ହେଡଲାଇନସ୍:

ଟ୍ୟାଲେଣ୍ଟ ହଣ୍ଟ୍ ଇଣ୍ଟିଗ୍ରାଲ୍ ବିଦ୍ୟାଳୟର ୫ମ ବାର୍ଷିକ ଉତ୍ସବ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,୨୮/୦୩-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଗାଙ୍ଗପୁର ପଂଚାୟତର ବୋରୀ ସ୍ଥିତ ଟ୍ୟାଲେଣ୍ଟ ହଣ୍ଟ୍ ଇଣ୍ଟିଗ୍ରାଲ୍ ବିଦ୍ୟାଳୟର ୫ମ ବାର୍ଷିକ ଉତ୍ସବ-୨୦୨୬ ଅନୁଷ୍ଠାନ ଅଧ୍ୟକ୍ଷ ପୂର୍ଣ୍ଣ ଚନ୍ଦ୍ର ବିଷୋୟୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ପ୍ରତାପ ଲକ୍ଷ୍ମଣପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ମାନସ ରଞ୍ଜନ ଡାକୁଆ ଯୋଗ ଦେଇ ଛାତ୍ରଛାତ୍ରୀ ବଡ଼ ଲୋକ ହେବା ପାଇଁ ସ୍ଵପ୍ନ ଦେଖିବା ସହିତ ସେହି ସ୍ଵପ୍ନକୁ ସାକାର କରିବା ପାଇଁ କଠିନ ପରିଶ୍ରମ କରିବାର ଆବଶ୍ୟକତା ରହିଛି ବୋଲି ନିଜ ବକ୍ତବ୍ଯରେ ପ୍ରକାଶ କରିଥିଲେ I ସେହିପରି ମୁଖ୍ୟ ବକ୍ତା ରୂପେ ଅବସରପ୍ରାପ୍ତ ସିନିୟର ଆସିଷ୍ଟାଣ୍ଟ୍ ଭିକାରୀ ଚରଣ ସାହୁ ଯୋଗ ଦେଇ ଶିଶୁ ପ୍ରତିଭାର ବିକାଶ ପାଇଁ ବାର୍ଷିକ ଉତ୍ସବ ଏକ ସୁଯୋଗ ସୃଷ୍ଟି କରିଥାଏ ବୋଲି ପ୍ରକାଶ କରିଥିଲେ I ସମ୍ମାନୀତ ଅତିଥି ଭାବେ ବଡ଼ପଡ଼ା ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ଡ.ଦୂର୍ଗା ପ୍ରସାଦ ମିଶ୍ର, ଅଧ୍ୟାପକ ତଥା ଆନ୍ତର୍ଜାତୀୟ କବି ଡ.ପ୍ରସନ୍ନ ଦଳାଇ,ବେଲଗୁଣ୍ଠା ପ୍ରେସକ୍ଳବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଅବସରପ୍ରାପ୍ତ ଶିକ୍ଷକ ବାଳକୃଷ୍ଣ ସାବତ, କ୍ଷତ୍ରିୟବରପୁର କ୍ଲଷ୍ଟର୍ ସିଆରସିସି ଛାୟାକାନ୍ତ ମହାପାତ୍ର, ଜାନୀବିଲି ଟ୍ୟାଲେଣ୍ଟ ହଣ୍ଟ୍ ଇଣ୍ଟିଗ୍ରାଲ୍ ବିଦ୍ୟାଳୟର ସଭାପତି ସୀମାଦ୍ରି କୁମାର ସ୍ୱାଇଁ ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀଙ୍କୁ ବହୁ ମୂଲ୍ୟବାନ ଉଦବୋଧନ ଦେବା ସହିତ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରଧାନ ଶିକ୍ଷକ ଶିଶିର ସ୍ୱାଇଁ ଙ୍କ ସହ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରିଥିଲେ I ଅନୁଷ୍ଠାନର ଶିକ୍ଷୟିତ୍ରୀ ଜ୍ୟୋତି ବିଷୋୟୀ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବିଷୋୟୀ ବାର୍ଷିକ ବିବରଣୀ ପାଠ କରିଥିଲେ I ଏହି ଅବସରରେ କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମ୍ପାଦିକା ଲକ୍ଷ୍ମୀ ଗୁରୁ ଏବଂ ସଭାପତି ରାମଚନ୍ଦ୍ର ନାୟକଙ୍କ ତତ୍ତ୍ୱାବଧାନରେ ପରିଚାଳିତ କାର୍ଯ୍ୟକ୍ରମରେ ଅନୁଷ୍ଠାନର ବରିଷ୍ଠ ଶିକ୍ଷକ ଭାସ୍କର ବିଷୋୟୀ,ସୋନୁ ସାର୍, ଶିକ୍ଷୟିତ୍ରୀ ରାଗିଣୀ ବିଷୋୟୀ,ରେଶ୍ମା,ମେଘନା, ଶିବାନୀ, ସୁମନ, ପୂଜା, ଖୁସି ପ୍ରମୁଖ ସହଯୋଗ କରିଥିଲେ I କାର୍ଯ୍ୟକ୍ରମରେ ଜାନୀବିଲି ଟ୍ୟାଲେଣ୍ଟ ହଣ୍ଟ୍ ଇଣ୍ଟିଗ୍ରାଲ୍ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅଞ୍ଚଳର ବହୁ ଶିକ୍ଷାବିତ୍ ଏବଂ ଅଭିଭାବକ ଉପସ୍ଥିତ ଥିଲେ I ଅନୁଷ୍ଠାନ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବିଷୋୟୀ ଧନ୍ୟବାଦ ଜ୍ଞାପନ କରିଥିଲେ I

0
0
0
s2sdefault