ହେଡଲାଇନସ୍:

ଫୁଲବାଣୀ: ଘାଟିରୁ ଓଲଟିଲା ମିନି ଟ୍ରକ୍‌: 12 ମୃତ, ଅନେକଙ୍କ ଜୀବନ ସଙ୍କଟାପନ୍ନ।   

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଫୁଲବାଣୀ: ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣା। ଘାଟିରୁ ଓଲଟି ପଡ଼ିଲା ମିନିଟ୍ରକ୍‌। ଏଥିରେ 12ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩୦ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଏ ଦୁର୍ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ବ୍ରାହ୍ମଣୀଗାଁ ବଙ୍ଗଡ଼ଦୁଆ ଘାଟିରେ। ପ୍ରାୟ ୫୦ ଫୁଟ୍ ତଳକୁ ଟ୍ରକ୍‌ଟି ଖସି ପଡ଼ିଥିବା ଜଣାଯାଇଛି। ମୃତାହତମାନେ କଳିଙ୍ଗି, ତାରଜେଙ୍ଗି ଓ ଗଦାପୁର ଗାଁର ବୋଲି ସୂଚନା ମିଳିଛି। ସେମାନେ ବ୍ରାହ୍ମଣୀଗାଁରେ ଏକ ଚର୍ଚ୍ଚରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲା ବୋଲି ସୂଚନା ମିଳିଛି। ଦିନ ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଥିବା କୁହାଯାଉଛି। ମିନି ଟ୍ରକ୍‌ରେ ୪୦ରୁ ଅଧିକ ଲୋକ ଥିଲେ।

ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ଗାଡ଼ି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା ବୋଲି କୁହାଯାଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁ ମଧ୍ୟ ଏପରି ଘଟିଛି ବୋଲି କୁହାଯାଉଛି। ଆହତମାନଙ୍କୁ ବ୍ରାହ୍ମଣୀଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁତରମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଯିବାକୁ ବ୍ୟବସ୍ଥା କରାଯାଉଛି।

  

0
0
0
s2sdefault