ବିଜେପୁର୦୬/୦୪-ବରଗଡ଼ ଜିଲ୍ଲା ବିଜେପୁର ଅଞ୍ଚଳରେ କୁଆପଥର ବୃଷ୍ଟି ହେବାରୁ ଶହ ଶହ ଏକର ଫସଲ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି। ତୀବ୍ର ବେଗରେ ପବନ ଓ ବର୍ଷା ସହ କରାମାଡ଼ ହୋଇଥିବାରୁ ଚାଷୀର ଅଣ୍ଟା ଭାଙ୍ଗିପଡ଼ିଚି । ସନ୍ଧ୍ୟାରେ ଆକାଶ ହଠାତ୍ ଘନ ମେଘାଚ୍ଛନ୍ନ ହୋଇ ବାତ୍ୟା ବର୍ଷା ଆରମ୍ଭ ହୋଇଥିଲା। କିଛି ସମୟ ପରେ ବଡ଼ ବଡ଼ କରା ପଡ଼ିବାରୁ ଜମିରେ ଥିବା ଫସଲ କ୍ଷତିଗ୍ରସ୍ତ ହୋଇଛି। ବିଶେଷକରି ପନିପରିବା,ମୁଗ ଓ ଧାନ ଚାଷରେ ବ୍ୟାପକ କ୍ଷତି ଘଟିଥିବା ସୂଚନା ମିଳିଛି।ଏହି କରା ମାଡ଼ରେ ଅନେକ ଗଛ ଭାଙ୍ଗିପଡ଼ିଥିବା ବେଳେ କିଛି କାଚା ଘରର ଛାଦ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। କେତେକ ସ୍ଥାନରେ ବିଦ୍ୟୁତ ବିଚ୍ଛିନ୍ନ ହୋଇଥିବାରୁ ଲୋକମାନେ ଅସୁବିଧାରେ ପଡ଼ିଛନ୍ତି।ଚାଷୀମାନେ କହିଛନ୍ତି, “ଏମିତି କରା ମାଡ଼ରେ ଫସଲ ପ୍ରାୟ ନଷ୍ଟ ହୋଇଯାଇଛି। ଆମର ବର୍ଷକର ପରିଶ୍ରମ ନଷ୍ଟ ହେବାର ଭୟ ରହିଛି।” ସେମାନେ ପ୍ରଶାସନଙ୍କୁ ଶୀଘ୍ର କ୍ଷତିର ମୂଲ୍ୟାୟନ କରି ସହାୟତା ଦେବାକୁ ଦାବି କରିଛନ୍ତି।ହଠାତ୍ ଘଟିଥିବା ଏହି ପ୍ରବଳ କରା ମାଡ଼ ଫଳରେ ଅଞ୍ଚଳରେ ଥଣ୍ଡା ବଢ଼ିଯାଇଛି ।ପ୍ରାପ୍ତ ସୂଚନା ଅନୁସାରେ ଏହି ବ୍ଲକର ତାଳପଦର,ଲାଉମୁଣ୍ଡ,ମହୁଲପାଲି,ବାରଙ୍ଗବହାଲ, ସର୍ଗିପାଲି, ଜାଲପାଲି, ସୁରୁବାଲି,ସାନବାଉଁସେନ, ଏମଶ୍ରୀଗିଡା , ପିପିଲି ପାଳି, ଲେମଧର,କଲଙ୍ଗାପାଲି ପ୍ରମୁଖ ଗ୍ରାମରେ ଫସଲ କ୍ଷତିଗ୍ରସ୍ତ ହୋଇଛି ।ଫଳରେ ଚାଷୀ ମୁଣ୍ଡରେ ହାତ ମାରି ଚିନ୍ତାରେ ପଡ଼ିଯାଇଛି।
ରାଜ୍ୟ
ବିଜେପୁର ଅଞ୍ଚଳରେ ପ୍ରବଳ କରା ମାଡ଼, ଚାଷୀ ଆତଙ୍କିତ
- Hits: 359








