ବେଲଗୁଣ୍ଠା, -୧୬/୦୩-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଳକ୍ ର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ଆରମ୍ଭ କରି ବିଦ୍ୟାଳୟ ସ୍ତର ପର୍ଯ୍ୟନ୍ତ କିଛି କିଛି ସମସ୍ୟା ଲାଗି ରହିଛି I ପାଖାପାଖି ଏକ ବର୍ଷ ହେବ ବେଲଗୁଣ୍ଠାରେ ସ୍ଥାୟୀ ଗୋଷ୍ଠୀ ଶିକ୍ଷାଧିକାରୀ ନଥିବା ବେଳେ ଭଞ୍ଜନଗର ଶିକ୍ଷାଧିକାରୀ ଲୋପାମୁଦ୍ରା ରଥ ବେଲଗୁଣ୍ଠାର ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି I ସେହିପରି କାର୍ଯ୍ୟାଳୟରେ ତିନୋଟି ଏବିଇଓ ପଦବୀ ମଧ୍ୟରୁ ଗତ ବର୍ଷ ଦୁଇଜଣ ଏବିଇଓ ଅବସର ଗ୍ରହଣ କରି ସାରିଥିବାରୁ ଦୁଇ ଜଣ ବରିଷ୍ଠ ଶିକ୍ଷକ ଭାରପ୍ରାପ୍ତ ଏବିଇଓ ଭାବେ କାର୍ଯ୍ୟ କରି ଆସୁଛନ୍ତି I ଆସନ୍ତା ମାସରେ ଆଉ ଜଣେ ଏବିଇଓ ମଧ୍ୟ ଅବସର ଗ୍ରହଣ କରିବାର ସୂଚନା ରହିଛି I ସ୍ଥାୟୀ ଅଧିକାରୀଙ୍କ ବିନା ବିଦ୍ୟାଳୟ ଗୁଡ଼ିକର ବିଭିନ୍ନ ସମସ୍ୟା ପରିଚାଳନାର ବିଭ୍ରାଟ ସୃଷ୍ଟି ହେବା ସ୍ୱାଭାବିକ I ବ୍ଳକ୍ ର ସତୁରୀ ପ୍ରତିଶତ ବିଦ୍ୟାଳୟରେ ନିୟମିତ ପ୍ରଧାନ ଶିକ୍ଷକ ନାହାଁନ୍ତି I ବହୁ ବିଦ୍ୟାଳୟରେ ବର୍ତ୍ତମାନ ମଧ୍ୟ ଶ୍ରେଣି ଗୃହେ ସମସ୍ୟା ଏବଂ ପାନୀୟ ଜଳ ସମସ୍ୟା ଲାଗି ରହିଛି I ଶିକ୍ଷା ଅଧିକାର ଆଇନ୍ ଅନୁସାରେ ବିଦ୍ୟାଳୟ ଗୁଡିକରେ ଛାତ୍ର ଶିକ୍ଷକ ଅନୁପାତ ପାଖାପାଖି ଠିକ୍ ଥିଲେ ମଧ୍ୟ ଶ୍ରେଣୀ ଅନୁଯାୟୀ ଶିକ୍ଷକ ଶିକ୍ଷୟିତ୍ରୀ ନଥିବାରୁ ଛାତ୍ରଛାତ୍ରୀଙ୍କ ଶିକ୍ଷଣରେ ସମସ୍ୟା ସୃଷ୍ଟିରୁ ହେଉଛି I ଉଦାହରଣ ସ୍ଵରୂପ ବ୍ଳକ୍ ର ବହୁ ବିଦ୍ୟାଳୟରେ ଆଠଟି ଶ୍ରେଣୀକୁ ମାତ୍ରା ତିନି ଚାରି ଜଣ ଶିକ୍ଷକ ଶିକ୍ଷୟିତ୍ରୀ ରହୁଥିବାରୁ ଶିକ୍ଷା ଦାନ ପ୍ରକ୍ରିୟା କାମଚଳା ହେଉଛି ବୋଲି ଅଭିଭାବକ ମାନେ ଅଭିଯୋଗ କରିବା ସହ ସରକାରୀ ବିଦ୍ୟାଳୟରୁ ଆସ୍ଥା ହରାଉଛନ୍ତି I ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ପାଖାପାଖି ଏକ ବର୍ଷ ହେବ ଶିଶୁ ବାଟିକା ଶ୍ରେଣୀ ଯୋଗ କରାଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଶିଶୁ ସେବିକା ନିଯୁ୍କ୍ତି ହୋଇନଥିବାରୁ ଏହା ଶିକ୍ଷକଙ୍କ ଶିକ୍ଷା ଦାନ କ୍ଷେତ୍ରରେ ଅତିରିକ୍ତ ଚାପ ସୃଷ୍ଟି କରୁଛି I
ରାଜ୍ୟ
ମୁରବିଶୂନ୍ୟ ବେଲଗୁଣ୍ଠା ଶିକ୍ଷାବିଭାଗ
- Hits: 3








