ହେଡଲାଇନସ୍:

ସାନ ସରକାର ବାବାଙ୍କ ୬୪ତମ ଜନ୍ମଦିନ ତିଥି ଉପଲକ୍ଷେ ଅଖିଳ ଭାରତୀୟ ଦୁଃଖୀ ସମାଜ ପକ୍ଷରୁ ସଫେଇ ଓ ରକ୍ତଦାନ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭଦ୍ରକ,(ସତ୍ୟଭୂଷଣ ସ୍ୱାମୀ ): ଭଦ୍ରକର ପ୍ରସିଦ୍ଧ ଧର୍ମଗୁରୁ ସୈୟଦ ଶାହା ୱାସିମ ଅଖତର କାଦରୀ (ସାନ ସରକାର ବାବା) ଓରଫ ମାମାଜାନଙ୍କ ଭଦ୍ରକ ରହଣି ସମୟରେ ସମାଜ ସେବାରେ ଲିପ୍ତ ରହି ଅନେକ ଜନହିତକର କାର୍ଯ୍ୟ କରିଛନ୍ତି । ଗରିବ ଲୋକମାନେ ଅସୁବିଧା ସମୟରେ ରକ୍ତ ପାଇଁ ବହୁ ହଇରାଣ ହୋଇଥିବା ସମୟରେ ୨୦୦୫ ମସିହାରେ ‘ଅଖିଳ ଭାରତୀୟ ଦୁଃଖୀ ସମାଜ’ ସଂସ୍ଥା ଆରମ୍ଭ କରି ରକ୍ତଦାନ ଶିବିର ଆରମ୍ଭ କରିଥିଲେ । ତାଙ୍କର ଦେହାନ୍ତ ପରେ ବାବାଙ୍କ ଭକ୍ତମାନେ ମଧ୍ୟ ଏହି ପଥକୁ ଅନୁସରଣ କରୁଛନ୍ତି । ଆଜି ସାନ ସରକାର ବାବାଙ୍କ ୬୪ତମ ଜନ୍ମଦିନ ତିଥି ଉପଲକ୍ଷେ ଭଦ୍ରକର ସମସ୍ତ ଗାଁ ଓ ସହର ସହିତ ଚରମ୍ପା ଓ  ଚୁନ୍ହଟ୍ଟିରେ ‘ସଫେଇ କାର୍ଯ୍ୟକ୍ରମ’ ସକାଳ ୬ରୁ ୯ ଘଟିକା ପର୍ଯ୍ୟନ୍ତ ଚାଲୁ ରଖିଥିଲେ । ଭଦ୍ରକର ବାଙ୍କା ବଜାର ଠାରୁ ଆରମ୍ଭ ହୋଇଥିବା ସଫେଇ କାର୍ଯ୍ୟକ୍ରମରେ ‘ଅଖିଳ ଭାରତୀୟ ଦୁଃଖୀ ସମାଜ’ ସଭାପତି ଇଂ ମନାୱର ହୋସେନ, ସଂପାଦକ ରେଜା-ଏ-ରସୁଲ, ହାଜୀ ମହମ୍ମଦ ଅବଦୁଲ ବାରୀ, ସଏଫ ଅଲ୍ଲୀ, ମହମ୍ମଦ ଅତାଉଲ୍ଲା, ମହମ୍ମଦ ଇକ୍ବାଲ ଖାଁ, ମହମ୍ମଦ ଜକାଉଲ୍ଲା, ହରୀ ନନ୍ଦୀ ଓ ସଂଜୀବ ମଲ୍ଲିକଙ୍କ ନେତୃତ୍ୱରେ ପୁରୁଣାବଜାର, ଶଙ୍କରପୁର, ନଙ୍ଗାମହଲା, ସନ୍ଥିିଆ, ହଜାରୀ ନଗର, ହେଲାସାହି, ମୁଲ୍ଲାସାହି, କଦମ୍ବବେଢା, କଚେରୀ ବଜାର ହୋଇ ନୂଆ ବଜାର ସ୍ଥିତ ମୂଖ୍ୟ ଚିକିତ୍ସାଳୟ ସହିତ ପବିତ୍ର ଧର୍ମସ୍ଥଳୀ ଠାରେ ସଫେଇ କାର୍ଯ୍ୟକ୍ରମ ସମାପ୍ତି କରିଥିଲେ । ସକାଳ ୯.୩୦ ଘଟିକାରୁ ଅପରାହ୍ନ ୪.୩୦ ଘଟିକା ପର୍ଯ୍ୟନ୍ତ ବାଇପାସ୍ ରୋଡ ସ୍ଥିତ ସରକାର ନଗର ଖାନ୍କାହ ଠାରେ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ସେଣ୍ଟ୍ରାଲ ରେଡକ୍ରସ ଡ. ସୁଧାଂଶୁ ସାହୁଙ୍କ ଟିମ୍  (୧୫୨) ୟୁନିଟ, କଟକ ଏସ୍.ସି.ବି. ରକ୍ତ ଭଣ୍ଡାର ଡ. ପ୍ରଶାନ୍ତ ଦାସଙ୍କ ଟିମ୍ (୩୬୧)ୟୁନିଟ ଓ ଭଦ୍ରକ ରକ୍ତ ଭଣ୍ଡାର ଡ. ବିମଳା ମିଶ୍ର, ସିଡିଏମ୍ଓ ଡ. ଅବଦୁଲ ରସିଦ, ରବି ପାଣିଗ୍ରାହୀ, ହରି ନାୟକ, ଶତୃଘନ ହାତୀଙ୍କ ଟିମ୍ ( ୩୯୨) ୟୁନିଟ ଲେଖାଏଁ କରି ସର୍ବମୋଟ (୯୦୫ )  ୟୁନିଟ ରକ୍ତ ପ୍ରଦାନ କରାଯାଇଥିଲା । ଭଦ୍ରକର ବହୁ ଯୁବକ ଓ ଯୁବତୀଙ୍କ ସହ ଭଦ୍ରକର ଯୁବନେତା ଅସିତ ପଟ୍ଟନାୟକ ଓ ଯୁବନେତା ନଳିନୀ ମହାନ୍ତି ଶ୍ରଦ୍ଧାର ସହ ରକ୍ତଦାନ କରିଥିଲେ । ଏହି ରକ୍ତଦାନ ଶିବିରରେ ପୂର୍ବତନ ବିଧାୟକ ନରେନ ପଳେଇ , ଡାକ୍ତର ପ୍ରଦିପ ନାୟକ, ଶିକ୍ଷାବିତ୍ ଡଃ ବାଇଧର ସାହୁ, ଲକ୍ଷ୍ମୀ ମହାପାତ୍ର, ଦିଲିପ ନାୟକ, ଫାରୁକ୍ ଭାଇ, ହାଜୀ ଅନୱର ହୋସେନ, ଏନାମ ମହମ୍ମଦ ଓ ମୁକିତ ଖାଁ ପ୍ରମୁଖ ଯୋଗଦାନ କରିଥିଲେ । ଅଖିଳ ଭାରତୀୟ ଦୁଃଖୀ ସମାଜର ବରିଷ୍ଠ  ସଭ୍ୟ ସବିର ଅଲ୍ଲୀ, ହାଜୀ ହୁମାୟୁନ, ତବାରକ ଅଲ୍ଲୀ, ମତଲୁବ ଅଲ୍ଲୀ, ଡାକ୍ତର କମାଲ ଖାଁ, ଜମିଲ ଅଖତର ଖାଁ, ଇଂ ମୁକ୍ତାର ଅହମ୍ମଦ, ଇଂ ହବିବୁଲ୍ଲା ଖାଁ, ଅବୁ ହେସେନ ଖାଁ, ଗୋଲାମ ମୋହିଦ୍ଧିନ, ମୋଜୋ ଖାଁ, ହାଜୀ କାଶିମ୍ ଖାଁ, ସୁଧାକର ରାଉତ, ସେକ୍ ସମ୍ଦାନୀ ପ୍ରମୁଖ ମାନେ ମେଗା ରକ୍ତଦାନରେ ଯୋଗଦାନ କରିଥିଲେ । ମୁସ୍ତାକ ଗୌହର, ଶିକ୍ଷାବିତ ମଇରାଜ, ଜାୱେଦ ଅଖତର, ହବିବୁଲ୍ଲା, ଆବୁକଲାମ, ଶେଖ ଅନୱର, ଫରୟାଦ ଓ ଏକ୍ରାମ ପ୍ରମୁଖ ସହଯୋଗ କରିଥିଲେ ଓ ସମସ୍ତଙ୍କ ପାଇଁ ଫ୍ରୀ ଟି ଷ୍ଟଲ ଖୋଲା ଯାଇଥିଲା । ଏନ୍ପିଜି ତରଫରୁ ସନ୍ଧ୍ୟା ସମୟରେ ବଡ ସରକାର ବାବା ଓ ସାନ ସରକାର ବାବାଙ୍କ ପାଇଁ ଚାଦର ଶୋଭାଯାତ୍ରା କରି ତାଙ୍କ ସମାଧିରେ ଚାଦର ଚଢାଇଥିଲେ । ଏହି ସଫେଇ ଅଭିଯାନ ଓ ମେଗା ରକ୍ତଦାନ ଶିବିର ସଫଳତା ପାଇଁ ଅଖିଳ ଭାରତୀୟ ଦୁଃଖୀ ସମାଜ ଭଦ୍ରକ ବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତିି । 

    

0
0
0
s2sdefault