ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲା କ୍ରୀଡା ବିଭାଗ ଆନୁକୁଲ୍ୟରେ ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ପକ୍ଷରୁ ଗଜପତି ଜିଲ୍ଲାସ୍ତରୀୟ ଓଡ଼ିଶା କ୍ରୀଡା ମହାକୁମ୍ଭ ମୁଖ୍ୟମନ୍ତ୍ରୀ ଟ୍ରଫି , ପ୍ରଥମ ଆନ୍ତଃ କ୍ଳବ୍ ଓ ଜିଲ୍ଲା କବାଡି ଚମ୍ପିଅନସିପ-୨୦୨୬ କାର୍ଯ୍ୟକ୍ରମ ୨ ଦିନ ଧରି ଅନୁଷ୍ଠିତ ହୋଇଯାଇଛି।
ଗ୍ରାମାଞ୍ଚଳରେ ଲୁକ୍କାୟିତ ଭାବେ ରହିଥିବା ବିଭିନ୍ନ କ୍ରୀଡା ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣି ସେମାନଙ୍କ ପ୍ରତିଭାକୁ ବିକଶିତ କରାଇବାର ସୁଯୋଗ ଦେବା ହେଉଛି ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମ ମୁଖ୍ୟ ଆଭିମୁଖ୍ୟ। ଉଦଘାଟନୀ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ , ସାଧାରଣ ଶ୍ରୀ ଫାଲଗୁନୀ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କବାଡି କ୍ରୀଡ଼ା ଚାମ୍ପିଅନସିପ କୁ ଉଦଘାଟନ କରି କହିଥିଲେ ଯେ , କ୍ରୀଡାର ପ୍ରଚାର ପ୍ରସାର କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଏହା ଏକ ଅଭିନବ ଯୋଜନା , ଯାହା ତୃଣ ମୂଳ ସ୍ତରରେ କ୍ରୀଡ଼ା ପ୍ରତିଭା ମାନଙ୍କୁ ସୁଯୋଗ ପ୍ରଦାନ କରିବ।
ସମ୍ମାନିତ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଜିଲ୍ଲା ଶିକ୍ଷାଧିକାରୀ ଡ଼ଃ ମାୟାଧର ସାହୁ , ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ତ୍ରିନାଥ ସାହୁ ପ୍ରମୁଖ ଯୋଗ ଦେଇ କ୍ରୀଡ଼ା ଶରୀରକୁ ସୁସ୍ଥ ରଖିବା ସହ୍ କ୍ରୀଡ଼ାରେ ଅଧ୍ୟବସାୟ ରହିଲେ କ୍ରୀଡ଼ା ବୃତିକୁ ଆପଣେଇଲେ , କ୍ରୀଡ଼ା କୁ ଶିକ୍ଷା ଓ ଜୀବନ ସହିତ ଜଡିତ ରଖିଲେ ଏହା ଉତ୍ତମ ନାଗରିକ ଗଢିତୋଳିବାରେ ବଳିଷ୍ଟ ଭୂମିକା ନିର୍ବାହ କରିଥାଏ ବୋଲି ପ୍ରକାଶ କରିଥିଲେ।
ପ୍ରାରମ୍ଭରେ ଜିଲ୍ଲା ଶାରୀରିକ କ୍ରୀଡା ନିରୀକ୍ଷକ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି ମୁଖ୍ୟମନ୍ତ୍ରୀ କବାଡି ଚାମ୍ପିଅନସିପ -୨୦୨୬ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ।
୨ ଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ୭ ଟି ବ୍ଲକରୁ ବାଳକ ବିଭାଗରେ ୮ ଟି ଦଳ ଏବଂ ବାଳିକା ବିଭାଗରେ ୬ଟି ଦଳ ଅଂଶ ଗ୍ରହଣ କରିଥିଲେ।
ଏହି କ୍ରୀଡ଼ା ପ୍ରତିଯୋଗିତା କାର୍ଯ୍ୟକ୍ରମରେ ବାଳକ ବର୍ଗରେ ରାୟଗଡ଼ ବ୍ଲକ୍ ଏବଂ ବାଳିକା ବର୍ଗରେ ଗୁମ୍ମା ବ୍ଲକ୍ ଚମ୍ପିୟାନ ହୋଇ ଜୋନାଲ ସ୍ତରୀୟ କବାଡି ପ୍ରତିଯୋଗିତାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ରାଜ୍ୟ
ଗଜପତି ଜିଲ୍ଲା ସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ପ୍ରଥମ ଆନ୍ତଃ କ୍ଳବ୍ ଓ ଜିଲ୍ଲା କବାଡି ଚମ୍ପିଅନସିପ ୨୦୨୬ କାର୍ଯ୍ୟକ୍ରମ
- Hits: 12








