ହେଡଲାଇନସ୍:

ବିରାଟ ହିନ୍ଦୁସ୍ତାନ ସଙ୍ଗମ ଦକ୍ଷିଣ ଓଡ଼ିଶା ସଙ୍ଗଠନ ପକ୍ଷରୁ ଶିକ୍ଷା ଓ ସଶକ୍ତିକରଣ କାର୍ଯ୍ୟକ୍ରମ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣପୁରରୁ ସିଦ୍ଧାର୍ଥ ଦାଶଙ୍କ : ବିରାଟ ହିନ୍ଦୁସ୍ତାନ ସଙ୍ଗମ ଦକ୍ଷିଣ ଓଡ଼ିଶା ସଙ୍ଗଠନ ପକ୍ଷରୁ ଶିକ୍ଷା ଓ ସଶକ୍ତିକରଣ କାର୍ଯ୍ୟକ୍ରମ  ଓ ନେତାଜୀ ସୁବାସ ଚନ୍ଦ୍ର ବୋଷ ଜୟନ୍ତୀ ଉପଲକ୍ଷେ ସ୍ଥାନୀୟ ସରସ ଅଂଗ୍ଲୋଵ୍ୟଦିକ ବିଦ୍ୟାଳୟ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି ।

ଆଇନଜୀବୀ ସନ୍ଦୀପ ପାଣିଗ୍ରାହୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀ ରବି ଆଚାରି, ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ସଦସ୍ୟ ଲଷ୍ମୀ କାନ୍ତ ତ୍ରିପାଠୀ, ଶ୍ରୀ ସତ୍ୟମ, ସାମ୍ବାଦିକ ଓ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ । ଶ୍ରୀରାମ ମନ୍ଦିର ନିର୍ମାଣ କରିବାରେ ହିନ୍ଦୁ ମାନଙ୍କ ସପକ୍ଷରେ ଆଇନଗତ ଅଧିକାର ଥିଲେ ବି କେନ୍ଦ୍ର ସରକାର ଜାଣିଶୁଣି ଏବେ ପଛଘୁଞ୍ଚା ଦେଉଛନ୍ତି ବୋଲି କେନ୍ଦ୍ର ସରକାରଙ୍କୁ ଓ ତାଙ୍କରି ନିତି ଗୁଡ଼ିକକୁ ନିନ୍ଦା କରିଥିଲେ । ପରେ ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ଭାରତ ସ୍ୱାଧୀନତା ପଛରେ ନେତାଜୀଙ୍କ ଏକ ବଡ଼ ଅବଦାନ ରହିଥିଲା ବୋଲି କହିଥିଲେ।

0
0
0
s2sdefault