ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୩୧/୦୩/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ଆଗାମି ଏପ୍ରିଲ ୧ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଓଡିଆ ପକ୍ଷ ପାଳନ ନେଇ ଏକ ପ୍ରସ୍ତୁତି ବୈଠକ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଓଡିଆ ଘର ର ଗାଥା ଗୌରବ, ଚାଲି ଚଳନ,ପାରମ୍ପାରିକ ଖାଦ୍ୟ ପ୍ୟେୟ, ପୋଷାକ ପରିଧାନ, ସଂସ୍କୃତି ଓ ପରମ୍ପରାକୁ ବିଶ୍ଵ ଦରବାରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏପ୍ରିଲ ପହିଲା ଉତ୍କଳ ଦିବସରୁ ଓଡିଆ ପକ୍ଷ ଆରମ୍ଭ ହୋଇ ପର୍ଯ୍ୟାୟ କ୍ରମେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀ ରେ ନାମ ଲେଖା ଖଡ଼ି ଛୁଆଁ ପର୍ବ, ହସ୍ତ ତନ୍ତ ଓ ବୟନ ଶିଳ୍ପ ଦ୍ଵାରା ପୋଷାକ ପରିଧାନ, ଏଇତିହ ସ୍ଥଳୀର ସୁରକ୍ଷା ଓ ଏହାର ପ୍ରଚାର ପ୍ରସାର, ,ଗଣ ଦୌଡ଼, ସ୍ବଚ୍ଛତା ଅଭିଯାନ, ଶିଶୁକଥା ଦିବସ, ରକ୍ତଦାନ ଶିବିର, ପାରମ୍ପାରିକ ଓଡ଼ିଆ ଖାଦ୍ୟ ପ୍ରଦର୍ଶନୀ, ଝୁଟି ,ହୁଳୁ ହୁଳି , ,ଲୋକ କଳା ପାଇଁ ଦିନ ଟିଏ, ବନ୍ଦନୀୟ ବରପୁତ୍ର ଙ୍କୁ ଶ୍ରଦ୍ଧାଞ୍ଜଳି ଓ ଏପ୍ରିଲ ୧୪ ତାରିଖ ରେ ଓଡିଆ ନବବର୍ଷ ପାଳନ କରାଯିବ। କାର୍ଯ୍ୟକ୍ରମ ପରିଚାଳନା ପାଇଁ ବିଭିନ୍ନ ଅଧିକାରୀଙ୍କୁ ଦାୟିତ୍ଵ ନ୍ୟେସ୍ତ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ବିଡିଓ ସମିର କୁମାର ପାତ୍ର, ବିଇଓ ରଶ୍ମିତା ନେତମ୍, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ବି ପି ଏମ ଦୀପ୍ତି କିଶୋର ନାୟକ, ଏ ବି ଏଫ ମୃଣାଳ ପରିଡା, ଡାଟା ଏଣ୍ଟ୍ରି ଓପରେଟର ଅମୂଲ୍ୟ ଦଳେଇ ସହ ଅନ୍ୟ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।
ରାଜ୍ୟ
ଓଡିଆ ପକ୍ଷ ପାଳନ ନେଇ ପ୍ରସ୍ତୁତି ବୈଠକ
- Hits: 12








