ହେଡଲାଇନସ୍:

ପ୍ରସ୍ତାବିତ ଜଳେଶ୍ୱର- ଦୀଘା ବ୍ରଡଗଜ ରେଳଲାଇନ୍ ନିର୍ମାଣ ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର - ଜଳେଶ୍ୱର ଓ ଦୀଘା ମଧ୍ୟରେ ୪୧ କିମି ବ୍ରଡଗଜ ରେଳଲାଇନ୍ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । 

ମୁଖ୍ୟମନ୍ତ୍ରୀ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ୨୦୧୧-୧୨ରେ ଜଳେଶ୍ୱର-ଦୀଘା ରେଳପ୍ରକଳ୍ପକୁ ମଂଜୁରୀ ମିଳିଥିଲା । ଏହି ପ୍ରକଳ୍ପର ୭ କିମି ପଶ୍ଚିମବଙ୍ଗରେ ଥିବା ବେଳେ ୩୪ କିମି ଓଡିଶାର ବାଲେଶ୍ୱରରେ ରହିଛି । ପଶ୍ଚିମବଙ୍ଗରେ ଜମି ଅଧିଗ୍ରହଣ ହୋଇପାରୁନଥିବାରୁ ୭ ବର୍ଷ ଧରି ପ୍ରକଳ୍ପ କାର୍ଯ୍ୟ ଅଟକି ରହିଛି । ପ୍ରକଳ୍ପର ଭୌଗୋଳିକ ସ୍ଥିତି ପରିବର୍ତନ ପାଇଁ ଗତ ୧୩.୦୬,୨୦୧୧ରେପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ଏହି ରେଳଲାଇନ୍ ଓଡିଶାର ଭୁଷଣ୍ଡେଶ୍ୱର , ଚନ୍ଦନେଶ୍ୱର , ତଳସାରୀ- ଉଦୟପୁର  ସମୁଦ୍ର କୂଳ ଆହଦି ଏକାଧିକ ପର୍ଯ୍ୟଟନ ଓ ଧାର୍ମିକ ସ୍ଥଳୀକୁ ସଂଯୋଗ କରିବ । ଉକ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ସମ୍ପୃକ୍ତ ଅଂଚଳରେ ପର୍ଯ୍ୟଟନର ବିକାଶ ସହ ସ୍ଥାନୀୟ ଲୋକଙ୍କ ସାମାଜିକ ଓ ଆର୍ଥିକ ବିକାଶରେ ସହାୟକ ହେବ । ତେଣୁ ଉକ୍ତ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବାପାଇଁ ତ୍ୱରିତ ପଦକ୍ଷେପ ନେବା ଲାଗି ମୁଖ୍ୟମନ୍ତ୍ରୀ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି । ଏହାସହ ଉକ୍ତ ପ୍ରକଳ୍ପ ପାଇଁ ଓଡିଶା ସରକାର ଜମି ଓ ଅନ୍ୟାନ୍ୟ ଭିତିଭୂମି ଯୋଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  । 

 

0
0
0
s2sdefault