ବେଲଗୁଣ୍ଠା, ୦୩/୦୪-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ସ୍ଥିତ ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ୯୧ତମ ଉତ୍କଳ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି I ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୋରଡା ବିଧାୟକ ତଥା ଅନୁଷ୍ଠାନ ସଭାପତି ନୀଳମଣି ବିଷୋୟୀ ଯୋଗ ଦେଇ ଅନୁଷ୍ଠାନର ଗୁରୁଜୀ ଗୁରୁମା ଫଳନ୍ତି ବୃକ୍ଷ ଭଳି ନମ୍ରତା ଆଚରଣ କରି ନିଜର ସାଧନା ଜାରି ରଖିଲେ ନିଜ ବିଦ୍ୟାଳୟ ପାଇଁ ତଥା ଦେଶ ପାଇଁ ସୁନାମ ଅର୍ଜନ କରିପାରିବେ ବୋଲି ନିଜ ବକ୍ତବ୍ଯରେ ପରାମର୍ଶ ଦେଇଥିଲେ I ସେହିପରି ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ବାର୍ ଆସୋସିଏନ୍ ସଦସ୍ୟ ଆଇନଜୀବୀ ଦିଲ୍ଲୀପ କୁମାର ତ୍ରିପାଠି ଯୋଗଦେଇ ଗୁରୁଜୀ ଗୁରୁମାଙ୍କ କଠିନ ପରିଶ୍ରମ ଏବଂ ନିଷ୍ଠାପର କର୍ତ୍ତବ୍ୟ ହିଁ ଘରୋଇ ଶିକ୍ଷାନୁଷ୍ଠାନକୁ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରିବାର ମୁଖ୍ୟ କାରଣ ବୋଲି ପ୍ରକାଶ କରିଥିଲେ I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନ ସମ୍ପାଦକ ତଥା ଆଇନଜୀବୀ ସୀମାଞ୍ଚଳ ପୃଷ୍ଟି,ଯୁଗ୍ମ ସମ୍ପାଦକ ପ୍ରକାଶ ଚନ୍ଦ୍ର ବିଷୋୟୀ, ବିଦ୍ୟାଳୟ ପରିଚାଳନା ସମିତି ସଦସ୍ୟ ଦିବାକର ବିଷୋୟୀ,ସନ୍ତୋଷ କୁମାର ବିଷୋୟୀ,ରତ୍ନାକର ନାୟକ, ଗାଙ୍ଗପୁର ଗ୍ରାମ୍ୟ ପରିଚାଳନା କମିଟି ସଭାପତି ଶଙ୍କର୍ଷଣ ବିଷୋୟୀ, ପୂର୍ବତନ ସଭାପତି ନିତ୍ୟାନନ୍ଦ ବିଷୋୟୀ, ଅଶୋକ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ I ଏହି ଅବସରରେ ଅନୁଷ୍ଠାନର ଗୁରୁଜୀ ଗୁରୁମାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତl ଅନୁଷ୍ଠିତ ହୋଇଥିବା ବେଳେ ଅତିଥି ମାନଙ୍କ ଦ୍ୱାରା କୃତି ଗୁରୁଜୀ ଗୁରୁମାଙ୍କୁ ପ୍ରଶଂସା ପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା I ଅନୁଷ୍ଠାନର ଶିକ୍ଷକ ଦେବାଶିଷ ବିଷୋୟୀ, ମିଥୁନ୍ ନାୟକ, ଗଣେଶ ସାହୁ, ପବିତ୍ର ମୋହନ ବିଷୋୟୀ,ବିଶ୍ୱ ରଞ୍ଜନ ସେଠୀ, ଶେଷଦେବ ପାଢୀ,ଗୁରୁମା ପ୍ରତିମା ବିଷୋୟୀ,ରିନା ସାହୁ,ରୋଜୀମା,ଜ୍ୟୋତ୍ସ୍ନା ରାଣୀ ପ୍ରଧାନ,ସନ୍ତୋଷୀ ଗୌଡ଼, ଅଙ୍କିତା ଭୂୟାଁ ,ସୁଜ୍ଞାନୀ ପଟ୍ଟନାୟକ ,ଆରତୀ ସ୍ୱାଇଁ, ଆଶା ଲତା ସ୍ୱାଇଁ,ପିନୁ ବିଷୋୟୀ ,ଜ୍ୟୋତ୍ସ୍ନା ରାଣୀ ପ୍ରଧାନ,ସନ୍ତୋଷିନୀ ଗୌଡ,ଶୀତଲ ସ୍ୱାଇଁ,ବୈଶାଖୀ ବେହେରା, ସନ୍ତୋଷୀ ରାଣୀ ଗୌଡ଼,ଗାୟତ୍ରୀ ପାତ୍ର,ଝିଲି ରାଣୀ ନାୟକ, ସଞ୍ଜନା ଗୌଡ଼ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ପ୍ରଧାନ ଆଚାର୍ଯ୍ୟା ସସ୍ମିତା ମାଝୀ ଧନ୍ୟବାଦ ଜ୍ଞାପନ କରିଥିଲେ I
ରାଜ୍ୟ
ଗାଙ୍ଗପୁର ବିବେକାନନ୍ଦ ଶିଶୁ ଶିକ୍ଷା ପ୍ରତିଷ୍ଠାନରେ ୯୧ ତମ ଉତ୍କଳ ଦିବସ
- Hits: 39








