ହେଡଲାଇନସ୍:

ରାଜ୍ୟ ସଭା ନିର୍ବାଚନରେ ବିଜେପିର ବିଜୟ ପରେ ବିଜେପି କର୍ମୀ ଶିବିରରେ ଖୁସିର ମାହୋଲ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା,୧୬/୦୩-(ଶିବରାମ ଚୌଧୁରୀ )-, ଆଜି ଓଡ଼ିଶାର ଚାରୋଟି ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ହୋଇଥିବା ବେଳେ ଏଥିରେ ଶାସକ ବିଜେପି ବାଜିମାତ୍ କରିଛି I ମିଳିଥିବା ସୂଚନା ପ୍ରକାରେ ବିଜେପିର ରାଜ୍ୟସଭାପତି ମନମୋହନ ସାମଲ ଏବଂ ସୁଜିତ୍ କୁମାର ବିଜୟ ଲାଭ କରିଥିବା ବେଳେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ମଧ୍ୟ ବିଜୟ ଲାଭ କରିଥିବା ସୂଚନା ମିଳିଛି I ଏହି ଫଳାଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜେପି କର୍ମୀମାନେ ଖୁସି ମନାଇଛନ୍ତି I ଆଜି ସନ୍ଧ୍ୟା ସାତ ଘଣ୍ଟା ସମୟରେ ବେଲଗୁଣ୍ଠା ରେ ମଣ୍ଡଳ ସଭାପତି ନାରାୟଣ ସାହୁ,ବିଜେପି ନଗର ସାଧାରଣ ସୁଯ୍ୟ ନାରାୟଣ ତ୍ରିପାଠୀ, କାଉନସିଲର୍ ଦିବ୍ୟରଞ୍ଜନ ଦାଶ,ସଂଗଠକ ପ୍ରଦ୍ୟୁମ୍ନ ପାତ୍ର,ଯୁବମୋର୍ଚା ସଭାପତି ଶଙ୍କର ପାତ୍ର, ଜିଲ୍ଲା ପ୍ରତିନିଧି କୃଷ୍ଣଚନ୍ଦ୍ର ସାହୁ,ଯୁବନେତା ରାଧାକୃଷ୍ଣ ସ୍ୱାଇଁ,ବୁଥ ସଭାପତି କୈଳାସ ରାଉତ, ତନରଡ଼ା ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ମନ୍ମୟ ଖଟେଇ,ନଗର ଟୋଲୀ ସଭାପତି ମନୋଜ ସ୍ୱାଇଁ,,ବରିଷ୍ଠ ବିଜେପି ନେତା ଗଙ୍ଗାଧର ଡାକୁଆ,ସଞ୍ଜୟ ବେହେରା, ଶଙ୍କର ବେହେରା, ଯୁବ ସଙ୍ଗଠକ ମନୋଜ ଦଳେଇ, ଶିବରାମ ଚୌଧୂରୀଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ I କର୍ମକର୍ତ୍ତାମାନେ ପରସ୍ପରକୁ ମୃଦୁ ପାନୀୟ ବାଣ୍ଟି, ମିଠା ଖୁଆଇ ଏବଂ ବାଣ ଫୁଟାଇ ଖୁସି ମନାଇଥିଲେ l ସେହିପରି ବିଭିନ୍ନ ଜାଗାରେ ବହୁ ବିଜେପି କର୍ମୀ,ନେତା, ଦଳୀୟ ସରପଞ୍ଚ ଏବଂ ସମିତିସଭ୍ୟ ଏକାଠି ହୋଇ ଖୁସି ମନାଇଥିବା ଦେଖିବାକୁ ମିଳିଛି I

0
0
0
s2sdefault