି ରହିଥିବାରୁ ସୌନ୍ଦର୍ଯ୍ୟ ନଷ୍ଟ ହେଉଛି ଓ ଦୁର୍ଘଟଣାର ସମ୍ଭାବନା ମଧ୍ୟ ରହିଛି।ବହୁ ବଲବ ଫିଉଚ ହୋଇଯାଇଥିବାରୁ ରାତିରେ ଅଧା ଅଧା ଲାଇଟ ଲାଗୁଛି l ସେଥିପାଇଁ ସୌନ୍ଦର୍ଯ୍ୟକରଣ କାମରେ କିଛି ଯାନ୍ତ୍ରିକ ତ୍ରୁଟି ମଧ୍ୟ ରହିଥିବା ଜଣା ପଡ଼ିଛି।ଏହି ସମସ୍ୟାଗୁଡ଼ିକ ଉପରେ ବେଲଗୁଣ୍ଠା ଏନ ଏ ସି ର କାର୍ଯ୍ୟନିବାହୀ ଅଧିକାରୀଙ୍କ ତୁରନ୍ତ ନଜର ପଡ଼ିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବl ସହ ଏହାର ପୁନଃରୁଦ୍ଧାର କରିବାକୁ ସାଧାରଣ ଲୋକ ଦାବି କରିଛନ୍ତି ।
ରାଜ୍ୟ
ଶୋଚନୀୟ ଅବସ୍ଥାରେ ବେଲଗୁଣ୍ଠା ଏନଏସି ଅଞ୍ଚଳରେ ସୌନ୍ଦର୍ଯ୍ୟକରଣ ଲାଇଟ୍ ବ୍ୟବସ୍ଥା
- Hits: 56








