ହେଡଲାଇନସ୍:

ଶିକ୍ଷା , କୃଷି , ସ୍ୱାସ୍ଥ୍ୟ , ଜଳସେଚନ ଆଦି କ୍ଷେତ୍ରରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ବହୁପଛକୁ ଚାଲିଯାଇଛି : ଜୟଦେବ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

୨୩ରେ ଛେନାପଦି ଛକଠାରେ କଂଗ୍ରେସ ପକ୍ଷରୁ ଏକ ବିଶାଳ କୃଷକ ସମାବେଶ 

ଆନନ୍ଦପୁର(ମକରଧ୍ବଜ ଜେନା) 

ଶିକ୍ଷା , କୃଷି , ସ୍ୱାସ୍ଥ୍ୟ , ଜଳସେଚନ ଆଦି କ୍ଷେତ୍ରରେ ଆନନ୍ଦପୁର ନିର୍ବାଚନ ମଣ୍ଡଳୀ ବହୁପଛକୁ ଚାଲିଯାଇଛି । ନିଯୁକ୍ତି ନପାଇ ଏହି ନିର୍ବାଚନ ମଣ୍ଡଳିର ଲୋକେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଚାଲିଯାଉଛନ୍ତି ।  ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ ରୁପେ ଭୂଷୁଡି ପଡିଛି ବୋଲି  ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା ଅଭିଯୋଗ କରିଛନ୍ତି ।  ଏଠାରେ ଅନୁଷ୍ଠିତ ଏଲ ସାମ୍ବାଦିକ ସମ୍ମିଳନୀରେ ସେ କେନ୍ଦ୍ର ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତିକୁ ସମାଲୋଚନା କରିବା ସହ ଆଗାମୀ  ନିର୍ବାଚନରେ କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ସରକାରଙ୍କୁ ଜନସାଧାରଣ ଉଚିତ ଜବାବ ଦେବେ ବୋଲି କହିଛନ୍ତି ଶ୍ରୀ ଜେନା | 

ଜୟଦେବ କହିଛନ୍ତି ଯେ ରାଜ୍ୟରେ ଚାଷୀ ମାନଙ୍କ ଅବସ୍ଥା ଦୟନୀୟ | ସବୁଠାରୁ ଅଧିକ ପ୍ରତାରିତ ହୋଇଛନ୍ତି ଯୁବ ବର୍ଗ | ମହିଳାଙ୍କ ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଦାଣ୍ଡରେ ଗାଡି ହାଟରେ ପଡୁଛି |   ୧୯ ବର୍ଷ ଭିତରେ ରାଜ୍ୟରେ  ୫୦୦୦ରୁ ଉର୍ଦ୍ଧ ଚାଷି ଆତ୍ମ ହତ୍ୟା କରିଛନ୍ତି ।  ଛତିଶଗଡ , ମଧ୍ୟପ୍ରଦେଶ , ରାଜସ୍ଥାନ ସରକାର କୃଷି ଋଣ ଛାଡ କରିବା ସହ ଧାନର  ସହାୟକ ମୁଲ୍ୟ ବୃଦ୍ଧି କରିଥିବାବେଳେ ଓଡିଶା ସରକାର ଧାନର ସହାୟକ ମୂଲ୍ୟ ବୃଦ୍ଧି ନକରିବା ଦୁଃଭାଗ୍ୟପୂର୍ଣ ବୋଲି କହିବା ସହ କଂଗ୍ରେସ ସରକାର କ୍ଷମତାକୁ ଆସିଲେ ସମସ୍ତ ଚାଷିଙ୍କୁ  ଋଣ ଛାଡ କରାଯିବ ବୋଲି କହିଥିଲେ । ରାଜ୍ୟରେ ଚାଷୀମାନଙ୍କ ପ୍ରତି ଚାଲିଥିବା ଅନ୍ୟାୟର ପ୍ରତିବାଦ କରିବା ପାଇଁ କଂଗ୍ରେସ ପ୍ରତିବାଦର ସ୍ୱର ଉଠାଇ ଚାଲିଥିବା ବେଳେ ଆସନ୍ତା ୨୩ ତାରିଖ ଦିନ ୧୦.୩୦ ମିନିଟ୍ ସମୟରେ ଛେନାପଦି ଛକଠାରେ କଂଗ୍ରେସ ପକ୍ଷରୁ ଏକ ବିଶାଳ କୃଷକ ସମାବେଶ ଅନୁଷ୍ଠିତ  ହେବା ଲାଗି ଯାଉଛି । ଏଥିରେ ପିସିସି ସଭାପତି ନିରଞନ ପଟ୍ଟନାଏକ , ବିରୋଧି ଦଳ ନେତା ନରସିଂହ ମିଶ୍ର , ପୁର୍ବତନ ପିସିସି ସଭାପତି ଜୟଦେବ ଜେନା , ଚିରଞ୍ଜୀବ  ବିଶ୍ୱାଳ , ଶରତ ରାଉତ୍ , ମିଡିଆସେଲ ଅଧକ୍ଷ୍ୟ ସତ୍ୟ ପ୍ରକାଶ ନାଏକ ,ପିସିସି କୃଷକ ସେଲ ଅଧକ୍ଷ୍ୟ ଅମୀୟ ପଟନାୟକ  ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ପୁର୍ବତନ ପିସିସି ସଭାପତି ଜୟଦେବ ଜେନା ସୁଚନା ଦେଇଛନ୍ତି ।

ଶ୍ରୀ ଜେନା କହିଛନ୍ତି ଯେ , କେନ୍ଦ୍ର ସରକାର କ୍ଷମତାକୁ ଆସିବା ଦିନରୁ ଦରଦାମ୍ ହୁ ହୁ ହୋଇ ବଢିଚାଲିଥିବା ବେଳେ ଡିଜେଲ ଦର ଆଜି ପେଟ୍ରୋଲ  ଦର ଉପରକୁ ଚାଲି ଯିବା ଭଳି ପରିସ୍ଥିତି ଉପୁଜିଛି । ତେଣୁ ଆଗାମୀ ଦିନରେ ଆନନ୍ଦପୁର ଜନସାଧାରଣ ଏହାର ଉଚିତ୍ ଜବାବ ଦେବେ ବୋଲି ଶ୍ରୀଜେନା  କହିଛନ୍ତି । ଏହି  ସାମ୍ବାଦିକ ସମ୍ମିଳନୀରେ  ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ନିକୁଞ ମିଶ୍ର , ଆନନ୍ଦପୁର ନଗର ଉପସଭାପତି ହାଡିବନ୍ଧୁ ଖୁଂଟିଆ , ୩ ନମ୍ବର ଜୋନ୍ ସଭାପତି ମଦନ ବେହେରା , ସୁରେଶ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।   

 

0
0
0
s2sdefault