ହେଡଲାଇନସ୍:

୭୦ ତମ ସାଧରଣତନ୍ତ୍ର ଦିବସ ଉପଲକ୍ଷେ ଉତ୍କଳ  ଆଲୁମିନା ତରଫରୁ ଅନ୍ତଃ ବିଦ୍ୟାଳୟ ପ୍ରତିଯୋଗିତା

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ରାୟଗଡା(ସରୋଜ ସାହୁ) : ୭୦ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରାୟଗଡା ଜିଲ୍ଳା କାଶିପୁର ବ୍ଳକ ଦୋରାଗୁଡା ଠାରେ ଉକôଳ ଆଲୁମିନା କମ୍ପାନୀ ତରଫରୁ ଶିକ୍ଷାର ଉନ୍ନତି ସହିତ ଛାତ୍ରଛାତ୍ରୀଙ୍କ ବିଭିନ୍ନ ଅନ୍ତଃନିର୍ହୀତ ଗୁଣର ପରିପ୍ରକାଶ ନିମନ୍ତେ ଅନ୍ତଃ ବିଦ୍ୟାଳୟସ୍ତରରେ କନିଷ୍ଠ  ଓ ବରିଷ୍ଠ  ବର୍ଗରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ  ହୋଇଯାଇଛି । ଏଥିରେ ୧୩ଟି ବିଦ୍ୟାଳୟରୁ ୫୫ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଜଣା ଅଜଣା,ଇଂରାଜୀ ଓ ଓଡିଆ ବକୃତା,ଚିତ୍ରାଙ୍କନ ଏବଂ ରଚନା ଲିଖନ ପ୍ରତିଯୋଗିତାଗୁଡିକ ମୁଖ୍ୟତଃ ରହିଥିଲା । ପ୍ରାଥମିକ ପର୍ଯ୍ୟାୟରେ ଏହା ବିଦ୍ୟାଳୟସ୍ତରୀୟ ପ୍ରତିଯୋଗିତା କରାଯାଇଥିଲା ଏବଂ ପ୍ରତ୍ୟେକ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ କୃତୀ ଲାଭ କରିଥିବା ଛାତ୍ରଛା୍ରତୀଙ୍କୁ ନେଇ ଅନ୍ତଃବିଦ୍ୟାଳୟ ପ୍ରତିଯୋଗିତା କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଶିବ ମହାପାତ୍ରଙ୍କ ତତ୍ୱାବଧାନରେ ସତ୍ୟଭାମା ନାୟକ ପରିଚାଳନା କରିଥିବା ବେଳେ ମନୋରଂଜନ ବେହେରା, ଅଭିପସା ପ୍ରାଚୀ, ସସ୍ମିତା , ରଂଜନ, କାର୍ତିକଶ୍ୱେର ସାହୁ, ସଂଜୀବ ପ୍ରମୁଖ ସହଯୋଗ କରିଥିଲେ । 

 

0
0
0
s2sdefault