ହେଡଲାଇନସ୍:

ନୀଳଗିରି ଓକିଲସଂଘ ନିର୍ବାଚନ ରେ ଉପଖଣ୍ଡରୁ ଚିତ୍ତରଞ୍ଜନ ଷଡ଼ଙ୍ଗୀ ସଭାପତି , କିଶୋର ଦାସ ସମ୍ପାଦକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ନୀଳଗିରି ବାରରୁ ମିହିର ରାଉତ ସଭାପତି , ଶୁଭେନ୍ଦ୍ର ବିଶ୍ୱାଳ ସମ୍ପାଦକ ନିର୍ବାଚିତ।


ନୀଳଗିରି -୨୮/୩,: ରାଜ୍ୟ ବାର୍ କାଉନସିଲର ନିର୍ଦ୍ଦେଶରେ ଆଜି ସମଗ୍ରରାଜ୍ୟରେ ସମସ୍ତ ଓକିଲ ସଂଘର ନିର୍ବାଚନ ଶେଷହୋଇଛି। ଅନୁରୂପଭାବେ ନୀଳଗିରିର ଉଭୟ ବାର୍ ର ନିର୍ବାଚନ ହୋଇଥିଲା। ତେବେ ପୂର୍ବରୁ ଉପଖଣ୍ଡବାରର ସମସ୍ତ କର୍ମକର୍ତ୍ତା ତଥା ସଦସ୍ୟ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିବାବେଳେ କେବଳ ଆନୁଷ୍ଠାନିକ ଘୋଷଣା ବାକିରହିଥିଲା। ଉପଖଣ୍ଡ ଓକିଲସଂଘରୁ ପୂର୍ବତନ ବିଧାୟକ ତଥା ବରିଷ୍ଠ ଆଇନଜୀବି ଚିତ୍ତରଞ୍ଜନ ଷଡ଼ଙ୍ଗୀ ସଭାପତି ଏବଂ କିଶୋର କୁମାର ଦାସ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବାବେଳେ ସଂଘର ଅନ୍ୟସମସ୍ତ ସଦସ୍ୟ ମଧ୍ୟ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ। କାର୍ତ୍ତିକ କୁମାର ରାଉତ ନିର୍ବାଚନ ଅଧିକାରୀଭାବେ ପରିଚାଳନା କରିଥିଲେ।ମାତ୍ର ୫୫ସଦସ୍ୟ ବିଶିଷ୍ଟ ନୀଳଗିରି ଓକିଲ ସଂଘର ସଭାପତି ନିର୍ବାଚନରେ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଥିଲା। ଏହି ନିର୍ବାଚନରେ ୪୯ଜଣ ଆଇନଜୀବୀ ଭୋଟ ପ୍ରଦାନ କରିଥିବା ବେଳେ ବରିଷ୍ଠ ଆଇନଜୀବୀ ମିହିର କୁମାର ରାଉତ ଏବଂ ସୁନୀଲ ବିଶ୍ୱାଳଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ହୋଇଥିଲା ।ମିହିର କୁମାର ରାଉତ ୩୭ଖଣ୍ଡ ଭୋଟପାଇ ସଭାପତି ନିର୍ବାଚିତ ହୋଇଥିବା ବେଳେ ସୁନୀଲ କୁମାର ବିଶ୍ବାଳ ୧୨ଖଣ୍ଡ ପାଇ ପରାଜିତ ହୋଇଥିଲେ। ସମ୍ପାଦକ ଭାବେ ଶୁଭେନ୍ଦ୍ର କୁମାର ବିଶ୍ବାଳ, ଅନନ୍ତ ପ୍ରସାଦ ଉପସଭାପତି, ଶରତ କୁମାର ବେହେରା ସହସଂପାଦକ, କରୁଣାକର ସ୍ୱାଇଁ କୋଷାଧ୍ୟକ୍ଷ ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟଭାବେ ନିବେଦିତା ଜେନା, ପ୍ରତିମା ମହାନ୍ତି, ରାଜଲକ୍ଷ୍ମୀ ପଟ୍ଟନାୟକ, ପ୍ରଶାନ୍ତ ରଣା ଓ ଶାନ୍ତନୁ କୁମାର ବିଶ୍ବାଳ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇଥିଲେ। ବରିଷ୍ଠ ଆଇନଜୀବି କ୍ଷୀରୋଦ କୁମାର ଦାସ ନିର୍ବାଚନ ପରିଚାଳନା କରିଥିବା ବେଳେ ଶ୍ରୀଯୁକ୍ତ ମିହିର କୁମାର ରାଉତ ବିପୁଳଭୋଟରେ ବିଜୟଲାଭ କରିଥିବାରୁ ତାଙ୍କୁ ନୀଳଗିରି ଓକିଲସଂଘ ପକ୍ଷରୁ ଅଭିନନ୍ଦନ ଜଣାଯାଇଥିଲା।

0
0
0
s2sdefault