ହେଡଲାଇନସ୍:

ଆଙ୍ଗୁଳିଆ ବିସ୍ଥାପିତ କଲୋନୀରେ ମହାବିଷୁବ ପଣା ସଂକ୍ରାନ୍ତି ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


କେନ୍ଦୁଝର,ତା୧୬/୪- କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ନାରଦପୁର ଗ୍ରାମପଞ୍ଚାୟତର ଆଙ୍ଗୁଳିଆ ବିସ୍ଥାପିତ କଲୋନୀରେ ମହାଆଡମ୍ବରରେ ମହାବିଷୁବ ପଣା ସଂକ୍ରାନ୍ତି ପାଳିତ ହୋଇଯାଇଛି । ହିନ୍ଦୁ ରୀତିନୀତି ଅନୁଯାୟୀ ଗତ ୧୧ ତାରିଖରୁ ଯଥାବିଧି ମା’ ବାସୁଳୀ, ବୁଢା ବାସୁଳୀ ଓ ଶୀଖ୍ରେଶ୍ଵର ମହାଦେବଙ୍କ ମନ୍ଦିରରେ ପୂଜକ ଦୁଷ୍ମନ୍ତ ଦାସ ତଥା ଘଟୁଆଳ ଚିନ୍ତାମଣି କାଣ୍ଡି ଓ ଦୁଃଖବନ୍ଧୁ ନାଏକଙ୍କ ଦ୍ଵାରା ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଆସୁଥିଲା । ସ୍ଥାନୀୟ ଗ୍ରାମବାସୀଙ୍କ ସହିତ ଆଖପାଖ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଭକ୍ତ ତଥା ଶ୍ରଦ୍ଧାଳୁମାନେ ଉପସ୍ଥିତ ରହି ମା’ଙ୍କ ଆଶିଷ ଲାଭ କରିଥିବାର ଦେଖ‌ିବାକୁ ମିଳିଥିଲା । ଏହି ଅବସରରେ କମିଟି ଦ୍ବାରା ବାଦୀ ପାଲା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆୟୋଜିତ କରାଯାଇଥିଲା ।
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ପ୍ରଥମ କରି ଚଇତି ପର୍ବ ବିସ୍ଥାପିତ କଲୋନୀରେ ଆୟୋଜିତ ହୋଇଥିବା ବେଳେ ପୂର୍ବେ ତାହା ପୁରୁଣା ଚମକପୁର ଗ୍ରାମରେ ଆୟୋଜିତ ହେଉଥିଲା । ଚଇତି ପର୍ବକୁ ମା ବାସୁଳୀ ମେଳା କମିଟିର ସଭାପତି ଲିଙ୍ଗରାଜ ନାଏକ, ସମ୍ପାଦକ ପୁରୁଷୋତ୍ତମ ନାଏକ, ଅର୍ଜୁନ ଚରଣ ବେହେରା, ଅମର ନାଏକ, ଇଶ୍ୱର ନାଏକ, ଚୌଧୁରୀ ନାଏକ, ଭାଗବତ ନାଏକ, ଅକ୍ଷୟ ନାଏକ, ଧବଳେଶ୍ଵର ନାଏକ, ଦୁଷ୍ମନ୍ତ ବେହେରା, ବିକାଶ ନାଏକ, ଚିନ୍ମୟ ଦାସଙ୍କ ସହିତ ଗ୍ରାମବାସୀ ସଫଳତା ପୂର୍ବକ ଆୟୋଜନ କରିବା ଦିଗରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

0
0
0
s2sdefault